ମାଲକାନଗିରି ୧୦ ଡାକ୍ତରଙ୍କୁ ଗଞ୍ଜାମ ବଦଳି: ଏଭଳି ଚେତାବନୀ ଦେଲା ଜିଲା କଂଗ୍ରେସ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ରାଜ୍ୟରେ ସର୍ବାଧିକ ପ୍ରଭାବିତ ଜିଲାରେ ଗଞ୍ଜାମକୁ ଗଣାଯାଉଛି। ଫଳରେ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ଅଭାବ ଥିବାରୁ ରାଜ୍ୟ ସରକାର ମାଲକାନଗିରି ଜିଲାରୁ ୧୦ ଜଣ ଡାକ୍ତରଙ୍କୁ ଗଞ୍ଜାମକୁ ବଦଳି କରିଛନ୍ତି। ଏହି ୧୦ ଜଣ ଡାକ୍ତର ହେଲେ କାଲିମେଳା ସ୍ବାସ୍ଥ୍ୟକେନ୍ଦ୍ରର ଦିନେଶ କୁମାର ପାତ୍ର, ଆଦିତ୍ୟ କୁମାର ଦାସ, ପଡିଆ ସ୍ବାସ୍ଥ୍ୟକେନ୍ଦ୍ରର ସରିତା ମେହେର, ହରିହର ସିଂ, ଖଇରପୁଟ ସ୍ବାସ୍ଥ୍ୟକେନ୍ଦ୍ରର ନମ୍ରତା ପାତ୍ର, ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରର ରାଜିବ ମାଝି, ନାରାୟଣ ପ୍ରଧାନ, କୋରୁକୋଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ଅନାମିକା ସାହୁ, ପାଣ୍ଡ୍ରିପାଣି ସ୍ବାସ୍ଥ୍ୟକେନ୍ଦ୍ରର ପ୍ରପତି ମହାରଣା ବୋଲି ଜଣାପଡ଼ିଛି। ତେବେ ଏହି ୧୦ ଜଣ ଡାକ୍ତର ଗଞ୍ଜାମରେ ସେମାନଙ୍କ କାର୍ଯ୍ୟ ତୁଲାଇବେ ବୋଲି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ଚିଠି ଜାରି କରାଯାଇଛିା ଅପରପକ୍ଷେ ଏହି ଡାକ୍ତରଙ୍କ ବଦଳିକୁ ମାଲକାନଗିରି ଜିଲା କଂଗ୍ରେସ ତରଫରୁ ବିରୋଧ କରା ଯାଇଛିା

ଏ ସମ୍ବନ୍ଧରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପଟ୍ଟନାୟକ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ଆଦିବାସୀଙ୍କ ପ୍ରତି ଅବହେଳାର ଆହୁରି ଏକ ନଗ୍ନ ନମୁନା ମାଲକାନଗିରିରେ ଦେଖିବାକୁ ମିଳିଛି। ମାଲକାନଗିରିରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ରାଜ୍ୟ ସରକାର ଓ ଜିଲା ସ୍ବାସ୍ଥ୍ୟ ବିଭାଗ କରୋନା ମୁକାବିଲାରେ ବିଫଳ ହୋଇଥିବା ବେଳେ ବେଢି ଉପରେ କରୋଡା ମାଡ ଭଳି ସଦୃଶ ଏଭଳି ଆପଦକାଳ ସମୟରେ ସରକାର ମାଲକାନଗିରି ଜିଲାରୁ ଡାକ୍ତରଙ୍କୁ ଗଞ୍ଜାମକୁ ବଦଳି କରି ନେଇ ଯାଇଛନ୍ତି। ସବୁଠାରୁ ଦୁଃଖର ବିଷୟ ହେଉଛି ଅବିଭକ୍ତ କୋରାପୁଟ ଜିଲା ଓ କଳାହାଣ୍ଡିରେ ପ୍ରାୟତଃ ୧୦୦ ଜଣ ଡାକ୍ତରଙ୍କୁ ଗଞ୍ଜାମକୁ ବଦଳି କରି ଦିଆ ଯାଇଛି। ତେବେ ମାଲକାନଗିରି ଜିଲାରେ ମୋଟ ୧୯୭ଟି ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୯୩ ଜଣ ଡାକ୍ତର ଏଠାରେ ନି ଯୁକ୍ତି ପାଇଛନ୍ତି। ଅଧାରୁ ଅଧିକ ଡାକ୍ତର ନ ଥିବା ବେଳେ ପ୍ରାୟ ୨୦ ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀ ମଧ୍ୟ ଏଠାରେ ନିଯୁକ୍ତି ପାଇନାହାନ୍ତିା ଏଭଳି ସ୍ଥଳେ ଯେଉଁମାନେ କି ଏହି ଅଂଚଳରେ ଆଦିବାସୀଙ୍କ ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି ସେମାନଙ୍କୁ ଏଠାରୁ ବଦଳି କରି ନିଆଯାଇଛିା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଦିଆ ଯାଇପାରିବ ନାହିଁ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ସରକାର ଏହି ନିର୍ଦ୍ଦେଶକୁ ବଳବତ୍ତର ରଖି ଜିଲାରୁ ୧୦ ଜଣ ଡାକ୍ତରଙ୍କୁ ପଠାଇବାକୁ ଚାପ ପକାଇ ଗଞ୍ଜାମ ଜିଲାକୁ ଡେପୁଟେଶନରେ ପଠା ଯାଇଥିବା ଜଣାପଡିଛି। ତେବେ ଆଦିବାସୀ ବହୁଳ ଅଞ୍ଚଳରେ ଲୋକଙ୍କ ସଚେତନତାର ଅଭାବ ଓ ଉତମ ଚିକିତ୍ସା ସେବା ନ ପାଇବାରୁ ଅଭିଯୋଗ ହେଉଛିା କେଉଁଠି ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହେଉଛି ତୋ ଆଉ କେଉଁଠି ଦୁର୍ଗମ ଅଂଚଳକୁ ଡାକ୍ତର ସେବା ଯାଉ ନ ଥିବାରୁ ରୋଗୀଙ୍କ ଅକାଳ ମୃତ୍ୟୁ ହେଉଛିା ଏଭଳି ସ୍ଥିତିରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଜିଲା କଂଗ୍ରେସ ଦୃଢ ବିରୋଧ କରିବା ସହ ଆଗାମୀ ଦିନରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ମାଲକାନଗିରିର ଏହି ଡାକ୍ତର ମାନଙ୍କୁ ପୁନଃ ନିଯୁକ୍ତି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛିା


Enter your email to get our daily news in your inbox.

All Right Reserved By Dharitri.Com

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri