୮ ଜିଲାରୁ ୧,୭୫,୫୫୮ କୁଇଣ୍ଟାଲ ଧାନ ସଂଗୃହୀତ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ସାରା ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି। ବରଗଡ, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡା, ବଲାଙ୍ଗୀର, ମାଲକାନଗିରି ଏବଂ କୋରାପୁଟ ଆଦି ଜିଲାରୁ ଧାନ କ୍ରୟ ଆରମ୍ଭ ହୋଇଛି। ଚଳିତ ମାସ ୨୫ ତାରିଖ ତଥା ସୋମବାର ସୁଦ୍ଧା ୮ ଜିଲାରୁ ୧,୭୫,୫୫୮ କୁଇଣ୍ଟାଲ ଧାନ କିଣାଯାଇଥିବା ସମବାୟ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାନସଭାରେ ଉତ୍ତର ରଖିଛନ୍ତି। ରଣେନ୍ଦ୍ର କହିଛନ୍ତି ଯେ, ଟୋକନ୍‌ ବ୍ୟବସ୍ଥାକୁ ମାନବୀୟ ହସ୍ତକ୍ଷେପରୁ ମୁକ୍ତ ରଖାଯାଇଛି। ଯେଉଁ ଚାଷୀଙ୍କ ତାଲିକା ଭିତ୍ତିରେ ଟୋକନ୍‌ ପ୍ରସ୍ତୁତି କରାଯାଉଛି। ଏପରିକି ଏହାର ତା’ର ତଥ୍ୟ ସୋସାଇଟି ସେକ୍ରେଟାରିମାନେ ମଧ୍ୟ ରଖୁଛନ୍ତି। ପ୍ରତି ବିକ୍ରୟ ଦିବସରେ କ୍ଷୁଦ୍ର, ନାମମାତ୍ର, ମଧ୍ୟମ ଏବଂ ବଡ଼ଚାଷୀ ପୂର୍ବ ନିର୍ଦ୍ଧାରିତ ମାପକାଠି ଅନୁସାରେ ଧାନ ବିକ୍ରୟର ସୁଯୋଗ ପାଉଛନ୍ତି। ତୃଣମୂଳରେ ଥିବା ବଣ୍ଟନ ଅନିୟମିତତାକୁ ଏହି ବ୍ୟବସ୍ଥା ପ୍ରତିହତ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଚାଷୀଙ୍କ ପରିଚୟ ଆଧାର ପ୍ରମାଣୀକରଣ କରାଯାଇଛି। ସମସ୍ତ କ୍ରୟ କେନ୍ଦ୍ରକୁ ଆଇରିସ୍‌ ସ୍କାନର ଯୋଗାଇ ଦିଆଯାଇଛି। କୌଣସି ବୃଦ୍ଧ, ରୋଗଗ୍ରସ୍ତ ବ୍ୟକ୍ତି, ଆଧାର ପ୍ରମାଣୀକରଣ ପାଇଁ ମଣ୍ଡିରେ ଉପସ୍ଥିତ ନ ରହିପାରିଲେ ମଧ୍ୟ ପୁନର୍ବାର ଏକାଧିକ ସୁଯୋଗ ଦିଆଯିବ। ଚାଷୀଙ୍କ ଧାନକୁ ସୁରକ୍ଷା, ସେମାନଙ୍କ ପାଇଁ ବିଶ୍ରାମସ୍ଥଳୀ ଏବଂ ଶୌଚାଳୟ ପ୍ରତିଷ୍ଠା ପାଇଁ ସୋସାଇଟିକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ବସ୍ତାରେ ନେଇ ଆସୁଥିବା ଧାନର କ୍ରୟ ପରେ ବସ୍ତା ଫେରସ୍ତ ବ୍ୟବସ୍ଥା ରହିଛି। ଯେଉଁଠି ବସ୍ତା ଫେରସ୍ତ କରାଯାଉନାହିଁ, ସେଠାରେ ଏହା ବାବଦକୁ ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟ ମୁଖ୍ୟତଃ ମିଲରଙ୍କ ଦ୍ୱାରା କରାଯିବାର କଥା, ଯିଏ ଏହାକୁ ଉଲ୍ଲଂଘନ କରୁଛି, ତାହାକୁ ସଂପୃକ୍ତ ଜିଲାର ଜିଲାପାଳ, ଯୋଗାଣ ଅଧିକାରୀ ଅଥବା ବିଭାଗର ଦୃଷ୍ଟିକୁ ଆଣିବାକୁ ରଣେନ୍ଦ୍ର ପ୍ରତାପ କହିଛନ୍ତି।
ଅପରପକ୍ଷେ ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ସରକାର ଜଳସେଚିତ ଓ ଅଣଜଳସେଚିତ ଜମିରୁ ଯଥାକ୍ରମେ ଏକର ପ୍ରତି ୧୯ କୁଇଣ୍ଟାଲ ଏବଂ ୧୩ କୁଇଣ୍ଟାଲ ହାରରେ ଧାନ କ୍ରୟ କରୁଛନ୍ତି। ସରକାର ଏକ ହାରାହାରି ଅମଳ ହାରରେ ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବ୍ୟବସ୍ଥା ଆହୁରି ସ୍ବଚ୍ଛତା ପାଇଁ ଆସୁଥିବା ଯେ କୌଣସି ଗଠନଧର୍ମୀ ପ୍ରସ୍ତାବକୁ ସାଦରେ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri