ମଧ୍ୟାହ୍ନଭୋଜନ ପାଇଁ ୧ କି.ମି. ଦୂରରୁ ଆସୁଛି ପାଣି

ଆରଡ଼ି,୨।୧୨(ଡି.ଏନ.ଏ.):ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତ ଗାନ୍ଧିଘାଟ ଶାସନ ଗଁାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନଳକୂପଟି ୨୦୦୮ରୁ ଅଦରକାରୀ ହୋଇପଡ଼ିଛି। ଏଥିରୁ ଲୁଣିପାଣି ବାହାରୁଛି। ଏହି ନଳକୂପ ପାଣି ବ୍ୟବହାର ଅନୁପଯୋଗୀ ହୋଇଛି। ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାନୀୟ ଜଳ ଓ ମଧ୍ୟାହ୍ନଭୋଜନ ପ୍ରସ୍ତୁତ ପାଇଁ ପାଚିକା ହିଁ ସାହା ଭରସା ପାଲଟିଛନ୍ତି। ପାଚିକାଙ୍କୁ ବିଦ୍ୟାଳୟଠାରୁ ପ୍ରାୟ ୧ କି.ମି. ଦୂରରେ ଥିବା ନିଜ ଗଁା ନଳକୂପରୁ ମାଠିଆ ଓ ବାଲ୍‌ଟିରେ ପାଣି ବୋହି ଆଣିବାକୁ ପଡୁଛି।
ଏହି ସ୍କୁଲରେ ଏବେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୪୦ରୁ ଅଧିକ। ଜଣେ ପ୍ରଧାନଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ ପଢ଼ାଇବା ପାଇଁ ନିଯୁକ୍ତ ଅଛନ୍ତି। ୧୪ବର୍ଷ ହେଲା ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଲୁଣିପାଣି ବାହାରୁଛି। ଛାତ୍ରୀଛାତ୍ର ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ସୁବିଧା ନ ଥିବାରୁ ନିର୍ମିତ ଶୌଚାଳୟ ଅଚଳ ହୋଇପଡ଼ିଛି। ଶୌଚ ହେବା ଲାଗି ଛୋଟ ପିଲାମାନେ ନିକଟରେ ଥିବା ନଦୀକୁ ଯାଉଛନ୍ତି, ଯାହାକି ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ବିଦ୍ୟାଳୟ ପ୍ରାଚୀରକୁ ଲାଗି ରହିଛି ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ। ସେଠାରେ ପାନୀୟ ଜଳର ସମସ୍ତ ସୁବିଧା ଥିଲେ ବି ଅନୁରୋଧ ସତ୍ତ୍ୱେ ଅଧିକାରୀ ନାସ୍ତିବାଣୀ ଶୁଣାଇଛନ୍ତି। ବିଦ୍ୟାଳୟରେ ଜଳ ସମସ୍ୟା ନେଇ ସ୍ଥାନୀୟ ଲୋକପ୍ରତିନିଧି ଓ ଶିକ୍ଷା ବିଭାଗ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କୋଣସି ସୁଫଳ ମିଳିପାରି ନ ଥିବା ଗ୍ରାମବାସୀ କହିଛନ୍ତି।
ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ନମିତା ପତି କହନ୍ତି, ବିଦ୍ୟାଳୟରେ ରନ୍ଧନ କାର୍ଯ୍ୟ ପାଇଁ ପାଚିକାଙ୍କ ସହ ଜଣେ ସହାୟିକା ଆବଶ୍ୟକତା ଥିଲାବେଳେ ଏଠାରେ ଜଣେ ପାଚିକା ନିୟୋଜିତ ହୋଇଛନ୍ତି। ସେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସହ ପାଣି ବୋହି ଆଣୁଛନ୍ତି। ନୂତନ ନଳକୂପ ବସାଗଲେ ସମସ୍ୟାର ସମାଧାନ ହୋଇପାରନ୍ତା। ଧାମନଗର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭୀମସେନ ହୋ କହିଛନ୍ତି, ଉକ୍ତ ସ୍କୁଲ ନଳକୂପରୁ ଦୀର୍ଘବର୍ଷ ହେଲା ଲୁଣିପାଣି ବାହାରୁଛି। ସ୍ଥାନୀୟ ଲୋକପ୍ରତିନିଧି ଏଥିପ୍ରତି ଯତ୍ନଶୀଳ ହେଲେ ସମସ୍ୟାର ପ୍ରତିକାର ହୋଇପାରନ୍ତା। ତାଙ୍କ ସମୟରେ ନୂତନ ଭାବେ ଖୋଳାଯାଇଥିବା ନଳକୂପରୁ ଲୁଣିପାଣି ବାହାରିଲା। ତେବେ ନିକଟରେ ଥିବା ଇରିଗେଶନ ବିଭାଗ କାର୍ଯ୍ୟାଳୟରୁ ସପ୍ତାହେ ମଧ୍ୟରେ ସ୍କୁଲକୁ ପାଣି ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି ପାଳସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri