୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ କାମୁଡ଼ିବା ସହ କେତେକଙ୍କୁ ଆହତ କରିଥିବା ଦେଖିବାକୁ ମିଳିଥିଲା।

ଗୋଟିଏ ଦିନରେ ଏତେ ସଂଖ୍ୟକ କୁକୁର କାମୁଡ଼ା ରୋଗୀ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିବାରୁ ଚିକିତ୍ସକମାନେ ବ୍ୟସ୍ତ ହୋଇପଡ଼ିଥିଲେ। ତେବେ ସମସ୍ତ ଆହତଙ୍କୁ ଠିକ୍‌ ସମୟରେ ଆବଶ୍ୟକ ଚିକିତ୍ସା ଓ ସୁବିଧା ଯୋଗାଇ ଦିଆଯାଇଥିବା ଡାକ୍ତର କହିଛନ୍ତି।

ଆହତ ସମସ୍ତଙ୍କୁ ଆଣ୍ଟି-ରାବିଜ ଟିକା ଦିଆଯିବା ସହ ଆବଶ୍ୟକ ଔଷଧ ଓ ଇଞ୍ଜେକ୍ସନ ଦିଆଯାଇଥିଲା। ସରକାରୀ ରାବିଜ ନିୟମାବଳୀ ଅନୁଯାୟୀ, କୁକୁର କାମୁଡ଼ା ପରେ ଘା’କୁ ସାବୁନରେ ଅତିକମ୍‌ରେ ୧୫ ମିନିଟ ଧୋଇ ତୁରନ୍ତ ଚିକିତ୍ସା ନେବା ଆବଶ୍ୟକ।

Dharitri – Odisha’s No.1 Odia Daily

Share