ଯାଞ୍ଚ ଅଭାବରୁ ୧.୦୩ କୋଟି ହଡ଼ପ

ଯାଜପୁର ଅଫିସ,୧୬।୧୧: ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧ କୋଟି ୩ ଲକ୍ଷ ୩୯ ହଜାର ୬୮୮ ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍‌ ହୋଇଛି। ସିଏଜି( ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ)ଙ୍କ ୨୦୨୦ ବର୍ଷର ରିପୋର୍ଟରେ ଏହା ପର୍ଦ୍ଦାଫାଶ ହୋଇଛି। ବ୍ୟାଙ୍କ ଖାତା ସହିତ କ୍ୟାଶବୁକ୍‌ର ମେଳ ନ ହେବା ଫଳରେ ସରକାରୀ ଅର୍ଥ ଆତ୍ମସାତ୍‌ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ସମ୍ପୃକ୍ତ ବରିଷ୍ଠ କିରାଣିଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଜିଲା ପଞ୍ଚାୟତିରାଜ ଅଧିକାରୀ(ଡିପିଓ)ଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ବିଭାଗୀୟ ଉତ୍ତର ମିଳି ନ ଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।
ଓଡ଼ିଶା ଟ୍ରେଜେରି ସଂହିତା ଖଣ୍ଡ-୧ର ନିୟମ ୩୭ ଅନୁଯାୟୀ ସମସ୍ତ ଆର୍ଥିକ ନେଣଦେଣ କ୍ୟାଶବୁକ୍‌ରେ ଲିପିବଦ୍ଧ ହେବା କଥା। ଏହାସହ କ୍ୟାଶବୁକ୍‌ ଯାଞ୍ଚ ହୋଇଛି ବୋଲି କାର୍ଯ୍ୟାଳୟର ମୁଖ୍ୟଙ୍କ ଦ୍ୱାରା ପ୍ରମାଣିତ ହେବା ଜରୁରୀ। ଜିଲା ପଞ୍ଚାୟତ କାର୍ଯ୍ୟାଳୟ କ୍ଷେତ୍ରରେ ଡିପିଓଙ୍କ ଦ୍ୱାରା ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ କ୍ୟାଶ୍‌ବୁକ୍‌ ସହିତ ବ୍ୟାଙ୍କ ପାସ୍‌ବୁକର ମେଳ କରାଯିବା ଏବଂ ଏଥିସକାଶେ ଏକ ପ୍ରମାଣପତ୍ର କ୍ୟାଶବୁକ୍‌ରେ ଉଲ୍ଲେଖ କରାଯିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୨୦୧୨ ଜୁଲାଇରେ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ନୂଆପଡ଼ା ଜିଲା ପଞ୍ଚାୟତ ଅଧିକାରୀଙ୍କ ନଥିପତ୍ର ଯାଞ୍ଚରୁ ଜଣାପଡିଥିଲା ଯେ, ଡିପିଓଙ୍କ ବରିଷ୍ଠ କିରାଣି ୨୦୧୬ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ନୂଆପଡ଼ାସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କରେ ଦୁଇଟି ଚେକ ପ୍ରଦାନ କରି ୭,୦୮,୫୫୦ ଟଙ୍କାକୁ ସେଠାକାର ସେଣ୍ଟ୍ରାଲ ବ୍ୟାଙ୍କର ନିଜସ୍ବ ସଞ୍ଚୟ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରିଥିଲେ। ବ୍ୟାଙ୍କରେ ଏହା ଉପସ୍ଥାପିତ କରିବା ପୂର୍ବରୁ ସେ କାରସାଦି କରି ଚେକ୍‌ରେ ଉଲ୍ଲିଖିତ ରାଶିର ପୂର୍ବରୁ ସଂଖ୍ୟା ଯୋଡ଼ି ଦେଇଥିଲେ। ଏହାପରେ ସେ କ୍ୟାଶ୍‌ବୁକରେ ମାତ୍ର ୮,୫୫୦ ଟଙ୍କା ଦରଜ କରି ବଳକା ଅର୍ଥକୁ ଆତ୍ମସାତ୍‌ କରିଥିଲେ। ପୁଣି ୨୦୧୭ ଜାନୁୟାରୀରେ କର୍ମଚାରୀଙ୍କ ଟିଏ/ଡିଏ ବାବଦକୁ ଟ୍ରେଜେରିରୁ ୭୮.୭୨ ଲକ୍ଷ ଟଙ୍କା ଉଠାଯାଇଥିଲା। ଏହି ରାଶି ମଧ୍ୟରୁ ୬୮.୭୨ ଲକ୍ଷ ଟଙ୍କା ନୂଆପଡ଼ାସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କରେ ଡିପିଓଙ୍କ ସରକାରୀ ହିସାବ ଖାତାରେ ୨୭ ଜାନୁୟାରୀ ୨୦୧୭ରେ ଜମା କରାଯାଇଥିଲା। ବଳକା ୧୦ ଲକ୍ଷ ଟଙ୍କାକୁ ଉକ୍ତ ବ୍ୟାଙ୍କରେ ଥିବା ବରିଷ୍ଠ କିରାଣିଙ୍କ ନିଜସ୍ବ ହିସାବ ଖାତାରେ ଡାଇରେକ୍ଟ ଟ୍ରାନ୍ସଫର କ୍ରେଡିଟ ଦ୍ୱାରା ଜମା କରାଯାଇଥିଲା। ଏହି ପ୍ରବଞ୍ଚନା ବିଷୟରେ ଭାରତୀୟ ଷ୍ଟେଟବ୍ୟାଙ୍କ ୧୫ ଫେବୃୟାରୀ ୨୦୧୭ରେ ଡିପିଓଙ୍କୁ ଅବଗତ କରାଇଥିଲେ। ଏହାପରେ ଡିପିଓ କ୍ୟାଶ୍‌ବୁକ୍‌ ସହିତ ବ୍ୟାଙ୍କ ପାସ୍‌ବୁକ ମେଳ କରାଇଥିଲେ। ଏଥିରୁ ବରିଷ୍ଠ କିରାଣି ୧୭ ଲକ୍ଷ ଟଙ୍କା ଆମତ୍ସାତ କରିଥିବା ଡିପିଓ ଜାଣିବାକୁ ପାଇଥିଲେ। ସରକାରୀ ଅର୍ଥର ଆତ୍ମସାତ୍‌ କରିଥିବାରୁ ୨୮ ଫେବୃୟାରୀ ୨୦୧୭ରେ ସେ ଉକ୍ତ ବରିଷ୍ଠ କିରାଣିଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ କିରାଣିଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ।
ଅନ୍ୟପକ୍ଷରେ ନୂଆପଡ଼ା ଜିଲାପାଳଙ୍କ ନିର୍ଦ୍ଦେଶ(୨୮ ଫେବୃୟାରୀ ୨୦୧୭) ଅନୁସାରେ ଉପଜିଲାପାଳ ୨୦୧୪ ଜାନୁୟାରୀଠାରୁ ଫେବୃୟାରୀ ୨୦୧୭ ମଧ୍ୟରେ ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କରେ ହୋଇଥିବା ଦେଣନେଣକୁ ଯାଞ୍ଚ କରିଥିଲେ। ଏନେଇ ମାର୍ଚ୍ଚ ୨୦୧୭ରେ ସେ ରିପୋର୍ଟ ଦେଇଥିଲେ ଯେ, ଭାରତୀୟ ଷ୍ଟେଟବ୍ୟାଙ୍କ ଖାତାରୁ ଉଠାଯାଇଥିବା ୧.୪୭ କୋଟି ଟଙ୍କାରୁ ୭୫ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିଲା। ଭାରତୀୟ ଷ୍ଟେଟବ୍ୟାଙ୍କରୁ ନୂଆପଡା ସେଣ୍ଟ୍ରାଲ ବ୍ୟାଙ୍କରେ ଥିବା ବରିଷ୍ଠ କିରାଣିଙ୍କ ନିଜସ୍ବ ହିସାବ ଖାତାକୁ ସ୍ଥାନାନ୍ତର ହୋଇଥିବା ୭ ଲକ୍ଷ ଟଙ୍କା ଏହି ୭୫ ଲକ୍ଷ ଟଙ୍କାରେ ଅନ୍ତର୍ଭୁକ୍ତ ହୋଇଥିଲା। ସେଣ୍ଟ୍ରାଲ ବ୍ୟାଙ୍କ ଖାତାକୁ ପ୍ରପଞ୍ଚ କରି ସିଧାସଳଖ ସ୍ଥାନାନ୍ତର କରାଯାଇଥିବା ୧୦ଲକ୍ଷ ଟଙ୍କାକୁ ମିଶାଇ ସମୁଦାୟ ୮୫ ଲକ୍ଷ ଟଙ୍କା ଆମତ୍ସାତ ହୋଇଥିବା କମିଟି ନିର୍ଣ୍ଣୟ କରିଥିଲା। ସମୀକ୍ଷା ସମୟରେ ଏହା ପୁନଃପରିଲକ୍ଷିତ ହୋଇଥିଲା ଯେ, ୨୦୧୪ ମେ ମାସରୁ ୨୦୧୬ ଜାନୁୟାରୀ ମଧ୍ୟରେ ନୂଆପଡ଼ା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ସାତଟି ଖାତାରୁ ଡିପିଓ ୧୮ ଲକ୍ଷ ଟଙ୍କା ଉଠାଇଥିଲେ। କିନ୍ତୁ ଉକ୍ତ ରାଶି ସଂପୃକ୍ତ କ୍ୟାଶବୁକଗୁଡିକରେ ଦରଜ କରାଯାଇ ନ ଥିଲା। ଡିପିଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ଓ ଜଣେ ଚପରାଶିଙ୍କ ଦ୍ୱାରା ଏହି ରାଶି ଉଠାଯାଇଥିଲା। ଡିପିଓ କ୍ୟାଶବୁକ୍‌ରେ ଲିଖିତ ସଂଖ୍ୟାକୁ ନା ନିୟମିତ ଭାବରେ ଯାଞ୍ଚ କରିଥିଲେ ନା କ୍ୟାଶବୁକ୍‌ ଓ ବ୍ୟାଙ୍କ ପାସବୁକ୍‌ର ମାସିକ ମେଳ କରାଯାଇଥିଲା। ଡିପିଓଙ୍କର ଆଭ୍ୟନ୍ତରୀଣ ନିୟନ୍ତ୍ରଣରେ ଏହା ଏକ ଗୁରୁତର ତ୍ରୁଟି ଯୋଗୁ ୧.୦୩ କୋଟି ଟଙ୍କାର ସରକାରୀ ଅର୍ଥ ଆମତ୍ସାତ ହୋଇଥିଲା। ୨୦୧୭ ସେପ୍ଟେମ୍ବରରେ ଡିପିଓ ଏହି ତଥ୍ୟକୁ ଗ୍ରହଣ କରି ଦର୍ଶାଇଥିଲେ ଯେ, ପୂର୍ବତନ କୋଷାଧ୍ୟକ୍ଷ ଓ ଜଣେ ଚପରାଶି ମିଶି ଦସ୍ତଖତକୁ ଜାଲିଆତି କରି ଏବଂ ଚେକ୍‌ରେ ଉଲ୍ଲେଖ ରାଶିକୁ କାରସାଦି କରି ସମୁଦାୟ ଅର୍ଥକୁ ଉଠାଇ ନେଇଥିଲେ। ନିୟମ ଅନୁସାରେ ଦୃଢ଼ ଯାଞ୍ଚ ପଦ୍ଧତି ପାଳନ ହୋଇ ନ ଥିବାରୁ ଏହି ବିପୁଳ ପରିମାଣର ସରକାରୀ ଅର୍ଥ ଆତ୍ମସାତ ହୋଇ ପାରିଥିଲା। ନିଜ କର୍ତ୍ତବ୍ୟରେ ଅବହେଳା ଯୋଗୁ ସମ୍ପୃକ୍ତ ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସିଏଜି ପକ୍ଷରୁ ଦାବି ହୋଇଥିଲା। ୨୦୧୮ ଜୁଲାଇରେ ଏହି ମର୍ମରେ ଅର୍ଦ୍ଧ-ସରକାରୀ ପତ୍ର ଦ୍ୱାରା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବଙ୍କୁ ଅବଗତ କରାଯାଇଥିଲା। ଏପରି କି ୨୦୧୮ ଡିସେମ୍ବରରେ ଏକ ସ୍ମରଣପତ୍ର ପ୍ରେରଣ କରାଯାଇଥିଲା ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୃକ୍ତ ଡିପିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri