ଚାକିରି ଦେବା ନାଁରେ ଦେଢ଼ଲକ୍ଷ ଠକେଇ

ଭୁବନେଶ୍ୱର,୭।୯(ବ୍ୟୁରୋ): ଏମ୍‌ସରେ ଚାକିରି ପାଇଁ ଘର ବନ୍ଧା ପକାଇ ଦେଢ଼ ଲକ୍ଷ ଟଙ୍କା ଋଣ କରିଥିଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଅଚ୍ୟୁତପୁର ଗ୍ରାମର କାର୍ତ୍ତିକ କୁମାର ସାହୁ। ହେଲେ ଟଙ୍କା ନେବା ପରେ ଠକ ଜଣକ ଚାକିରି ନ ଦେଇ ଲୋକ ପଠାଇ ମାଡ଼ ମାରିବା ସହ ଧମକ ଦେଲେ। ଏନେଇ ଅଭିଯୋଗ କରିଥିଲେ ମଧ୍ୟ ତମାଣ୍ଡୋ ପୋଲିସ ବର୍ଷେ ଧରି ବାରମ୍ବାର ଦୌଡ଼ାଇ ନିରାଶ କଲା। ଗୋଟିଏ ପଟେ ପୋଲିସର ନିର୍ଯାତନା ଓ ଅନ୍ୟପଟେ ଟଙ୍କା ଦେଇଥିବା ଲୋକଙ୍କ ତାଗିଦ୍‌ ସୀମା ଟପିଗଲା। ଶେଷରେ ଋଣଦାତା ଘରେ ପହଞ୍ଚି ପାଟିତୁଣ୍ଡ କରୁଥିବାବେଳେ କାର୍ତ୍ତିକଙ୍କ ବାପାଙ୍କର ହଠାତ୍‌ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ଏ ପରିସ୍ଥିତିରେ ଏବେ କାର୍ତ୍ତିକ ମାନସିକ ଭାରସାମ୍ୟ ହରାଇଥିବାବେଳେ ଶେଷରେ ନ୍ୟାୟ ପାଇଁ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ଠକେଇ କରିଥିବା ତମାଣ୍ଡୋ ଅଞ୍ଚଳର ଜୟନ୍ତ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।
ଅନୁଯାୟୀ, କାର୍ତ୍ତିକ ୨୦୧୮ରେ ଏମ୍‌ସରେ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିଲେ। ସେହି ସମୟରେ ସିଜୁଆ ଗ୍ରାମବାସୀ ବାହାର ପିଲାଙ୍କୁ ସେଠାରେ ଚାକିରି ଦେବାକୁ ବିରୋଧ କରିଥିଲେ। ଫଳରେ କାର୍ତ୍ତିକ ଇଣ୍ଟରଭ୍ୟୁ ଦେଇ ନ ପାରି ନିରାଶରେ ବୁଲାବୁଲି କରୁଥିବାବେଳେ ଜୟନ୍ତଙ୍କ ସହ ଭେଟ ହୋଇଥିଲା। ଜୟନ୍ତ ତାଙ୍କୁ ନିରାଶ ନ ହେବାକୁ ପରାମର୍ଶ ଦେବା ସହ ସେ ନିଜେ ଏମ୍ସରେ ଚାକିରି କରୁଥିବାରୁ ବଡ଼ ବାବୁଙ୍କୁ କହି ୮ଦିନ ଭିତରେ ମେଡିକାଲ ଆଟେଣ୍ଡାଣ୍ଟ୍‌ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଦେଢ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି କହିଥିଲେ। ଶେଷରେ ଚାକିରି ଆଶାରେ କାର୍ତ୍ତିକ ରହୁଥିବା ଘରକୁ ବନ୍ଧା ପକାଇ ଦେଢ ଲକ୍ଷ ଟଙ୍କା ସଂଗ୍ରହ କରି ତାଙ୍କୁ ଦେଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟରେ ଚାକିରି ପାଇପାରି ନ ଥିଲେ। ବଡ଼ବାବୁ ୫ ଲକ୍ଷ ଟଙ୍କା ଚାହୁଁଥିବା ଜୟନ୍ତ କହିବା ସହ କାର୍ତ୍ତିକଙ୍କଠାରୁ ଆଉ କିଛି ଟଙ୍କା ନେଇ ଦୁଇଦିନ ସମୟ ଦେଇଥିଲେ। ହେଲେ ଏହା ପରେ ବି ଚାକିରି ମିଳି ନ ଥିଲା। ସାର୍‌ ଦିଲ୍ଲୀ ପଳାଇଲେ। ଆଉ ୨ ହଜାର ଟଙ୍କା ନେଲେ ଚାର୍ଜରେ ଥିବା ଅନ୍ୟ ଅଫିସରଙ୍କୁ ଦେଇ ନିଯୁକ୍ତି ଲେଟର ଆଣିବି ବୋଲି କହି କାର୍ତ୍ତିକ ତାଙ୍କୁ ଆଉ ୪ଦିନ ସମୟ ଦେଇଥିଲେ। ଉକ୍ତ ଦିନ କାର୍ତ୍ତିକ ପହଞ୍ଚତ୍ବା ପରେ ଜୟନ୍ତ ତାଙ୍କୁ ଏମ୍‌ସର ପଛ ଗେଟରେ ଛିଡା କରି ନିଯୁକ୍ତି ଲେଟର ଆଣି ଆସୁଛି କହି ଫେରାର ହୋଇଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ କାର୍ତ୍ତିକ ସେଠାରେ ଅପେକ୍ଷା କରି ରହିଥିଲେ ମଧ୍ୟ ଜୟନ୍ତ ନ ଆସି ଲୋକଙ୍କୁ ପଠାଇ ମାଡ଼ ମାରି ଟଙ୍କା ନ ମାଗିବାକୁ ଧମକ ଦେଇଥିଲେ। ମାଡ଼ ଖାଇବା ପରେ କାର୍ତ୍ତିକ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳ ଛାଡ଼ି ଚାଲିଯାଉଥିବାବେଳେ ସ୍ଥାନୀୟ ଜଣେ ମହିଳା ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ପାର୍ଟିଶନ ପାଇଁ ନେଉଥିଲେ ଏତିକି ଟଙ୍କା ଲାଞ୍ଚ, ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ଧରିଲା ଭିଜିଲାନ୍ସ

ପାଟଣା,୨୮ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ଆସିଷ୍ଟାଣ୍ଟ ବିଏଚ୍‌ ଉମାଶଙ୍କର ମ୍ୟୁଟେଶନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ…

ପାର୍ବଣକୁ ନେଇ ପୁରୁଷୋତ୍ତମପୁର ପୋଲିସର କଡ଼ା ପଦକ୍ଷେପ: ମନଇଚ୍ଛା ହୋଇପାରିବନି ପୂଜା କି ଭସାଣି

ପୁରୁଷୋତ୍ତମପୁର,୨୮ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଲାଗି ପୂଜା, ପାର୍ବଣକୁ ଗୁରୁତ୍ୱ ଦେଇ ପୁରୁଷୋତ୍ତମପୁର ପୋଲିସ କଡ଼ା ପଦକ୍ଷେପ ନେଇଛି। ଯେପରି…

ଛାତ ଉପରେ ଶର୍ଟ ଉଡାଇଲେ ଯୁବକ, ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର: ନେପାଳର ବନ୍ୟାର ଛାତିଥରା ଭିଡିଓ ଭାଇରାଲ

କାଠମାଣ୍ଡୁ,୨୮।୮: ପ୍ରକୃତି ନେପାଳରେ ତାଣ୍ଡବ ସୃଷ୍ଟି କରିଛି। ସବୁଠି ପାଣି, କାଦୁଅ ଏବଂ ବିନାଶ ଦୃଶ୍ୟମାନ ହେଉଛି। ନଦୀଗୁଡ଼ିକ ପ୍ରବାହିତ ହେଉଛି, ରାସ୍ତାଗୁଡ଼ିକ ଭାସି ଯାଇଛି ଏବଂ…

ଅବ୍ୟବସ୍ଥା ଘେରରେ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର: ବର୍ଷା ଦିନେ ଛାତରୁ ଝରୁଛି ପାଣି

କର୍ଲାମୁଣ୍ଡା,୨୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ବର୍ଷା ହେଲେ ପାଣି ଝରୁଥିବାରୁ ରୋଗୀ ଓ ସ୍ବାସ୍ଥ୍ୟକର୍ମୀ ଅସୁବିଧାରେ ପଡ଼ୁଥିବା…

ଜିଲାପାଳ, ସିଡିଓ, ପୌରାଧ୍ୟକ୍ଷା, ଇଓଙ୍କୁ ରାଖି ବାନ୍ଧିଲେ ସଫେଇ କର୍ମଚାରୀ

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଅବସରରେ ଶୁକ୍ରବାର ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ ସ୍ବତନ୍ତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ‘ସୁରକ୍ଷାର ସାକ୍ଷୀ ରାଖି’ ପାଳନ କରାଯାଇଛି।…

ନେପାଳ ବନ୍ୟାରେ ଜୀବନ ରକ୍ଷା କଲା ହାଇଡ୍ରୋପାୱାର ସୁଡ଼ଙ୍ଗ, ବଞ୍ଚିଗଲେ ୩୫୦

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ମଧ୍ୟରେ ଅପର ତ୍ରିଶୂଳୀ ହାଇଡ୍ରୋପାୱାର ପ୍ରକଳ୍ପର ଏକ ସୁଡ଼ଙ୍ଗ ଶତାଧିକ ଲୋକଙ୍କ ପାଇଁ ଜୀବନରକ୍ଷକ ପାଲଟିଛି। ବନ୍ୟାଜଳ ସହ ମାଟି, ପଥର…

ନେପାଳ ବନ୍ୟା ବିଭୀଷିକା: ବରଗଡ଼ର ମା’-ଝିଅ ନିଖୋଜ, ସ୍ବାମୀ ସୁରକ୍ଷିତ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ବରଗଡ଼ ଜିଲାର ମା’ ଓ ଝିଅ ନିଖୋଜ ହୋଇ ଯାଇଥିବା ସୂଚନ ମିଳିଛି। ସେମାନେ ହେଲେ, ବରଗଡ଼ ବ୍ଲକ ଜାମପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri