୯ ଦିନ ହେଲା ବଲାଙ୍ଗୀର-ମୋହନଗିରି ରାସ୍ତା ବିଚ୍ଛିନ୍ନ

ମୋହନଗିରି,୧୯।୮(ଡି.ଏନ.ଏ.) କଳାହାଣ୍ଡି ଜିଲାରେ ଗତ ୧୧ରୁ ୧୪ ତାରିଖରେ ହୋଇଥିବା ବନ୍ୟାରେ ମ.ରାମପୁର ବ୍ଲକ ମୋହନଗିରି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମୋହନଗିରିଠାରୁ ଗୁଡଭେଲା ଦେଇ ବଲାଙ୍ଗୀରକୁ ସଂଯୋଗ କରୁଥିବା ରାସ୍ତା ମୋହନଗିରିରୁ ୪ କି.ମି. ଦୂର କାଳିଗଙ୍ଗା ନଦୀର ଟେକର ଘାଟଠାରେ ରସ୍ତା ଧୋଇଯାଇଛି । ଫଳରେ ଏହି ରାସ୍ତାରେ କୌଣସି ଯାନବାହନ ଯିବାଅସିବା ସମ୍ଭବ ହେଉନାହିଁ । ଏହି ରାସ୍ତା ଦେଇ ଦୈନିକ ଶତାଧିକ ଯାନବାହନରେ ଲୋକେ ତୁଷରା ବଲାଙ୍ଗୀରକୁ ଯାତାୟାତ କରୁଥିଲେ । ରାସ୍ତା ଧୋଇଯିବ ଯୋଗୁ ଏବେ ମୋହନଗିରି ସ୍କୁଲ/କଲେଜକୁ ଆସୁଥିବା ଛାତ୍ରୀଛାତ୍ରମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପରେ ନର୍ଲା ବିଧାୟକ ଭୁପିନ୍ଦ୍ର ସିଂ ରବିବାର ଆସି ଧୋଇ ଯାଇଥିବା ରାସ୍ତା ଅନୁଧ୍ୟାନ କରିଛନ୍ତି । ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।