ନକଲି ସୁନାବତି ଦେଇ ୧୦ ଲକ୍ଷ ଠକିନେଲେ

କଟକ ଅଫିସ,୫ା୯:ଏକ କିଲୋ ଓଜନର ନକଲି ସୁନାବତି ଦେଇ ୧୦ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ କ୍ୟାଣ୍ଟନ୍‌ମେଣ୍ଟ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ କେନ୍ଦୁଆଡିଅ ଗ୍ରାମର ସନ୍ନ୍ୟାସୀ ଜେନା(୨୭)। ତାଙ୍କଠାରୁ ଏକ ବାଇକ୍‌(ଓଡି ୦୧ ଏକେ-୫୪୩୬), ୫୦ ହଜାର ଟଙ୍କା, ୧ କେଜି ଓଜନର ନକଲି ସୁନାବତି, ୩ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏଥିସହ ସନ୍ନ୍ୟାସୀ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଦୁଇଟି ପୃଥକ୍‌ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରି ଦିଆଯାଇଛି, ଯେଉଁଥିରେ ୨,୯୭,୦୦୦ ଟଙ୍କା ଜମା ଅଛି।
ପୋଲିସ ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ଆମ୍ବାସାଲ ଗ୍ରାମର ଯଚୀନ୍ଦ୍ର ଦଳାଇ(୪୯)ଙ୍କର କଟକ ବିଡ଼ାନାସୀ ଥାନା ଅଧୀନ କନିକା ଛକରେ ଏକ ପାଥୋଲାବ୍‌ ରହିଛି। ସନ୍ନ୍ୟାସୀ ଜଳେଶ୍ୱର ଅଞ୍ଚଳରୁ ଆସୁଥିବା ରୋଗୀମାନଙ୍କ ସହ ନିୟମିତ ତାଙ୍କ ପାଥୋଲାବ୍‌କୁ ଆସି ଯଚୀନ୍ଦ୍ରଙ୍କ ସହ ଭଲ ସମ୍ପର୍କ ସୃଷ୍ଟି କରିଥିଲେ। କିଛିଦିନ ପରେ ସନ୍ନ୍ୟାସୀ ଯଚୀନ୍ଦ୍ରଙ୍କୁ କହିଥିଲେ, ମୋ ପାଖରେ ଏକ କିଲୋ ଓଜନର ଏକ ସୁନାବତି ରହିଛି। ତାହାକୁ ବିକ୍ରି କରିବାକୁ ଚାହୁଁଛି। ସନ୍ନ୍ୟାସୀଙ୍କ କହିବା ମୁତାବକ ଯଚୀନ୍ଦ୍ର ଗତ ଜୁନ୍‌ ୫ରେ ବାଲେଶ୍ୱର ଯାଇ ଉକ୍ତ ସୁନାବତି ଦେଖିବା ସହ ସେଥିରୁ ସାମାନ୍ୟ ଅଂଶ ଭାଙ୍ଗି ପରୀକ୍ଷା ପାଇଁ କଟକ ଆଣିଥିଲେ। ପରୀକ୍ଷା ପରେ ଉକ୍ତ ସୁନାବତି ଅଂଶ ଅସଲି ବୋଲି ଯଚୀନ୍ଦ୍ର ଜାଣିବାକୁ ପାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ସୁନାବତି ବିକ୍ରିକୁ ନେଇ ୧୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ଜୁନ୍‌ ୨୨ ଅପରାହ୍ନରେ ସନ୍ନ୍ୟାସୀ ସୁନାବତିକୁ ଧରି କଟକ ଇନ୍‌ଡୋର୍‌ ଷ୍ଟାଡିୟମ ନିକଟରେ ପହଞ୍ଚତ୍ଲେ। ସେହିପରି ଯଚୀନ୍ଦ୍ର ନିଜ ଶାଳକଙ୍କୁ ନେଇ ସେଠାରେ ପହଞ୍ଚତ୍ବା ସହ ସନ୍ନ୍ୟାସୀଙ୍କୁ ୧୦ ଲକ୍ଷ ଟଙ୍କା ଦେଇ ଉକ୍ତ ସୁନାବତିକୁ ନେଇଆସିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ସୁନାବତିର ପୂରା ଅଂଶକୁ ପରୀକ୍ଷା କରିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ଫଳରେ ଯଚୀନ୍ଦ୍ର ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ସନ୍ନ୍ୟାସୀଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରି ବିଫଳ ହୋଇଥିଲେ। ଏ ସମ୍ପର୍କରେ ସେ କ୍ୟାଣ୍ଟନ୍‌ମେଣ୍ଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୧୦୯/୨୨) ରୁଜୁ କରିଥିଲା। ତଦନ୍ତ ସମୟରେ ସନ୍ନ୍ୟାସୀ ଓ ତାଙ୍କ ସ୍ତ୍ରୀ ନକଲି ସୁନାବତି ବିକ୍ରି ଜରିଆରେ ୧୦ ଲକ୍ଷ ଟଙ୍କା ଠକେଇ ପାଇଁ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଥିଲା। ଉକ୍ତ ୧୦ ଲକ୍ଷ ଟଙ୍କାରୁ କିଛି ଟଙ୍କା ବାଲିଆପାଳ ଷ୍ଟେଟବ୍ୟାଙ୍କ ଶାଖାରେ ସନ୍ନ୍ୟାସୀ ନିଜ ନାମରେ ଥିବା ଆକାଉଣ୍ଟରେ ଜମା କରିଥିଲେ। ସେହିପରି ଆଉ କିଛି ଟଙ୍କାକୁ ବାଲିଆପାଳ ୟୁକୋ ବ୍ୟାଙ୍କ ଶାଖାରେ ତାଙ୍କ ସ୍ତ୍ରୀଙ୍କ ନାମରେ ଜମା କରିଥିଲେ। ଏଥିସହ ଆଉ କିଛି ଟଙ୍କାକୁ ମଧ୍ୟ ବାଲିଆପାଳ ବିବିସିସି ବ୍ୟାଙ୍କରେ ସନ୍ନ୍ୟାସୀ ତାଙ୍କ ସ୍ତ୍ରୀଙ୍କ ନଁାରେ ଏକ ନୂଆ ଆକାଉଣ୍ଟ ଖୋଲି ଜମା କରିଥିଲେ। ସନ୍ନ୍ୟାସୀଙ୍କ ସ୍ତ୍ରୀ ଉକ୍ତ ଆକାଉଣ୍ଟରୁ ସାଢ଼େ ୬ ଲକ୍ଷ ଟଙ୍କା ସେପ୍ଟେମ୍ବର ୨ ତାରିଖରେ ଉଠାଇଥିବା ପୋଲିସ ଜାଣିବାକୁ ପାଇଥିଲା । ଏନେଇ ଅଧିକ ତଦନ୍ତ ଚାଲୁ ରହିଥିବା ପୋଲିସ ସୂତ୍ରରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

ବରଗଡ଼ର ଗୌରବ: ଆନ୍ତର୍ଜାତୀୟ ଚେସ୍ ‘ଫିଡେ ରେଟିଂ’ ହାସଲ କଲେ ରୋନକ୍ କୁମାର

ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri