‌କଟକଣା ମାନିଲେନି, ୮ ଵାଇକ ଜଵତ

ମାଧପୁର, ୪।୪ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ବଜାରରେ ଲକଡାଉନ କଟକଣା ନ ମାନି ବାହାରେ ବୁଲିବା ଅଭିଯୋଗରେ ଶନିବାର ସନ୍ଧ୍ୟାରେ ପୋଲିସ ୮ ଟି ବାଇକ ଜବତ କରିଛି। ଆଠମଲ୍ଲିକ ଆଇଆଇସି ପ୍ରିୟବ୍ରତ ଦାସଙ୍କ ନେତୃତ୍ୱରେ ଏସଆଇ ଦେବଯାନୀ ଛଟର, ଏଏସଆଇ ସନାତନ ଧର ଏବଂ ଅନ୍ୟ ପୋଲିସ କର୍ମଚାରୀ ଜବତ ବାଇକକୁ ଆଠମଲ୍ଲିକ ଥାନାକୁ ନେଇଯାଇଛନ୍ତି।