୮ ଦୁର୍ନୀତିଖୋର ଅଧିକାରୀଙ୍କୁ ଜବାବ ତଲବ

ଯାଜପୁର ଅଫିସ,୨୪।୧ :ଯାଜପୁର ଜିଲାର ୧୦ବ୍ଲକ ଅନ୍ତର୍ଗତ ପ୍ରାୟ ଅଧିକାଂଶ ଗ୍ରାମ ପଞ୍ଚାୟତ ଦୁର୍ନୀତିରେ ବୁଡ଼ି ରହିଛି ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମଜିଏନ୍‌ଆର୍‌ଇଜିଏସ୍‌), ଚତୁର୍ଦ୍ଦଶ ଅର୍ଥ କମିଶନ, ଆବାସ ଯୋଜନା ଆଦି ଲୋକହିତକର ଯୋଜନାରେ ଆବଣ୍ଟିତ ଅର୍ଥକୁ ଚଳୁ କରିବାରେ ଅଧିକାରୀମାନେ ପଛଘୁଞ୍ଚା ଦେଇ ନାହାନ୍ତି ା ଯାଜପୁର ଜିଲା ଲୋକାଲ ଫଣ୍ଡ ଅଡିଟ(ଏଲ୍‌ଏଫ୍‌ଏ) ରିପୋର୍ଟରେ ଏହା ଜଳଜଳ ହୋଇ ଦିଶୁଛି ା ପୂର୍ବରୁ ଏନେଇ ଅନେକ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ରାଜ୍ୟ ଏଲ୍‌ଏଫ୍‌ଏ ନିର୍ଦ୍ଦେଶାଳୟରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ପ୍ରତି ସୁକିନ୍ଦା ବ୍ଲକର ୮ଜଣ ସରପଞ୍ଚ, ସମ୍ପାଦକ ଓ ଭିଏଲ୍‌ଡବ୍ଲ୍ୟୁଙ୍କ ନାମରେ ସରକାରୀ ଅର୍ଥ ହେରାଫେରି ଅଭିଯୋଗରେ ପୁଣି କାରଣ ଦର୍ଶାଅ ନୋଟିସ ଦେବାକୁ ଏଲ୍‌ଏଫ୍‌ ନିର୍ଦ୍ଦେଶାଳୟ ପକ୍ଷରୁ ଯାଜପୁର ଜିଲାର ଏଲ୍‌ଏଫ୍‌ଏ ଅଡିଟ ଅଫିସରଙ୍କୁ ନିର୍ଦ୍ଦେଶ ହୋଇଛି। ଏଥିରେ ସୁକିନ୍ଦା ବ୍ଲକ ହରିପୁର ପଞ୍ଚାୟତର ତକତ୍ାଳୀନ ସରପଞ୍ଚ ଲଳିତା ସ୍ବାଇଁଙ୍କ ନାମରେ ୭୮୨୫/୬ା୧୦ା୨୦୦୭ ନମ୍ବରରେ କାରଣଦର୍ଶାଅ ନୋଟିସ ହୋଇଥିଲା। ଏବେ ପୁଣି ୧୩ବର୍ଷ ପରେ ସମ୍ପୃକ୍ତ ସରପଞ୍ଚଙ୍କୁ ନୋଟିସ ଦେବାକୁ ନିର୍ଦ୍ଦେଶ ହୋଇଛି। ସେହିପରି ଡୁବୁରୀ ପଞ୍ଚାୟତର ତତ୍କାଳୀନ ସମ୍ପାଦକ ମୁକ୍ତିରଞ୍ଜନ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ନମ୍ବର ୨୨୫/୬ା୧ା୨୦୧୦, ହରିପୁର ପଞ୍ଚାୟତର ତକତ୍ାଳୀନ ସମ୍ପାଦକ ରାମଚନ୍ଦ୍ର ଦାସଙ୍କ କାରଣଦର୍ଶାଅ ନୋଟିସ ନମ୍ବର ୨୨୬୧/୨୯ା୩ା୨୦୧୦ ଓ ସରପଞ୍ଚ ଲଳିତା ସ୍ବାଇଁଙ୍କୁ ୨୨୫୮/୨୯ା୩ା୨୦୧୦ରେ ନୋଟିସ ହୋଇଛି। ହରିପୁର ଗ୍ରାମ ପଞ୍ଚାୟତର ତକତ୍ାଳୀନ ସରପଞ୍ଚ ଲଳିତା ସ୍ବାଇଁଙ୍କ ନାମରେ ପୁଣି ୬୯୪୧/୩୧ା୮ା୨୦୧୦ ନମ୍ବରରେ ଓ ତକତ୍ାଳୀନ ସମ୍ପାଦକ ରାମଚନ୍ଦ୍ର ଦାସଙ୍କ ନାମରେ ୨୫୧୦/୩୧ା୩ା୨୦୧୦ ନମ୍ବରରେ କାରଣଦର୍ଶାଅ ନୋଟିସ ହୋଇଥିଲା। ଅନୁରୂପ ଭାବେ ଡୁବୁରୀ ପଞ୍ଚାୟତର ତକତ୍ାଳୀନ ସମ୍ପାଦକ ମୁକ୍ତିରଞ୍ଜନ ପାତ୍ରଙ୍କ ନାମରେ ୮୮୩୭/୨୬ା୧୦ା୨୦୧୦ ନମ୍ବରରେ ଏବଂ ସନସାଇଲୋ ପଞ୍ଚାୟତର ତକତ୍ାଳୀନ ଭିଏଲଡବ୍ଲ୍ୟୁ ଶତୃଘ୍ନ ଶାହାଙ୍କ ନାମରେ ୮୮୫୩/୧ା୭ା୨୦୧୩ରେ କାରଣ ଦର୍ଶାଅ ନୋଟିସ ହୋଇଥିଲା ା ସନସାଇଲୋ ପଞ୍ଚାୟତର ତକତ୍ାଳୀନ ସରପଞ୍ଚ ଜୟକୃଷ୍ଣ ମହାନ୍ତଙ୍କ ନାମରେ ମଧ୍ୟ ୮୮୫୬/୧ା୭ା୨୦୧୩ ନମ୍ବରରେ କାରଣ ଦର୍ଶାଅ ନୋଟିସ ହୋଇଥିଲା ା
ଏହିସବୁ କାରଣଦର୍ଶାଅ ନୋଟିସର ଅନୁପାଳନ ହୋଇ ନ ଥିବାରୁ ଏଲ୍‌ଏଫ୍‌ଏର ନିର୍ଦ୍ଦେଶାଳୟ ପକ୍ଷରୁ ଏକ୍ଜାମିନର ଅଫ୍‌ ଲୋକାଲ ଆକାଉଣ୍ଟ ପୁଣି ଥରେ କାରଣଦର୍ଶାଅ ନୋଟିସ ଜାରି କରି ୧୫ ଦିନ ମଧ୍ୟରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତା’ର ସବିଶେଷ ରିପୋର୍ଟ ଦାଖଲ କରିବାକୁ ନୋଟିସରେ ଦର୍ଶାଯାଇଛି।