ବ୍ରହ୍ମପୁର ଅଫିସ,୧୦ା୧୨-ସଡକ ଦୁର୍ଘଟଣା ମୃତ୍ୟୁସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟ ନେଇ ସରକାର ଟ୍ରାଫିକ ନିୟମ ସଂଶୋଧନ କରିଥିଲେ। ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ସାରା ଭାରତ ବର୍ଷରେ ଲାଗୁ ହୋଇଥିଲା। ଓଡ଼ିଶାରେ ଏହି ନିୟମ ଲାଗୁ ବେଳେ ପୋଲିସ ଓ ଗାଡି ଚାଳକଙ୍କ ମଧ୍ୟରେ ଅନେକ ସ୍ଥାନରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଗାଡି ଚାଳକମାନେ ସେମାନଙ୍କ ଇନ୍ସ୍ୟୁରାନ୍ସ, ଫିଟନେସ୍, ପ୍ରଦୂଷଣ ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସରକାର ୩ ମାସ ଅର୍ଥାତ ନଭେମ୍ବର ପର୍ଯ୍ୟନ୍ତ ସମୟ ଦେଇଥିଲେ। ଡିସେମ୍ବର ୧ ପୂର୍ବରୁ ପୁଣିଥରେ ସରକାର ୩ ମାସ ସମୟ ଦେଇଛନ୍ତି। ଅନ୍ୟପଟେ ଡିସେମ୍ବର ୧ ରୁ ଟ୍ରାଫିକ ନିୟମ କଡାକଡି କରାଯାଇଛି। ବିନା ହେଲମେଟ, ୩ ଜଣ ବସି ଯାଉଥିବା ଚାଳକ, ଭୁଲ ସ୍ଥାନରେ ପାର୍କିଂ ଓ ନିଶାସକ୍ତ ଚାଳକଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି। ବ୍ରହ୍ମପୁର ସହରରେ ଟ୍ରାଫିକ ନିୟମ ନ ମାନି ଗାଡି ଚଳାଉଥିବା ୫୫୨ ଜଣ ଚାଳକଙ୍କ ଉପରେ ଜରିମାନା ଧାର୍ଯ୍ୟ କରିଛି। ଡିସେମ୍ବର ୧ ରୁ ୮ ତାରିଖ ମଧ୍ୟରେ ୫ ଲକ୍ଷ ୫୫ ହଜାର ଟଙ୍କାର ଇ-ଚାଲାଣ ୫୫୨ ଜଣ ଚାଳକଙ୍କ ନିକଟକୁ ପଠାଯାଇଥବା ଟ୍ରାଫିକ ଡ଼ିଏସ୍ପି ସାର୍ଥକ ରାୟ ସୂଚନା ଦେଇଛନ୍ତି। ଏହା ସହିତ ମୋବାଇଲ ଫୋନରେ କଥା ହୋଇ ଗାଡି ଚଳାଉଥିବା ୧୪ ଜଣ ଚାଳକଙ୍କ ଡ୍ରାଇଭିଂ ଲାଇସେନ ସସ୍ପେନ୍ସନ (କାର୍ଯ୍ୟଚ୍ୟୁତ) ପାଇଁ ଜିଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ସେହିପରି ଏହି ୮ ଦିନ ମଧ୍ୟରେ ୧୨ ଜଣ ନିଶାସକ୍ତ ଗାଡି ଚାଳକଙ୍କୁ ଟ୍ରାଫିକ ପୋଲିସ ଧରି କୋର୍ଟ ଚାଲାଣ କରିଛି। ଡିସେମ୍ବର ୧ ରେ ୯୮ ଜଣ ବିନା ହେଲମେଟରେ ଗାଡି ଚଳାଉଥିବା ଏବଂ ୩ ଜଣିଆ ଯାଉଥିବା ଅଭିଯୋଗରେ ୧୦୧ ବାଇକ୍ ଚାଳକଙ୍କୁ ୧ ଲକ୍ଷ ୧ ହଜାର ଟଙ୍କା ଜରିମାନା ବାବଦକୁ ଇ-ଚାଲାଣ ପଠାଯାଇଥିଲା। ସେହିପରି ୨ ତାରିଖରେ ୭୨ ଜଣ ବିନା ହେଲମେଟରେ ଗାଡି ଚଳାଉଥିବା ଅଭିଯୋଗରେ ୭୨ ହଜାର ଟଙ୍କା, ୩ରେ ୭୭ ଜଣ ବିନା ହେଲମେଟ ଓ ଟ୍ରିପଲ ରାଇଡିଂ କରୁଥିବା ଅଭିଯୋଗରେ ୩ଜଣ ମୋଟ ୭୮ ଚାଳକଙ୍କଠାରୁ ୭୯ ହଜାର ଟଙ୍କା, ୪ ତାରିଖରେ ୬୫ ଜଣ ବିନା ହେଲମେଟ, ଟ୍ରିପଲ ରାଇଡିଂରେ ୨ ଜଣ ଓ ରଙ୍ଗ୍ ପାର୍କିଂ ଅଭିଯୋଗରେ ୩ ଜଣଙ୍କୁ ଏହିପରି ମୋଟ ୭୦ ଜଣଙ୍କଠାରୁ ୭୦ ହଜାର ଟଙ୍କା, ୫ରେ ୮୦ ଜଣ ବିନା ହେଲମେଟ ବାଇକ୍ ଚାଳକ ଓ ଟ୍ରିପଲ ରାଇଡିଂରେ ଜଣେ ଚାଳକ ୮୧ଜଣକଠାରୁ ୮୧ ହଜାର ଟଙ୍କା, ୬ରେ ୩୨ ଜଣ ବିନା ହେଲମେଟ ଚାଳକଙ୍କୁ ୩୨ ହଜାର ଟଙ୍କା, ୭ରେ ୭୧ ଜଣ ବିନା ହେଲମେଟଧାରୀ, ଜଣେ ଟ୍ରାଫିକ ନିୟମ ଭାଙ୍ଗି ନୋ ଏଣ୍ଟ୍ରିରେ ପ୍ରବେଶ କରିବା ଓ ଟ୍ରିପଲ ରାଇଡିଂରେ ଏହିପରି ମୋଟ ୭୩ଜଣକଠାରୁ ୭୫ ହଜାର ଟଙ୍କା ଓ ୮ତାରିଖରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ୪୫ ଜଣ ଚାଳକଙ୍କୁ ୪୫ ହଜାର ଟଙ୍କାର ଇ-ଚାଲାଣ ପଠାଯାଇଥିବା ଟ୍ରାଫିକ ପୋଲିସ ସୂଚନା ଦେଇଛି।
ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…
ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…
ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…
ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ୨୬ ନଂ…
ଏଲ୍ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…
କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…
ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…
୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା
ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…
ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା
ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…
ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା
ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…
ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ
ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…
Archives

