କରୋନା ଯୋଗୁ ପ୍ରତି ୩୩ ଘଣ୍ଟାରେ ୧୦ ଲକ୍ଷ ଗରିବ, ୩୦ ଘଣ୍ଟାରେ ଜଣେ ନୂଆ ବିଲିୟନେୟାର…

ଡାଭୋସ, ୨୩।୫ : ସ୍ବିଜରଲାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକ ପାଇଁ ସମଗ୍ର ବିଶ୍ୱରୁ ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତିମାନେ ଏଠାରେ ପହଞ୍ଚିଛନ୍ତି। ଏହି ଅବସରରେ ଓକ୍ସଫାମ ଇଣ୍ଟରନ୍ୟାଶନାଲ ସୋମବାର କହିଛି ଯେ କରୋନା ମହାମାରୀ ସମୟରେ ପ୍ରତି ୩୦ ଘଣ୍ଟାରେ ଦୁନିଆରେ ଜଣେ ନୂଆ ବିଲିୟନେୟାର ସୃଷ୍ଟି ହୋଇଥିଲେ।

ଅପରପକ୍ଷେ, ପ୍ରତ୍ୟେକ ୩୩ ଘଣ୍ଟାରେ ୧୦ଲକ୍ଷ ଲୋକ ଗରିବ ହେବାକୁ ଲାଗିଥିଲେ। ଡାଭୋସରେ ପ୍ରକାଶିତ ପ୍ରଫିଟିଙ୍ଗ ଫ୍ରମ୍‌ ପେନ୍‌ ଶୀର୍ଷକ ଏହି ରିପୋର୍ଟରେ ଅକ୍ସଫାମ ପକ୍ଷରୁ ଉଲ୍ଲେଖ କରାଯାଇଛି। ପୂର୍ବ ଦଶନ୍ଧି ତୁଳନାରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଖାଦ୍ୟ ଏବଂ ଶକ୍ତି କ୍ଷେତ୍ରରେ ବିଲିୟନେୟାରମାନେ ପ୍ରତି ଦୁଇ ଦିନରେ ସେମାନଙ୍କ ସମ୍ପତ୍ତି ୧ ବିଲିୟନ ଡଲାର ବୃଦ୍ଧି କରୁଛନ୍ତି।

ବିଶ୍ୱ ଅର୍ଥନୈତିକ ଫୋରମ ହେଉଛି ସରକାରୀ-ବେସରକାରୀ ସହଭାଗୀତାର ଏକ ଅନ୍ତର୍ଜାତୀୟ ସଂଗଠନ। ଦୁଇ ବର୍ଷରୁ ଅଧିକ ସମୟ ପରେ ଏହାର ବୈଠକ ଡାଭୋସରେ ଅନୁଷ୍ଠିତ ହେଉଛି। କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ଏହି ସଭା ଅନୁଷ୍ଠିତ ହୋଇପାରି ନଥିଲା।

ଓକ୍ସଫାମ ଇଣ୍ଟରନ୍ୟାଶନାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗାବ୍ରିଏଲା ବଚର୍‌ ରିପୋର୍ଟରେ କହିଛନ୍ତି ଯେ ପୃଥିବୀର ବିଲିୟନେୟାରମାନେ ଡାଭୋସକୁ ସେମାନଙ୍କ ଭାଗ୍ୟର ଅବିଶ୍ୱସନୀୟ ପରିବର୍ତ୍ତନକୁ ପାଳନ କରିବାକୁ ଆସୁଛନ୍ତି। ମହାମାରୀ ଏବଂ ବର୍ତ୍ତମାନ ଖାଦ୍ୟ ଏବଂ ଶକ୍ତିର ମୂଲ୍ୟରେ ବୃଦ୍ଧି ସେମାନଙ୍କ ପାଇଁ ଏକ ଉତ୍ସାହ ବୋଲି ପ୍ରମାଣିତ ହେଉଛି। ଅପରପକ୍ଷରେ, ଲୋକଙ୍କୁ ଅତ୍ୟଧିକ ଦାରିଦ୍ର୍ୟରୁ ହଟାଇବାରେ ଦଶନ୍ଧିର ଅଗ୍ରଗତି ବୃଥା ହୋଇଛି ଏବଂ ବଞ୍ଚିବା ପାଇଁ ଲକ୍ଷ ଲକ୍ଷ ଲୋକ ଅପ୍ରତ୍ୟାଶିତ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ସେ କହିଛନ୍ତି।

ଓକ୍ସଫାମ ରିପୋର୍ଟରେ ଉଲ୍ଳେଖ କରାଯାଇଛି ଯେ, କରୋନା ସଙ୍କଟ ମଧ୍ୟରେ ମୋଟ ୫୭୩ ଜଣ ନୂଆ ବିଲିୟନେୟାର ସୃଷ୍ଟି ହୋଇଥିଲେ। ସଂଗଠନ କହିଛି ଯେ ଆମେ ଭୟ କରୁଛୁ ଯେ ଚଳିତ ବର୍ଷ ପ୍ରତି ୩୩ ଘଣ୍ଟାରେ ୧୦ ଜଣଙ୍କ ହାରରେ ମୋଟ ୨୬.୩୦ କୋଟି ଲୋକ ଅତ୍ୟଧିକ ଦାରିଦ୍ର୍ୟର ସମ୍ମୁଖୀନ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri