ଚକୁଳି ପିଠା, ଆମ୍ବ ଖାଇ ୧୦ ଅସୁସ୍ଥ

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): ଚକୁଳି ପିଠା ଏବଂ ଆମ୍ବ ଖାଇବା ପରେ ଫୁଡ୍‌ ପଏଜନ ହୋଇ କଳାହାଣ୍ଡି ଜିଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ଡହଗାଁ କଲୋନୀପଡ଼ାର ୧୦ଜଣ ମହିଳା, ପୁରୁଷ ଏବଂ ଶିଶୁ ବାନ୍ତିରେ ଅସୁସ୍ଥ ହୋଇ କୋକସରା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଆମ୍ବ ଓ ଚକୁଳି ପିଠା ଖାଇବା ପରେ ଡହଗାଁ କଲୋନୀପଡ଼ାର କିଶୋର ମଙ୍ଗରାଜ(୩୦), କବିତା ମଙ୍ଗରାଜ (୫୦), ପ୍ରିୟଦର୍ଶନୀ ଠାକୁର(୩୫), ପ୍ରମିତା ଠାକୁର(୩୨), ସତ୍ୟବତୀ ବାଗ(୫୦), ମଙ୍ଗନି ବେୱ।(୮୨), ଚାନ୍ଦ ମଙ୍ଗରାଜ(୫), ମୁସ୍କାନ ବିହାରୀ(୭), ଲିପୁନ ଠାକୁର(୧୧), ସ୍ନେହା ଠାକୁର(୫)ଙ୍କ ବାନ୍ତି ହୋଇଥିଲା। ପରେ ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଆକ୍ରାନ୍ତମାନଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଚିକିତ୍ସା କରୁଥିବା ଡାକ୍ତର ଅଭିଷେକ ବେହେରାଙ୍କୁ ପଚାରିବାରୁ ଫୁଡ୍‌ ପଏଜନ ହୋଇ ବାନ୍ତି ହୋଇଛି। ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି।