୯୪ ଦେଶକୁ ବ୍ୟାପିଲାଣି କରୋନା

ପ୍ୟାରିସ୍‌,୮।୩(ଏଏଫ୍‌ପି): ମାରାତ୍ମକ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି। ବର୍ତ୍ତମାନ ସୁଦ୍ଧା ଏହା ୯୪ ଦେଶକୁ ବ୍ୟାପିଲାଣି। ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୧,୦୧,୯୮୮ରେ ପହଞ୍ଚତ୍ଥିବାବେଳେ ୩୪୯୧ ଜଣଙ୍କ ଜୀବନ ଗଲାଣି। ଦିନକ ମଧ୍ୟରେ ୧୧୪୬ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ଚାଇନାରେ ରୋଗୀ ସଂଖ୍ୟା ୮୦,୬୫୧ ହୋଇଥିବାବେଳେ ୩୦୭୦ ଜଣଙ୍କ ମୃତ୍ୟୁ ହୋଇଛି। ଚାଇନା ବାହାରେ ମୋଟ ୨୧,୩୩୭ ଜଣଙ୍କୁ କରୋନା ସଂକ୍ରମିତ ହୋଇଥିବାବେଳେ ୪୨୧ ଜଣଙ୍କ ଜୀବନ ଯାଇଛି। ଇରାନରେ ୧୦୭୬ ନୂଆ ରୋଗୀ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୮୨୩ରେ ପହଞ୍ଚତ୍ଛି। ସେଠାରେ ୧୪୫ ଜଣ ପ୍ରାଣ ହରାଇଲେଣି। ସଂକ୍ରମଣ ସନ୍ଦେହରେ ୧୬ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ହସ୍ପିଟାଲରେ ରଖାଯାଇଛି। ଚାଇନା ପରେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଦକ୍ଷିଣ କୋରିଆରେ ଦୁଇଟି ଆପାର୍ଟମେଣ୍ଟକୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଦକ୍ଷିଣ କୋରିଆରେ ସଂକ୍ରମିତଙ୍କ ସଂଖ୍ୟା ୬୭୬୭ ଓ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚତ୍ଛି। ଚାଇନାର କ୍ୱାନ୍‌ଝୋଉରେ ଥିବା ଏକ ହୋଟେଲରେ କରୋନା ସନ୍ଦିଗ୍ଧମାନଙ୍କୁ ମେଡିକାଲ ପର୍ଯ୍ୟବେକ୍ଷଣରେ ରଖାଯାଇଥିବାବେଳେ ଉକ୍ତ ହୋଟେଲ ଭୁଶୁଡ଼ି ପଡିଛି। ଫଳରେ ୨୩ ଜଣ ଭଗ୍ନାବଶେଷ ତଳେ ରହିଯାଇଛନ୍ତି।

Share