୯୦୯ କଳାକାରଙ୍କୁ ମିଳିଲା ଆଗୁଆ ଭତ୍ତା

କେନ୍ଦୁଝର, ୧୧ା୪(ଡି.ଏନ୍‌.ଏ.)- କରୋନା ଲାଗି ଲକ୍‌ ଡାଉନ୍‌ ଚାଲିଥିବା ବେଳେ କେନ୍ଦୁଝର ଜିଲାର ୯୦୯ କଳାକାରଙ୍କୁ ୪ମାସର ଅଗ୍ରୀମ ଭତ୍ତା ଦିଆଯାଇଛି। ସଂସ୍କୃତି ବିଭାଗ ପକ୍ଷରୁ ଜିଲାର ଏହି କଳାକାରମାନଙ୍କୁ ମାର୍ଚ୍ଚରୁ ଜୁନ୍‌ ମାସ ପର୍ଯ୍ୟନ୍ତ ମାସକୁ ୧୨୦୦ ଟଙ୍କା ହିସାବରେ ପ୍ରତ୍ୟେକ କଳାକାରଙ୍କୁ ୪୮୦୦ ଟଙ୍କା ଲେଖାଏଁ ସେମାନଙ୍କ ଆକାଉଣ୍ଟକୁ ଅନ୍‌ଲାଇନ୍‌ ଟ୍ରାନ୍ସଫର କରାଯାଇଛି। ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଏହି ସୂଚନା ଦେଇଛନ୍ତି।