ଡ୍ରଇଂ ଶିଟ୍‌ରେ ୧ ଲକ୍ଷ ୧୦୮ ରାମ ନାମ

କେନ୍ଦୁଝର, ୧୬ା୫(ଡି.ଏନ୍‌.ଏ.): କେନ୍ଦୁଝର ପୁରୁଣା ସହରର ପ୍ରସନ୍ନ ପତିଙ୍କ କନ୍ୟା ସୁଶ୍ରୀ ସୁମନ ପତି ୨୮ ଇଞ୍ଚ ଓସାର, ୩୪ ଇଞ୍ଚ ଲମ୍ବ ବିଶିଷ୍ଟ ଏକ ଡ୍ରଇଂ ଶିଟ୍‌ରେ ୧ ଲକ୍ଷ ୧୦୮ ଥର ରାମ ନାମ ଲେଖିଛନ୍ତି। ଏହି ଲେଖା ମାଧ୍ୟମରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କ ଚିତ୍ର ଆଙ୍କି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି। ପେନ୍‌ ଓ ସ୍କେଜ୍‌ ସାହାଯ୍ୟରେ ନିଖୁଣ କଳା କାରିଗରି ବଳରେ ଦୀର୍ଘ ୧୪ ଦିନ ପରିଶ୍ରମ କରି ସେ ଏହା ଆଙ୍କିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଚିତ୍ର ଆଙ୍କିବା ସମୟରେ ମାର୍ଚ୍ଚ ୧୭ ତାରିଖରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପାଇଁ ଆବେଦନ କରିଥିଲେ। ତାହା ଏବେ ଘୋଷଣା ସହ ତାଙ୍କୁ ପଦକ ଓ ମାନପତ୍ର ପ୍ରଦାନ କରାଯାଇଛି। ଅନନ୍ୟ ପ୍ରତିଭା ପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୁଶ୍ରୀ ସୁମନ୍‌ ପେଣ୍ଟିଂ ସହ ସ୍ୟାଣ୍ଡ ଆର୍ଟ ଏବଂ ଆନିମେଶନରେ ମଧ୍ୟ ରୁଚି ରଖିଛନ୍ତି। ସେ ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଥିବା ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଆନିମେଶନରେ ଡିପ୍ଲୋମା କରିଛନ୍ତି। ସୁଶ୍ରୀ ଆନ୍ତର୍ଜାତିକ ସ୍ୟାଣ୍ଡ୍‌ ଆର୍ଟିଷ୍ଟ ଆୱାର୍ଡ ଏବଂ ଯୁବ କଳାକାର ଆୱାର୍ଡ ଆଦି ବହୁ ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି। ବର୍ତ୍ତମାନ ସେ କେନ୍ଦୁଝର ସହରର ପୁରୁଣାବଜାର ଏବଂ ମାଇନିଂ ରୋଡ୍‌ରେ ଗାୟତ୍ରୀ ନାମକ କଳା ଶିକ୍ଷାନୁଷ୍ଠାନ କରି ଶିଶୁମାନଙ୍କୁ ପେଣ୍ଟିଂ, ଆନିମେଶନ ଶିକ୍ଷା ଦେଉଛନ୍ତି। ସେ ନୂଆ ନୂଆ କଳା, କାରିଗରି କରି ବିଶ୍ୱସ୍ତରୀୟ ରେକର୍ଡ ପାଇଁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri