୮ କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାର

ନୂଆଦିଲ୍ଲୀ,୧୭।୫-ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅଧୀନ ବିଭିନ୍ନ ଯୋଜନା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ୪ର୍ଥ ପର୍ଯ୍ୟାୟ ଘୋଷଣା କରିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହନ ଲାଗି ସୀତାରାମନ ୮ଟି କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାରକୁ ଏଥିରେ ଗୁରୁତ୍ୱ ଦେଇଛନ୍ତି। କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ, ମହାକାଶ ଗବେଷଣା, ଆଣବିକ ଶକ୍ତି କ୍ଷେତ୍ର ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ଥିବା ବିଦ୍ୟୁତ୍‌ ବିତରଣ କମ୍ପାନୀ ଭଳି କ୍ଷେତ୍ର ଏହା ମଧ୍ୟରେ ସାମିଲ ହୋଇଛି।
ସୀତାରାମନ କହିଛନ୍ତି ଯେ, କୋଇଲା କ୍ଷେତ୍ରରେ ବାଣିଜି୍ୟକ ଖଣିକୁ ପ୍ରୋତ୍ସାହିତ କରାଯିବ। ଏହି କ୍ଷେତ୍ରରେ ସରକାରଙ୍କ ଆଧିପତ୍ୟ ବର୍ତ୍ତମାନ ହ୍ରାସ ପାଇବ। ଫିକ୍ସଡ ରୁପି, ଟନ୍‌ ନିୟମ ପରିବର୍ତ୍ତେ ରାଜସ୍ବ ଶେୟାରିଂ ବ୍ୟବସ୍ଥା ଲାଗୁ କରାଯିବ। କୋଇଲା ଖଣିଗୁଡିକର ଉତ୍ତୋଳନ ତଥା ଭିତ୍ତିଭୂମି ବିକାଶ ଲାଗି ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କୋଇଲା କ୍ଷେତ୍ରରେ ପ୍ରବେଶ କରିବା ଲାଗି ନିୟମକୁ ଉଦାରୀକରଣ କରାଯିବ। ତ୍ୱରିତ ଭିତ୍ତିରେ ୫୦ କୋଇଲା ବ୍ଲକ ନିଲାମ କରାଯିବା ନେଇ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଇଛି। କୋଇଲା ଗ୍ୟାସିଫିକେଶନ, ଲିକ୍ୟୁଫିକେଶନକୁ ପ୍ରୋତ୍ସାହନ ମିଳିବ। ରାଜସ୍ବ ଶେୟାରିଂରେ ଛାଡ଼ ତଥା ରିହାତି ସୁବିଧା ମଧ୍ୟ ଦିଆଯିବ। ଖଣିଜ କ୍ଷେତ୍ର କାର୍ଯ୍ୟକଳାକୁ ତ୍ୱରାନ୍ବିତ କରିବା ଲାଗି ନିରନ୍ତର ଖଣି ଉତ୍ପାଦନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହି କାର୍ଯ୍ୟକ୍ରମ ଅଧୀନ ୫୦୦ ଖଣିଜ ବ୍ଲକକୁ ନିଲାମ କରିବାକୁ ସରକାର ଯୋଜନା ରଖିଛନ୍ତି। ବକ୍ସାଇଟ ଏବଂ କୋଇଲା ଖଣିକୁ ଏକାଥରକେ ନିଲାମ କରାଯିବ ବୋଲି ସୀତାରାମନ ମତବ୍ୟକ୍ତ କରିଛନ୍ତି।
ସେହିଭଳି ସରକାର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରକୁ ଅଧିକ ଏଫ୍‌ଡିଆଇ ଆକୃଷ୍ଟ କରିବା ଲାଗି ସରକାର ନୂଆ ଯୋଜନା ହାତକୁ ନେଇଛନ୍ତି। ଅଟୋମେଟିକ ରୁଟ୍‌ରେ ଏହି କ୍ଷେତ୍ରରେ ଏଫ୍‌ଡିଆଇ ସୀମାକୁ ୪୯%ରୁ ୭୪%କୁ ବଢାଇ ଦିଆଯାଇଛି। ଏକ୍ଷେତ୍ରରେ କିଛି ବର୍ଗରେ ଅସ୍ତ୍ର ଏବଂ ପ୍ଲାଟ୍‌ଫର୍ମରୁ ଆମଦାନୀକୁ ସରକାର ନିଷେଧ କରିଛନ୍ତି। ଏ ନେଇ ଶୀଘ୍ର ବିଜ୍ଞପ୍ତି ଆସିବ। ଉକ୍ତ ବର୍ଗରେ କେବଳ ଭାରତରେ ଉତ୍ପାଦନ ହୋଇଥିବା ସାମଗ୍ରୀକୁ କ୍ରୟ କରାଯିବ। ପ୍ରତିରକ୍ଷା ଯନ୍ତ୍ରାଂଶ ଆମଦାନୀ କମ୍‌ କରିବା ସହ ଘରୋଇ ବଜାରରେ ଏହାର ଉତ୍ପାଦନ ଉପରେ ଫୋକସ୍‌ କରାଯାଇଛି। ଏକ୍ଷେତ୍ରରେ ଆମଦାନୀ ବିଲ୍‌ କମାଇବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଘରୋଇ ବଜାରରୁ କ୍ୟାପିଟାଲ ପ୍ରୋକ୍ୱୋରମେଣ୍ଟ କ୍ଷେତ୍ରରେ ବଜେଟରେ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା କରାଯିବ। ପ୍ରତିରକ୍ଷା ସାମଗ୍ରୀ ପ୍ରୋକ୍ୱୋରମେଣ୍ଟ ଲାଗି ତ୍ୱରିତ ନିଷ୍ପତ୍ତି ନିଆଯିବ। ସରକାର ଅର୍ଡନାନ୍ସ ଫ୍ୟାକ୍ଟ୍ରି ବୋର୍ଡକୁ ନିଗମୀକରଣ କରିବେ ବୋଲି ଜଣାପଡିଛି।
ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ କିଛି ନିୟମ ମଧ୍ୟ କୋହଳ କରାଯାଇଛି। ଉକ୍ତ କ୍ଷେତ୍ରରେ ବିମାନଗୁଡିକ ଲାଗି ଭାରତୀୟ ଆକାଶ ମାର୍ଗ ବ୍ୟବହାର କ୍ଷେତ୍ରରେ କେତେକ କଟକଣା ଉଠାଯାଇଛି। ଏହା ଦ୍ୱାରା ପାସେଞ୍ଜର ଟ୍ରାଫିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧିପାଇବ। ବେସାମରିକ କ୍ଷେତ୍ର ଅଂଶୀଦାରଙ୍କୁ ବାର୍ଷିକ ୧,୦୦୦ କୋଟି ଟଙ୍କା ଲାଭ ହେବ ବୋଲି ଆକଳନ କରାଯାଇଛି। ଘରୋଇ ସହଭାଗିତା ଲାଗି ଅଧିକ ୬ ବିମାନ ବନ୍ଦରକୁ ନିଲାମ କରାଯିବା ନେଇ ଯୋଜନା ରଖାଯାଇଛି। ବିମାନ ମରାମତି, ପରିଚାଳନା ଏବଂ ଓଭରହଲିଂ କ୍ଷେତ୍ରରେ ଭାରତକୁ ଗ୍ଲୋବାଲ ହବ୍‌ରେ ରୂପାନ୍ତରିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି। ଏଥିଲାଗି ସରକାର ଟିକସ ହ୍ରାସ ଦିଗରେ ପଦକ୍ଷେପ ଗ୍ରହଣ କରିବେ। ୧୨ ଘରୋଇ ଅଂଶୀଦାରଙ୍କ ଦ୍ୱାରା ଦେଶର ବିମାନ ବନ୍ଦରଗୁଡିକରେ ୧୩ ହଜାର କୋଟି ଟଙ୍କାର ନିବେଶ ଯୋଜନା ହାତକୁ ନିଆଯାଉଛି।
ବିଦ୍ୟୁତ୍‌ ଟାରିଫ କ୍ଷେତ୍ରରେ ନୂଆ ନୀତି ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଥିବା ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକୁ ଘରୋଇକରଣ କରାଯିବ। ହସ୍ପିଟାଲ ସମେତ ଅନ୍ୟ ସାମାଜିକ ଭିତ୍ତିଭୂମି ନିର୍ମାଣ ଲାଗି ସରକାର ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂରେ ଅଂଶୀଦାର ହେବେ। ଏହି କ୍ଷେତ୍ରରେ ସରକାରଙ୍କ ଅଂଶକୁ ୨୦ରୁ ୩୦% ବଢ଼ାଯାଇଥିବା ବେଳେ ୮,୧୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା ହୋଇଛି। ମହାକାଶ ସମ୍ପର୍କିତ ସେବା ଏବଂ ଉପଗ୍ରହ ଲଞ୍ଚ କ୍ଷେତ୍ରରେ ଘରୋଇ କ୍ଷେତ୍ର କମ୍ପାନୀଗୁଡିକୁ ଅନୁମତି ମିଳିଛି। ଘରୋଇ କ୍ଷେତ୍ର ଇସ୍ରୋ ଫାସିଲିଟିକୁ ବ୍ୟବହାର କରିପାରିବେ। କ୍ୟାନ୍‌ସର ତଥା ଅନ୍ୟ ରୋଗର ସୁଲଭ ଚିକିତ୍ସା ଲାଗି ମେଡିକାଲ ଯନ୍ତ୍ରାଂଶ ପ୍ରସ୍ତୁତିକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିଲାଗି ପିପିପି ମୋଡ୍‌ରେ ଏକ ରିସର୍ଚ୍ଚ ରିଆକ୍ଟର ପ୍ରସ୍ତୁତ କରାଯିବ। ଖାଦ୍ୟ ସାମଗ୍ରୀ ସଂରକ୍ଷଣ ଲାଗି ପିପିପିରେ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଫାସିଲିଟି ସ୍ଥାପନ କରାଯିବ ବୋଲି ସୀତାରାମନ କହିଛନ୍ତି।
ଅପରପକ୍ଷରେ ନିବେଶକୁ ପ୍ରୋତ୍ସାହିତ କରିବା ଲାଗି ସରକାର ନିକଟରେ ଏମ୍ପାଓ୍ବାର୍ଡ ଗ୍ରୁପ୍‌ ଅଫ୍‌ ସେକ୍ରେଟାରିଜ ପକ୍ଷରୁ ତ୍ୱରିତ ନିବେଶ ମଞ୍ଜୁରୀ ବ୍ୟବସ୍ଥା କରିଛନ୍ତି। ପ୍ରତି ମନ୍ତ୍ରଣାଳୟ ଅଧୀନରେ ପ୍ରକଳ୍ପ ଉନ୍ନତୀକରଣ ସେଲ୍‌ ସ୍ଥାପନ କରାଯିବା ନେଇ ଯୋଜନା ରଖାଯାଇଛି। ନିବେଶଯୋଗ୍ୟ ପ୍ରକଳ୍ପକୁ ଆଗକୁ ବଢାଇବା ଲାଗି ଏହା ନିବେଶକ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମନ୍ବୟ ରକ୍ଷା କରିବ। ନୂଆ ନିବେଶ ଆକୃଷ୍ଟ କରିବା ନେଇ ରାଜ୍ୟଗୁଡିକର ପରଫରମାନ୍ସକୁ ବିଚାରକରି ର଼୍ୟାଙ୍କ ପ୍ରଦାନ ବ୍ୟବସ୍ଥା କରାଯିବ। ନୂଆ ଚାମ୍ପିୟନ ସେକ୍ଟରଗୁଡିକୁ ଉତ୍ସାହିତ ଲାଗି ପ୍ରୋତ୍ସାହନ ଯୋଜନା ଆସିବ। ଏହା ମଧ୍ୟରେ ସୋଲାର ପିଭି ମାନୁଫାକ୍‌ଚରିଂ, ଆଡଭାନ୍ସ ସେଲ୍‌ ବ୍ୟାଟେରି ଷ୍ଟୋରେଜ ଭଳି କ୍ଷେତ୍ର ସାମିଲ ରହିଛି। ସାରା ଦେଶରେ ଥିବା ୩୩୭୬ ଶିଳ୍ପ ପାର୍କ, ଇଷ୍ଟେଟ ଏବଂ ଏସ୍‌ଇଜେଡ୍‌ଗୁଡିକର ୫ ଲକ୍ଷ ହେକ୍ଟର ଜମିକୁ ମ୍ୟାପିଂ ଦ୍ୱାରା ଇଣ୍ଡଷ୍ଟ୍ରିଆଲ ଇନ୍‌ଫରମେଶନ ସିଷ୍ଟମ (ଆଇଆଇଏସ୍‌) ଆସିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri