୯ ମିନିଟ୍‌ର ଲାଇଟ୍ ଅଫ୍‌: ପାୱାର ଗ୍ରୀଡ୍ ବ୍ଲାକ୍‌ଆଉଟ୍ ହେବା ଆଶଙ୍କା !

ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ବିରୋଧରେ ଏକଜୁଟ ହେବା ପାଇଁ ରବିବାର ରାତ୍ର ୯ଟାଠାରୁ ୯ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ଦୀପ, ମହମବତୀ ଅବା ଟର୍ଚ୍ଚ ଲାଇଟ୍ ଜଳାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ତେବେ ଏହାଦ୍ୱାରା ପାୱାର ଗ୍ରୀଡ୍ ଉପରେ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ଦେଖାଦେଇଛି । ଏପରି କରିବା ଦ୍ୱାରା ଗ୍ରୀଡ୍ ଉପରେ ଅଚାନକ ଲୋଡ୍ କମ୍ ହେବ । ଫଳରେ ଗ୍ରୀଡ୍‌ରେ ସନ୍ତୁଳନ ରହିବ ନାହିଁ ଏବଂ ଏହା କାମ କରିବା ବନ୍ଦ କରିଦେବ । ଏହାଯୋଗୁ ବ୍ଲାକ୍‌ଆଉଟ୍ ହେବାର ଆଶଙ୍କା ରହିଛି । ଅର୍ଥାତ୍ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ବନ୍ଦ ହୋଇଯିବ ବୋଲି ଶକ୍ତି ମନ୍ତ୍ରୀ ଆର୍‌.କେ. ସିଂ କହିଛନ୍ତି । ଏହି ସମୟରେ ଦେଶର ପିକ୍ ଲୋଡ୍ ୧୨୦ ଗିଗାୱାଟ୍ ଥିବାବେଳେ ଘରୋଇ ଲୋଡ୍ ୧୨-୧୫ ଗିଗାୱାଟ୍ ମଧ୍ୟରେ ରହିଥିବ । ଘରୋଇ ଲୋଡ୍‌କୁ ନିୟନ୍ତ୍ରଣ କରାଗଲେ ବିଦ୍ୟୁତ୍ ଯୋଗାଣ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଥିବା କୁହାଯାଉଛି ।

Share