୯/୧୧ ଓ୍ବାଲ୍ଡ୍‌ ଟ୍ରେଡ୍‌ ଟାଓ୍ବାର ଆକ୍ରମଣକୁ ପୂରିଲା ୧୮ ବର୍ଷ: ଆଫଗାନିସ୍ତାନରେ ଆମେରିକା ଦୂତାବାସ ଉପରେ ରକେଟ ମାଡ଼

କାବୁଲ,୧୧।୯: ଆମେରିକା ଓ୍ବାଲ୍ଡ୍‌ ଟ୍ରେଡ୍‌ ଟାଓ୍ବାର ଉପରେ ୧୮ ବର୍ଷ ତଳେ ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ଏକ ଯାତ୍ରୀବାହୀ ବିମାନକୁ ରକେଟ ଭଳି ବ୍ୟବହାର କରି ଓ୍ବାଲ୍ଡ୍‌ ଟ୍ରେଡ୍‌ ଟାଓ୍ବାର ଏବଂ ପେଣ୍ଟାଗନକୁ ଟାର୍ଗେଟ୍‌ କରିଥିଲେ। ଏହି ଘଟଣାରେ ୨ ହଜାର ୯ଶହ ୭୭ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାର ପୂର୍ତ୍ତି ପାଳନ ଅବସରରେ ଆଫଗାନିସ୍ତାନରେ ଆମେରିକା ଦୂତାବାସ ଉପରେ ଆତଙ୍କବାଦୀମାନେ ବୁଧବାର ରକେଟ ମାଡ଼ କରିଛନ୍ତିି। ରକେଟ ଦୂତାବାସ କମ୍ପାଉଣ୍ଡ୍‌ରେ ପଡ଼ିଥିବା କୁହାଯାଉଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

Share