୯/୧୧କୁ ବଳିଗଲା କରୋନା ଦୁଃଖ

ନ୍ୟୁୟର୍କ,୨ା୪ : ଆମେରିକାରେ ଭୟଙ୍କର ସ୍ଥିତି ସୃଷ୍ଟିକରିଛି କରୋନା ଭାଇରସ୍‌। ଗୋଟାଏ ପରେ ଗୋଟାଏ ମୁଣ୍ଡ ଗଡ଼ିଚାଲିଛି। ବୁଧବାର ସୁଦ୍ଧା ୪,୦୫୫ ଜୀବନ ନେଲାଣି ଏହି ପ୍ରାଣଘାତୀ ଭୂତାଣୁ। ଏଥିସହ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୧,୮୮,୫୭୮ରେ ପହଞ୍ଚିଛି। ଆଗକୁ କେତେଯେ ମୁଣ୍ଡ ନେବ ଏହି ମହାମାରୀ କହିବା ମୁସ୍କିଲ। ୯/୧୧ ଆତଙ୍କବାଦୀ ବିସ୍ଫୋରଣରେ ଆମେରିକାରେ ୨,୯୭୭ ଜୀବନ ଯାଇଥିଲା। ସେତେବେଳେ ରକ୍ତମୁଖା ହୋଇପଡ଼ିଥିଲା ଏହି ବିତ୍ତଶାଳୀ ଦେଶ। ଆତଙ୍କବାଦ ଦମନ ଲାଗି ଅଣ୍ଟା ଭିଡ଼ିବା ସହ କଠୋର ପଦକ୍ଷେପମାନ ଗ୍ରହଣ କରିଥିଲା। କିନ୍ତୁ ଏବେ ଅସହାୟ ପ୍ରାୟ। କରୋନାକୁ ରୋକିବା ଲାଗି ଜୁ ନାହିଁ ଏହି ମହାଶକ୍ତିର। ଘାତକ କୋଭିଡ୍‌-୧୯ ଆଗରେ ଆମେରିକା ଏବେ ଅସହାୟ ପାଲଟିଛି। ଲକ୍ଷାଧିକ ଲୋକଙ୍କୁ ଏହି ଭୂତାଣୁ ଆମେରିକାରେ ଶିକାର କରିବ ବୋଲି ଆଶଙ୍କା କରାଯାଉଛି। ପରିସ୍ଥିତି ଅତି ଭୟଙ୍କର ଓ କଷ୍ଟଦାୟକ ହେବାରେ ଲାଗିଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସ୍ବୀକାର କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକୁ ପରାମର୍ଶ ଦେଉଥିବା ଟ୍ରମ୍ପ କରୋନା ଭୂତାଣୁ ସଂକ୍ରମିତ, ମୃତକଙ୍କୁ ଦେଖି ନିରୁପାୟ ହୋଇପଡ଼ିଛନ୍ତି।
କେବଳ ନ୍ୟୁୟର୍କ ସହରରେ ଏବେ ୧,୦୯୬ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟକର୍ମୀଙ୍କ ଲାଗି ପ୍ରୋଟେକ୍ଟିଭ୍‌ ମାସ୍କ, ଟେଷ୍ଟ କିଟ୍ସ୍‌, ଭେଣ୍ଟିଲେଟର, ହସ୍ପିଟାଲ, ସଂକ୍ରମିତଙ୍କ ଚିକିତ୍ସାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଟ୍ରମ୍ପ ଏଭଳି ସମସ୍ୟା ଲାଗି ପୂର୍ବ ପ୍ରସ୍ତୁତି କରି ନ ଥିବା ଡେମୋକ୍ରାଟିକ୍‌ ସ୍ପିକର ନାନ୍‌ସି ପେଲୋସି ଅଭିଯୋଗ ଆଣି ସମାଲୋଚନା କରିଛନ୍ତି। ପ୍ରାରମ୍ଭରୁ ଟ୍ରମ୍ପ ନିଜ କ୍ଷମତା ବଳରେ ବିଭିନ୍ନ କମ୍ପାନୀ ସହଯୋଗରେ ପୂର୍ବ ପ୍ରସ୍ତୁତି କରିପାରିଥାନ୍ତେ ବୋଲି ପେଲୋସି କହିଛନ୍ତି। ନ୍ୟୁୟର୍କରେ ୩୦ ହଜାର ଭେଣ୍ଟିଲେଟରର ଆବଶ୍ୟକତା ରହିଥିବା ବେଳେ ଏବେ ମାତ୍ର ୪ ହଜାର ଉପଲବ୍ଧ ଥିବା ଗଭର୍ନର ଆଣ୍ଡ୍ର୍ୟୁ କୁଓମୋ ପ୍ରକାଶ କରିଛନ୍ତି। ଆଗାମୀ ୨ ସପ୍ତାହ ଆମେରିକା ଲାଗି ଘଡ଼ିସନ୍ଦି ମୁହୂର୍ତ୍ତ ପାଲଟିଛି। ଭୂତାଣୁ ନିୟନ୍ତ୍ରଣରେ ବିଫଳ ହେଲେ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଯିବାର ଆଶଙ୍କା ଦେଖାଦେଇଛି। ଏବେ ୩୩ ପ୍ରଦେଶରେ ଲକ୍‌ଡାଉନ୍‌ ପାଳନ କରାଯାଉଥିଲେ ହେଁ ଏହା ଯଥେଷ୍ଟ ନୁହେଁ ବୋଲି ଅଭିଯୋଗ ଉଠିଛି। ସାମାଜିକ ଦୂରତ୍ୱ ରକ୍ଷା ଓ ମାନବୀୟ ସଚେତନତା ଉପରେ ଗୁରୁତ୍ୱ ଦେବାକୁ ଟ୍ରମ୍ପ ପ୍ରଶାସନ କହିଛି।
ସେପଟେ ଆଗାମୀ ୨ ସପ୍ତାହ ସ୍ଥିତି ଜଟିଳ ହେବ ବୋଲି ଟ୍ରମ୍ପ ସତର୍କ କରାଇବା ପରେ ଷ୍ଟକ୍‌ମାର୍କେଟ ବୁଧବାର ନିମ୍ନଗାମୀ ହୋଇଛି। ୟୁରୋପୀୟ ଅଂଶଧନ ଏକଦମ୍‌ ତଳକୁ ଖସିଯାଇଛି। ଲଣ୍ଡନରେ ଏହା ୩.୫% ତଳକୁ ଖସିଥିବା ବେଳେ ଟୋକିଓରେ ୪.୫% କମିଯାଇଛି। ଯଦି ଏଭଳି ସ୍ଥିତି ଆଗକୁ ଦେଖାଯାଏ, ତେବେ ଆର୍ଥତ୍କ ମାନ୍ଦାବସ୍ଥା ଗୁରୁତର ହେବାର ଆଶଙ୍କା ରହିଛି। ଫଳରେ ସାରାବିଶ୍ୱ ଏହା ଦ୍ୱାରା ସଙ୍କଟ ମଧ୍ୟକୁ ଠେଲିହୋଇ ଯିବାର ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri