Categories: ଗଞ୍ଜାମ

୯ ଜୁଆଡି ଗିରଫ, ୧୯ହଜାର ଟଙ୍କା ଜବତ

ହିଞ୍ଜିଳିକାଟୁ,୨୪ା୫(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳ ଥାନାସାହି ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ରବିବାର ହିଞ୍ଜିଳିକାଟୁ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ୯ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୯ହଜାର ୨ଶହ ଟଙ୍କା ଓ ତାସ ମୁଠା ଜବତ କରିଛି। ଏନେଇ ନଂ.୧୬୬/୨୦ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି।