୯ ବଖରା ଜଳିଗଲା

ଭଣ୍ଡାରିପୋଖରୀ/ତିହିଡ଼ି, ୧୫।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ନେଉଳିଆ ଓ ତିହିଡ଼ି ଥାନା ବାରସର ପଞ୍ଚାୟତ ଅଧୀନ ଚକରାସାହି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଜଳି ଯାଇଛି। ସୂଚନା ଅନୁଯାୟୀ, ନେଉଳିଆ ଗଁାରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡରେ ସୁଶାନ୍ତ ବଳଙ୍କ ୨ ବଖରା ବାସଗୃହ ସହ ଦୁଇଟି ଛଣଗଦା ପୋଡ଼ିଯାଇଛି। ଭଣ୍ଡାରିପୋଖରୀ ଦମକଳ କର୍ମଚାରୀ ଆସି ନିଅଁାକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ସେହିପରି ଚକରାସାହି ଗ୍ରାମର ରତ୍ନାକର ମଳିକ ଓ କୈଳାସ ମଳିକଙ୍କ ୫ ବଖରା ଘର ଜଳିଯାଇଛି। ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତିହିଡ଼ିରୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଅଁା ଲିଭାଇଥିଲେ।