୯ ଟ୍ରେନ୍‌ରେ ‘ହେଡ୍‌ ଅନ୍‌ ଜେନେରେଶନ’: ୩ମାସରେ ଖର୍ଚ୍ଚ କମିଲା ୩ କୋଟି

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ଟ୍ରେନ୍‌ରେ ଉନ୍ନତ ଯାନ୍ତ୍ରିକ କୌଶଳ ବ୍ୟବହାର କରି ପୂର୍ବତଟ ରେଳପଥ ଖର୍ଚ୍ଚକାଟ୍‌ କରିବାରେ ସଫଳ ହୋଇଛି। ୯ ଟ୍ରେନ୍‌ର ୧୭ଟି ରେକ୍‌ରେ ‘ହେଡ୍‌ ଅନ୍‌ ଜେନେରେଶନ’ ସିଷ୍ଟମ ବ୍ୟବହାର କରାଯିବା ଦ୍ୱାରା ଗତ ତିନିମାସ ମଧ୍ୟରେ ୩.୨ କୋଟି ଟଙ୍କା ଖର୍ଚ୍ଚ ହ୍ରାସ କରାଯାଇପାରିଛି। ଡିସେମ୍ବର ଶେଷସୁଦ୍ଧା ଆଉ ୧୬ ରେକ୍‌ରେ ଏହାକୁ ଲଗାଇବାକୁ ଯୋଜନା କରାଯାଉଛି। ଏହା ସମ୍ପୂର୍ଣ୍ଣ ହେଲେ ପୂର୍ବତଟ ରେଳପଥ ବାର୍ଷିକ ୪୦ କୋଟି ଟଙ୍କା ଖର୍ଚ୍ଚକାଟ କରିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ହେଡ୍‌ ଅନ୍‌ ଜେନେରେଶନ ବା ଏଚ୍‌ଓଜି ହେଉଛି ଏକ ବିଦ୍ୟୁତ୍‌ ଯୋଗାଣକାରୀ ସିଷ୍ଟମ। ଏହା ଟ୍ରେନ୍‌ର ଲୋକୋମୋଟିଭ୍‌ରୁ ଟ୍ରେନ୍‌ର ଅନ୍ୟ କୋଚ୍‌କୁ ବିଦ୍ୟୁତ୍‌ ଯୋଗାଉଛି। ଏହାଦ୍ୱାରା କୋଚ୍‌ରେ ଫ୍ୟାନ୍‌, ଲାଇଟ୍‌, ଏସି ଆଦି ବିଦ୍ୟୁତ୍‌ ଉପକରଣ କମ୍‌ ବିଦ୍ୟୁତ୍‌ ଖର୍ଚ୍ଚରେ ଚାଲିପାରୁଛି। ପୂର୍ବରୁ ଏଥିଲାଗି ଜେନେରେଟର ବ୍ୟବହାର କରାଯାଉଥିଲା। ଫଳରେ ଇନ୍ଧନ ପୋଡ଼ିବା ସହ ଶବ୍ଦ ଓ ବାୟୁ ପ୍ରଦୂଷଣ ହେଉଥିଲା। ଏବେ ଏଚ୍‌ଓଜି ବ୍ୟବହାର ହେବା ପରେ କେବଳ ଜରୁରିକାଳୀନ ସମସ୍ୟା ପାଇଁ ଗୋଟିଏ ଜେନେରେଟର ବ୍ୟବହାର କରାଯାଉଛି। ଏହି ସିଷ୍ଟମ ଦ୍ୱାରା କେବଳ ଖର୍ଚ୍ଚକାଟ୍‌ କରାଯାଇନି, ରାଜସ୍ବ ବଢ଼ାଇବାକୁ ମଧ୍ୟ ଯୋଜନା ହୋଇଛି। ଏହାସହ ‘ହେଡ୍‌ ଅନ୍‌ ଜେନେରେଶନ’ର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ଜେନେରେଟରଠାରୁ ଯଥେଷ୍ଟ କମ୍‌। ସୂଚନାଯୋଗ୍ୟ, ଭାରତୀୟ ରେଳପଥ ୩୪୨ ଟ୍ରେନ୍‌ରେ ଏଚ୍‌ଓଜି ଲଗାଇସାରିଛି। ଏଥିଯୋଗୁ ବାର୍ଷିକ ୮୦୦ କୋଟି ଟଙ୍କା ଖର୍ଚ୍ଚ କାଟ କରିପାରିଛି। ଆଗକୁ ଆହୁରି ୨୮୪ ଟ୍ରେନ୍‌ରେ ଏହି ବ୍ୟବସ୍ଥା କରିବାକୁ ଯୋଜନା ରହିଥିବା ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri