୯ ହଜାରରୁ ଅଧିକ ଭୋଟରେ ବିକ୍ରମ ଆଗୁଆ

ବ୍ରହ୍ମପୁର ଅଫିସ,୨୩।୫- ବ୍ରହ୍ମପୁର ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ୯ ହଜାରରୁ ଅଧିକ ଭୋଟରେ ଆଗୁଆ ହୋଇଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା ବିକ୍ରମଙ୍କୁ ୧୭ହଜାର ୧୭୫ଖଣ୍ଡ ଭୋଟ ମିଳିଛି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ଭାଜପାର କାହ୍ନୁ ଚରଣ ପତିଙ୍କୁ ୭ହଜାର ୯ଶହ ଭୋଟ ମିଳିଛି। କଂଗ୍ରେସର ଲିଙ୍ଗରାଜ ଚୌଧୁରୀ ମାତ୍ର ୧୦୦୮ ଭୋଟ ପାଇଛନ୍ତି।