Posted inଫୁରସତ

ଅଫିସ୍‌କୁ ଗୋଟିଏ ମିନିଟ୍‌ ବିଳମ୍ବରେ ଆସିଲେ ମିଳିବ କଡ଼ା ଦଣ୍ଡ

ଠିକ୍‌ ସମୟରେ ଅଫିସ୍‌ ଆସିବା ଏକ ଶୃଙ୍ଖଳିତ ନିୟମ। କିନ୍ତୁ ବେଳେବେଳେ କିଛି କର୍ମଚାରୀ ବିଳମ୍ବରେ ଆସିଥାନ୍ତି। ଅନେକ ସ୍ଥାନରେ କର୍ମଚାରୀଙ୍କୁ ଅନୁଗ୍ରହ ଅବଧି ଭାବରେ ୧୫ ମିନିଟ୍‌ ବିଳମ୍ବରେ ଅଫିସ ଆସିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଆଜିକାଲି ଏକ ଅଫିସର ଅଜବ ନିୟମ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମାଲିକ କର୍ମଚାରୀଙ୍କ ୧ ମିନିଟ୍‌ ବିଳମ୍ବ ହେଲେ କଠୋର ଦଣ୍ଡ ଘୋଷଣା କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସୋସିଆଲ ମିଡିଆ ସାଇଟ୍‌ ରେଡ୍ଡିଟରେ ଭାଇରାଲ ହେଉଥିବା ଏକ ପୋଷ୍ଟ ବିଷୟରେ ଉଲ୍ଲେଖ କରାଯାଇଛି। ଏଥିରେ ଜଣେ ୟୁଜର ତାଙ୍କ ଅଫିସର ମାଲିକଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନିୟମ (ସମସ୍ତଙ୍କୁ ୧ ମିନିଟ୍‌ ବିଳମ୍ବ ପାଇଁ ୧୦ ମିନିଟ୍‌ ଅତିରିକ୍ତ କାର୍ଯ୍ୟ) ବିଷୟରେ କହିଛନ୍ତି। ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ବ୍ୟକ୍ତି ଜଣକ ଅଫିସରେ ପୋଷ୍ଟ ହୋଇଥିବା ଏକ ନୋଟ୍‌ ବି ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ମୁଁ ଯେଉଁଠାରେ ବି କାମ କଲି, ଏହା ସବୁଠୁ ଖରାପ ସ୍ଥାନ, ଦରମା ମଧ୍ୟ କମ୍‌ ଅଟେ। ଫଟୋରେ ଏହା ଲେଖାଯାଇଛି- ଯଦି ଆପଣ ଅଫିସକୁ ଆସିବାରେ ୧ ମିନିଟ୍‌ ବିଳମ୍ବ କରନ୍ତି, ତେବେ ଆପଣଙ୍କୁ ସା ୬ଟା ପରେ ୧୦ ମିନିଟ୍‌ ଅଧିକ କାମ କରିବାକୁ ପଡ଼ିବ। ଉଦାହରଣ ସ୍ବରୂପ, ଯଦି ଆପଣ ରାତି ୨.୧୦ରେ ଅଫିସ୍‌ ଆସନ୍ତି, ତେବେ ଆପଣଙ୍କୁ ୬.୨୦ରେ ଅଫିସ ଛାଡ଼ିବାକୁ ପଡ଼ିବ।

ଏହି ପୋଷ୍ଟରେ ୭୦ ହଜାରରୁ ଅଧିକ ଲାଇକ୍‌ ଆସିଛି ଏବଂ ହଜାର ହଜାର ଲୋକ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହା ଅତ୍ୟନ୍ତ ମୁର୍ଖ ଏବଂ ବେଆଇନ ନିୟମ ପରି ମନେହୁଏ। ଏଥିସହିତ ଅନ୍ୟ ଜଣେ ପଚାରିଛନ୍ତି, ମାଲିକ ତାଙ୍କ କର୍ମଚାରୀଙ୍କୁ ହରାଇବାକୁ ଚାହୁଁଛନ୍ତି କି? କାରଣ ଜଣେ କର୍ମଚାରୀଙ୍କୁ ହରାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ। ଆଉ ଜଣେ ୟୁଜର କହିଛନ୍ତି ୧ ଘଣ୍ଟା ବିଳମ୍ବରେ ଅଫିସ ଛାଡ଼ନ୍ତୁ। ଆଉ ସେହି ଅନୁଯାୟୀ ମାଲିକଙ୍କଠାରୁ ଓଭରଟାଇମ୍‌ର ପଇସା ବି ନିଅନ୍ତୁ। ମାଲିକଙ୍କ ଏପରି ଅଜବ ନିୟମ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri