୯ ବର୍ଷରେ ମଶା ନେଇଛି ୫୩ ମୁଣ୍ଡ : ଡେଙ୍ଗୁରେ ୨୬, ମ୍ୟାଲେରିଆରେ ୨୭ ମୃତ୍ୟୁ

ଅନୁଗୋଳ ଅଫିସ, ୧୮।୫ – ମଶା ନେଉଛି ମଣିଷ ଜୀବନ। ବିଶେଷକରି ଅନୁଗୋଳର ପାହାଡ଼ିଆ ତଥା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗରେ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି। ସଚେତନତା ଅଭାବରୁ ସେମାନେ ଏହି ମଶାଜନିତ ରୋଗର ଶିକାର ହେଉଥିବା ବେଳେ ଗତ ୯ ବର୍ଷରେ ୫୩ଜଣଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ଡେଙ୍ଗୁରେ ୨୬ଜଣଙ୍କ ଜୀବନ ଯାଇଥିବା ବେଳେ ମ୍ୟାଲେରିଆରେ ମରିଛନ୍ତି ୨୭ ରୋଗୀ।
ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୧ରେ ୧୦,୩୧୬ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ୨୦୧୨ରେ ୭,୬୭୬ ରୋଗୀଙ୍କ ରକ୍ତରେ ମ୍ୟାଲେରିଆ ଥିବା ଚିହ୍ନଟ ହୋଇଥିଲା। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ପରବର୍ତ୍ତୀ ବର୍ଷ ଅର୍ଥାତ୍‌ ୨୦୧୩ରେ ୧୧,୫୩୩ ଜଣଙ୍କୁ ମ୍ୟାଲେରିଆ ହୋଇଥିବା ଜଣାପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୪ରେ ଏହି ରୋଗୀ ସଂଖ୍ୟା ଉଦ୍‌ବେଗଜନକ ଅବସ୍ଥାକୁ ଆସିଥିଲା। ଉକ୍ତ ବର୍ଷ ୨୭,୬୦୦ ଜଣ ମ୍ୟାଲେରିଆ ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପର ବର୍ଷ ଅର୍ଥାତ୍‌ ୨୦୧୫ରେ ମ୍ୟାଲେରିଆ ରୋଗୀ ସଂଖ୍ୟା ରେକର୍ଡ ପରିମାଣର ବଢ଼ିଯାଇଥିଲା। ଏହି ବର୍ଷରେ ୨୯,୮୫୩ ଜଣଙ୍କଠାରେ ମ୍ୟାଲେରିଆ ଭୂତାଣୁ ଚିହ୍ନଟ ହୋଇଥିଲା। ଚିକିତ୍ସା ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୬ରେ ୧୭,୨୭୨ ଜଣଙ୍କ ଶରୀରରେ ମ୍ୟାଲେରିଆ ଭୂତାଣୁ ଦେଖାଦେଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ରେ ୯,୮୫୪ ଜଣ ଏହି ରୋଗରେ ପୀଡ଼ିତ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ରେ ସ୍ବାସ୍ଥ୍ୟ ବିଭାଗକୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ମାତ୍ର ୬୪୭ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ହେଁ କାହାରି ମୃତ୍ୟୁ ହୋଇ ନ ଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସେହିପରି ୨୦୧୯ରେ ଅଦ୍ୟାବଧି ୨୬ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କାହାରି ମୃତ୍ୟୁ ହୋଇ ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ସେହିପରି ଡେଙ୍ଗୁ ସ୍ଥିତି ଜିଲାରେ ପୂର୍ବରୁ ସଙ୍ଗିନ ଥିଲେ ମଧ୍ୟ ଏଥିରେ ସାମାନ୍ୟ ରୋକ୍‌ ଲାଗିଛି। ୨୦୧୧ରେ ଡେଙ୍ଗୁ ୨୩ ଜଣଙ୍କ ପ୍ରାଣ ନେଲାପରେ ସ୍ବାସ୍ଥ୍ୟ ବିଭାଗ ଅଣନିଃଶ୍ୱାସୀ ହୋଇପଡ଼ିଥିଲା। ଏହାପର ବର୍ଷ କୌଣସି ଲୋକ ମୃତାହତ ହୋଇ ନ ଥିଲେ ମଧ୍ୟ କେତେଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ୨୦୧୩ରେ ସ୍ବାସ୍ଥ୍ୟ ବିଭାଗକୁ ପୁଣି ଅଡ଼ୁଆରେ ପକାଇଥିଲା ଡେଙ୍ଗୁ। ଉକ୍ତ ବର୍ଷ ୩ ଜଣଙ୍କ ମୁଣ୍ଡ ଗଡ଼ିଥିଲା। ୨୦୧୪ରେ ୫୪ ଜଣ ଆକ୍ରାନ୍ତ ହୋଇଥିଲେ ହେଁ କାହାରି ମୃତ୍ୟୁ ହୋଇ ନ ଥିଲା। ୨୦୧୫ରେ ୫୬ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୬ରେ ରୋଗୀ ସଂଖ୍ୟା ହ୍ରାସ ପାଇ ୪୫ ଓ ୨୦୧୭ରେ ୧୪କୁ ଖସିଆସିଥିଲା। ୨୦୧୮ରେ ସ୍ବାସ୍ଥ୍ୟ ବିଭାଗର ଖାମଖିଆଲି ନୀତି ଯୋଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇ ୩୪ ହୋଇଯାଇଥିଲା।
ଏ ନେଇ ଜିଲା ମ୍ୟାଲେରିଆ ଓ ଡେଙ୍ଗୁ ଅଧିକାରୀ ଡାକ୍ତର ବିଶ୍ୱବିହାରୀ ମହାନ୍ତି କହିଛନ୍ତି, ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ତେବେ ବିଗତ ବର୍ଷ ଅପେକ୍ଷା ସ୍ଥିତିରେ ସୁଧାର ଆସୁଛି। ଆଶାକର୍ମୀ, ସ୍ବାସ୍ଥ୍ୟ କର୍ମୀମାନଙ୍କୁ ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀମାନଙ୍କ ପାଇଁ ସ୍ବତନ୍ତ୍ର କିଟ୍‌ ସହ ଔଷଧ ପ୍ରଦାନ କରାଯାଇଛି। ଏତଦ୍‌ବ୍ୟତୀତ ବିଭାଗ ପକ୍ଷରୁ ସବୁ ପ୍ରକାର ପ୍ରତିଷେଧକ ଏବଂ ନିରାକରଣ ବ୍ୟବସ୍ଥା ହାତକୁ ନିଆଯାଉଛି। ଆଗାମୀ ଦିନରେ ଏହି ରୋଗକୁ ନିପାତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଡାକ୍ତର ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri