କାଳିଆରେ ୧.୦୪ ଲକ୍ଷ ଚାଷୀ ଅଯୋଗ୍ୟ

ଭୁବନେଶ୍ୱର, ୨୫ା୨(ବ୍ୟୁରୋ):ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, କାଳିଆରେ ୫୬ ଲକ୍ଷ ୧୪ ହଜାର ୭୦୭ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୫୦ ହଜାର ୮୭୩ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୭ ଲକ୍ଷ ୦୪ ହଜାର ୭୩୩ ଜଣ ଭୂମିହୀନ କୃଷକ ପରିବାର ଉପକୃତ ହୋଇଥିବା କୃଷିମନ୍ତ୍ରୀ କହିଛନ୍ତି। ଯେଉଁମାନେ ଏଯାଏ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରି ନାହାନ୍ତି ସେମାନେ କାଳିଆ ଓ୍ବେବ୍‌ ପୋର୍ଟାଲରେ ଆବଶ୍ୟକ ଡକ୍ୟୁମେଣ୍ଟ ସହ ଅନ୍‌ଲାଇନ ଆବେଦନ କରିପାରିବେ। ସେହିଭଳି ବଳିଆ ଯୋଜନା ପାଇଁ ଯୋଗ୍ୟ ବିବେଚିତ ଚାଷୀଙ୍କ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି। କାଳିଆ ଯୋଜନାରେ ଅଯୋଗ୍ୟଙ୍କ ସଂଖ୍ୟା ଲକ୍ଷେ ଟପିଛି।
ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ କୃଷିମନ୍ତ୍ରୀ ସାହୁ ଏହି ଉତ୍ତର ରଖିଛନ୍ତି। କାଳିଆ ଯୋଜନାରେ ମୋଟ ୧,୦୪,୦୭୬ ଜଣ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏଥିରେ ଚାଷୀଙ୍କୁ ସହାୟତା କାର୍ଯ୍ୟକ୍ରମରେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ କୃଷି ବିଭାଗ ଦ୍ୱାରା ଡିବିଟି ତାଲିକା ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପ୍ରଦତ୍ତ ତାଲିକା ପ୍ରାଥମିକ ସ୍ତରରେ ବ୍ୟବହାର କରାଯାଇଥିଲା। ଯେଉଁମାନଙ୍କ ଆଧାର ନମ୍ବର ଓ ବ୍ୟାଙ୍କ ତଥ୍ୟ ଉପଲବ୍ଧ ଥିଲା ତାହାର ଏକ ତାଲିକା ଗ୍ରାମପଞ୍ଚାୟତ ସ୍ତରରେ ପ୍ରଦର୍ଶିତ ହୋଇଥିଲା। ଅଯୋଗ୍ୟ ବ୍ୟକ୍ତିବିଶେଷଙ୍କ ପାଇଁ ଆପତ୍ତି ଅଭିଯୋଗ ଓ ସ୍ବତଃପ୍ରବୃତ୍ତ ବାଦ୍‌ ଦେବା ପାଇଁ ଲାଲରଙ୍ଗ ଫର୍ମରେ ଦରଖାସ୍ତ ଗ୍ରହଣ କରାଯିବା ସଙ୍ଗେସଙ୍ଗେ ପଞ୍ଚାୟତ ନୋଡାଲ ଅଧିକାରୀ ସ୍ବତଃ ବାଦ୍‌ ଦେବା ଲାଗି ନିର୍ଦ୍ଦେଶ ଥିଲା। ଉକ୍ତ ତାଲିକାରେ ଯେଉଁମାନଙ୍କ ନାମ ନ ଥିଲା ସେମାନଙ୍କଠାରୁ ସବୁଜ ଆବେଦନପତ୍ର, ଚାଷୀଙ୍କ ବ୍ୟାଙ୍କଖାତାର ବିବରଣୀ ଓ ଆଧାର ନମ୍ବର ତଥ୍ୟ ଗ୍ରହଣ କରାଯାଇ ସେଗୁଡିକ କ୍ଷେତ୍ରସ୍ତରରେ ଥିବା ଗ୍ରାମ, ବ୍ଲକ, ଜିଲାସ୍ତରୀୟ କମିଟି ମାଧ୍ୟମରେ ଯାଞ୍ଚ କରାଗଲା। ଏହାପରେ ପୁନର୍ବାର କୌଣସି ତ୍ରୁଟିକୁ ଦୂରକରିବା ଲାଗି ରାଜ୍ୟସ୍ତରରେ ବିଭିନ୍ନ ତଥ୍ୟାବଳୀ ସହିତ ମେଳକ କରି ତର୍ଜମା କରାଗଲାପରେ ହିତାଧିକାରୀ ଚୟନ ହୋଇଥାଏ। ସେହିପରି ବାଦ୍‌ ପଡିଯାଇଥିବା ଚାଷୀଙ୍କୁ ସାମିଲ ଲାଗି ଅନ୍‌ଲାଇନ ମାଧ୍ୟମରେ ମଧ୍ୟ ଆବେଦନପତ୍ର ଗ୍ରହଣ କରାଯାଇଥିଲା। ସେହି ଅନ୍‌ଲାଇନ ଆବେଦନଗୁଡିକ ମଧ୍ୟ କ୍ଷେତ୍ର ଓ ରାଜ୍ୟସ୍ତରରେ ଯାଞ୍ଚ କରାଯିବା ପରେ ପ୍ରକୃତ ହିତାଧିକାରୀ ଚୟନ କରାଯାଇଥିଲା। କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୬,୧୪,୭୦୭ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି। କୌଣସି ହିତାଧିକାରୀ ଯେପରି ଡିବିଟି ଜରିଆରେ ସହାୟତା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ କାଳିଆ ଯୋଜନାରେ ଆଧାରଭିତ୍ତିକ ଓ ବ୍ୟାଙ୍କ ଆକାଉଣ୍ଟ ଭିତ୍ତିକ ଅର୍ଥରାଶି ପ୍ରେରଣ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri