ଏପ୍ରିଲ-ଫେବୃଆରୀରେ ବିଦ୍ୟୁତ ଚାହିଦାରେ ୧୦ ପ୍ରତିଶତ ବୃଦ୍ଧି: ଛୁଇଁଲା ୧୩୭୫ ବିଲିୟନ ୟୁନିଟ…

ନୂଆଦିଲ୍ଲୀ,୧୯।୩ : ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ଫେବୃଆରୀ ମଧ୍ୟରେ ଭାରତରେ ବିଦ୍ୟୁତ ଚାହିଦା ୧୦ ପ୍ରତିଶତ ବୃଦ୍ଧି ହୋଇ ୧୩୭୫.୫୭ ବିଲିୟନ ୟୁନିଟ ରେ ପହଞ୍ଚିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ବିଦ୍ୟୁତ୍ ଯୋଗାଣଠାରୁ ଏହି ସଂଖ୍ୟା ଅଧିକ । ସରକାରୀ ତଥ୍ୟ ଅନୁଯାୟୀ, ଏପ୍ରିଲ-ଫେବୃଆରୀ ୨୦୨୧-୨୨ରେ ବିଦ୍ୟୁତ ବ୍ୟବହାର ୧୨୪୫.୫୪ ବିଲିୟନ ୟୁନିଟ ଥିଲା। ସେହିଭଳି, ୨୦୨୧-୨୨ ସମଗ୍ର ଆର୍ଥିକ ବର୍ଷରେ ବିଦ୍ୟୁତ ବ୍ୟବହାର ୧୩୭୪.୦୨ ବିଲିୟନ ୟୁନିଟ ଥିଲା।

ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ମାସଗୁଡ଼ିକରେ ତାତି ବଢ଼ିବାର ଆଶଙ୍କା ଯୋଗୁ ଅପ୍ରତ୍ୟାଶିତ ଭାବେ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ବିଦ୍ୟୁତ ବ୍ୟବହାର ଦୁଇ ଅଙ୍କ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଶକ୍ତି ମନ୍ତ୍ରଣାଳୟ ଚଳିତ ବର୍ଷ ଏପ୍ରିଲରେ ଦେଶରେ ୨୨୯ ଗିଗାଓ୍ବାଟ ର ସର୍ବୋଚ୍ଚ ଶକ୍ତି ଚାହିଦା ଆକଳନ କରିଛି। ଯାହା ଏକ ବର୍ଷ ପୂର୍ବେ ସମାନ ମାସରେ ରେକର୍ଡ ହୋଇଥିବା ୨୧୫.୮୮ ଗିଗା ଓ୍ବାଟ ଠାରୁ ଅଧିକ ଅଟେ।

ଉଚ୍ଚ ବିଦ୍ୟୁତ ଚାହିଦା ପୂରଣ ପାଇଁ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ନେଇଛି ଏବଂ ବିଦ୍ୟୁତ କାଟ କିମ୍ବା ଲୋଡ ସେଡିଙ୍ଗରୁ ଦୂରେଇ ରହିବାକୁ ରାଜ୍ୟ ୟୁନିଟମାନଙ୍କୁ କୁହଯାଇଛି। ମନ୍ତ୍ରଣାଳୟ ସମସ୍ତ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ୧୬ ମାର୍ଚ୍ଚ ୨୦୨୩ରୁ ୧୫ ଜୁନ ୨୦୨୩ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟକ୍ଷମ ହେବାକୁ କହିଛି।

Share