୧ ଦେଶ ୩ ପ୍ରଧାନମନ୍ତ୍ରୀ ! ରାଜନୈତିକ ସଙ୍କଟରେ ପାକିସ୍ତାନ…

ଇସଲାମାବାଦ,୧୨।୨ : ଦୀର୍ଘ ଦିନ ଧରି ପାକିସ୍ତାନ ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଆସୁଛି। ସାଧାରଣ ନିର୍ବାଚନ ପରେ ଏହା ଅନ୍ତତଃପକ୍ଷେ ରାଜନୈତିକ ସଙ୍କଟରୁ ମୁକ୍ତ ହେବ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ, ନିର୍ବାଚନ ଫଳାଫଳ ଆସିବା ପରେ ଏହି ସଙ୍କଟ ସମାପ୍ତ ହେବା ପରିବର୍ତ୍ତେ ଘନେଇବାରେ ଲାଗିଛି। ଏଠାରେ ରାଜନୈିକ ପରିସ୍ଥିତି ଏପରି ହୋଇଛି ଯେ ତିନି ନେତା ପ୍ରଧାନମନ୍ତ୍ରୀ ହେବାକୁ କିମ୍ବା ନିର୍ବାଚନରେ ଜିତିବାକୁ ଦାବି କରିଛନ୍ତି। ଯେତେବେଳେ କି, ନିର୍ବାଚନ ଫଳାଫଳରେ କେହି ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହାନ୍ତି।

ଫଳାଫଳ ଆସିବା ପୂର୍ବରୁ ମଧ୍ୟ ତିନିଥର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫ ତାଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ)ର ବିଜୟ ଦାବି କରିଥିଲେ। ତବେ ଫଳାଫଳ ତାଙ୍କ ସପକ୍ଷରେ ନାହିଁ ଏବଂ ସେ ଏକ ମିଳିତ ମଞ୍ଚ ଗଠନ କରି ସରକାର ଗଠନ କରିବାକୁ ଚେଷ୍ଟା କରୁଛନ୍ତି।

ନୱାଜ ସରିଫଙ୍କ ବ୍ୟତୀତ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ବିଜୟ ନେଇ କହିଛନ୍ତି। ଜେଲରେ ଥିବା ଇମ୍ରାନ ଏକ ଭିଡିଓ ମାଧ୍ୟମରେ ବିଜୟ ଦାବି କରିଥିଲେ। ତାଙ୍କ ଦ୍ୱାରା ସମର୍ଥିତ ପ୍ରାର୍ଥୀଙ୍କୁ ସେମାନଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଭୋଟ ଦେଇ ଲୋକମାନେ ସେମାନଙ୍କର ସ୍ବାଧୀନତାର ମୂଳଦୁଆ ପକାଇଛନ୍ତି।

ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାୱାଲ ଭୁଟ୍ଟୋ ଜାରଦାରୀ ପ୍ରଧାନମନ୍ତ୍ରୀ ହେବାର କୌଣସି ସ୍ଥିତିରେ ନାହାନ୍ତି। କିନ୍ତୁ ର୍ନିବାଚନ ଫଳାଫଳ ଏଭଳି ପରିସ୍ଥିତି ସୃଷ୍ଟି କରିଛି। ବାସ୍ତବରେ କେହି ସଂଖ୍ୟାଗରିଷ୍ଠତା ପାଇ ନାହାନ୍ତି, ତେଣୁ ନୱାଜ ସରିଫ ଏବଂ ବିଲାୱାଲ ଭୁଟ୍ଟୋଙ୍କ ଦଳ ମଧ୍ୟରେ ଏକ ମେଣ୍ଟ ହୋଇପାରେ ବୋଲି ଏକ ସମ୍ଭାବନା ରହିଛି। ଖବର ଅନୁଯାୟୀ, ବିଲାୱାଲ ଭୁଟ୍ଟୋ ଏକ ମେଣ୍ଟ ଗଠନ କରିପାରନ୍ତି କିନ୍ତୁ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ପଦ ମଧ୍ୟ ମାଗିପାରିବେ। କୁହାଯାଉଛି ପିପିପି ପ୍ରଧାନମନ୍ତ୍ରୀ ପଦ ସହିତ ନୱାଜ ସରିଫଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମଧ୍ୟ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri