୯ରେ ଜାତିସଂଘରେ ଆଲୋଚନା

ଜାତିସଂଘ,୮ା୪: ସାରା ବିଶ୍ୱ ଏବେ ମାରାତ୍ମକ କରୋନା ମହାମାରୀ କବଳିତ ହୋଇଥିବାବେଳେ ସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଏକ ବୈଠକ ବସୁଛି। ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୬୩ ହଜାରରେ ପହଞ୍ଚତ୍ଥିବାବେଳେ ୭୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ଏଭଳି ସ୍ଥିତିରେ ଜାତିସଂଘ ସୁରକ୍ଷା ପରିଷଦ ପ୍ରଥମ ଥର ପାଇଁ କରୋନା ଉପରେ ଆଲୋଚନା କରିବାକୁ ଯାଉଛି। ଏପ୍ରିଲ ମାସ ପାଇଁ ପରିଷଦର ଅଧ୍ୟକ୍ଷ ଥିବା ଡୋକିନିକାନ୍‌ ରିପବ୍ଲିକ୍‌ ପକ୍ଷରୁ କୁହାଯାଇଛି, କୋଭିଡ୍‌-୧୯ର ପ୍ରଭାବ ଉପରେ ଭିଡିଓ-ଟେଲିକନ୍‌ଫରେନ୍ସିଂ ଗୁରୁବାର ଅନୁଷ୍ଠିତ ହେବ। ଏଥିରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଭାଗନେଇ ସୁରକ୍ଷା ପରିଷଦକୁ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ଅବଗତ କରାଇବେ। ଚାଇନାରେ ଏହି ଭୂତାଣୁ ସଂକ୍ରମଣ ହେବା ୪ ମାସ ହୋଇଗଲାଣି। ଜାତିସଂଘ ସୁରକ୍ଷା ପରିଷଦରେ ଏନେଇ ଆଲୋଚନା କରିବାକୁ ଉଦ୍ୟମ ହୋଇଥିଲେ ହେଁ ଦୁଇ ଭିଟୋ କ୍ଷମତାସମ୍ପନ୍ନ ରାଷ୍ଟ୍ର ଆମେରିକା ଓ ଚାଇନା ମଧ୍ୟରେ ମତଭେଦ କାରଣରୁ ତାହା ହୋଇପାରି ନାହିଁ। ୯ ତାରିଖ ବୈଠକରେ କରୋନା ମୁକାବିଲା ଲାଗି ଜାତିସଂଘ ସୁରକ୍ଷା ପରିଷଦରେ ମିଳିତ ଘୋଷଣାନାମା କିମ୍ବା ସଂକଳ୍ପ ଆଣିବା ନିମନ୍ତେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ କରୋନା ମହାମାରୀର ମୁକାବିଲା ନିମନ୍ତେ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି ଲାଗି ଗତ ସପ୍ତାହରେ ଜାତିସଂଘ ସାଧାରଣ ସଭାରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଇରାନ ଆଗରେ ୨ଟି ବଡ଼ ସର୍ତ୍ତ ରଖିଲା ଆମେରିକା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌,୧୫।୪: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସପ୍ତାହରେ ଆମେରିକା…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ ବଢୁଛି ଚର୍ଚ୍ଚା: ମନମୋହନ ଦେଲେ ଏମିତି ପରାମର୍ଶ

ଭୁବନେଶ୍ୱର,୧୫।୪(ସୁନିତ୍‌ ମିଶ୍ର):୨୦୨୭ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିଲାଗି ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି। ଆସନ ସଂରକ୍ଷଣ ଆସନ୍ତା ୩୦ ତାରିଖ ସୁଦ୍ଧା ଶେଷ କରିବାକୁ…

ଇରାନ- ଆମେରିକା ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସକାଳୁ ସକାଳୁ ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଯୁଦ୍ଧ ଶେଷ…

ଆହୁରି ବଢ଼ିବ ତାତି: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୫।୪ (ବନ୍ଦନା ସେଠୀ): ରାଜ୍ୟରେ ଆହୁରି ବଢିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ସେହିପରି ଆସନ୍ତା ୬ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗିରହିବ। ଦିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri