୮ କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାର

ନୂଆଦିଲ୍ଲୀ,୧୭।୫-ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅଧୀନ ବିଭିନ୍ନ ଯୋଜନା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ୪ର୍ଥ ପର୍ଯ୍ୟାୟ ଘୋଷଣା କରିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହନ ଲାଗି ସୀତାରାମନ ୮ଟି କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାରକୁ ଏଥିରେ ଗୁରୁତ୍ୱ ଦେଇଛନ୍ତି। କୋଇଲା, ଖଣିଜ ପଦାର୍ଥ, ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ, ମହାକାଶ ଗବେଷଣା, ଆଣବିକ ଶକ୍ତି କ୍ଷେତ୍ର ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ଥିବା ବିଦ୍ୟୁତ୍‌ ବିତରଣ କମ୍ପାନୀ ଭଳି କ୍ଷେତ୍ର ଏହା ମଧ୍ୟରେ ସାମିଲ ହୋଇଛି।
ସୀତାରାମନ କହିଛନ୍ତି ଯେ, କୋଇଲା କ୍ଷେତ୍ରରେ ବାଣିଜି୍ୟକ ଖଣିକୁ ପ୍ରୋତ୍ସାହିତ କରାଯିବ। ଏହି କ୍ଷେତ୍ରରେ ସରକାରଙ୍କ ଆଧିପତ୍ୟ ବର୍ତ୍ତମାନ ହ୍ରାସ ପାଇବ। ଫିକ୍ସଡ ରୁପି, ଟନ୍‌ ନିୟମ ପରିବର୍ତ୍ତେ ରାଜସ୍ବ ଶେୟାରିଂ ବ୍ୟବସ୍ଥା ଲାଗୁ କରାଯିବ। କୋଇଲା ଖଣିଗୁଡିକର ଉତ୍ତୋଳନ ତଥା ଭିତ୍ତିଭୂମି ବିକାଶ ଲାଗି ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କୋଇଲା କ୍ଷେତ୍ରରେ ପ୍ରବେଶ କରିବା ଲାଗି ନିୟମକୁ ଉଦାରୀକରଣ କରାଯିବ। ତ୍ୱରିତ ଭିତ୍ତିରେ ୫୦ କୋଇଲା ବ୍ଲକ ନିଲାମ କରାଯିବା ନେଇ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରାଯାଇଛି। କୋଇଲା ଗ୍ୟାସିଫିକେଶନ, ଲିକ୍ୟୁଫିକେଶନକୁ ପ୍ରୋତ୍ସାହନ ମିଳିବ। ରାଜସ୍ବ ଶେୟାରିଂରେ ଛାଡ଼ ତଥା ରିହାତି ସୁବିଧା ମଧ୍ୟ ଦିଆଯିବ। ଖଣିଜ କ୍ଷେତ୍ର କାର୍ଯ୍ୟକଳାକୁ ତ୍ୱରାନ୍ବିତ କରିବା ଲାଗି ନିରନ୍ତର ଖଣି ଉତ୍ପାଦନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହି କାର୍ଯ୍ୟକ୍ରମ ଅଧୀନ ୫୦୦ ଖଣିଜ ବ୍ଲକକୁ ନିଲାମ କରିବାକୁ ସରକାର ଯୋଜନା ରଖିଛନ୍ତି। ବକ୍ସାଇଟ ଏବଂ କୋଇଲା ଖଣିକୁ ଏକାଥରକେ ନିଲାମ କରାଯିବ ବୋଲି ସୀତାରାମନ ମତବ୍ୟକ୍ତ କରିଛନ୍ତି।
ସେହିଭଳି ସରକାର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରକୁ ଅଧିକ ଏଫ୍‌ଡିଆଇ ଆକୃଷ୍ଟ କରିବା ଲାଗି ସରକାର ନୂଆ ଯୋଜନା ହାତକୁ ନେଇଛନ୍ତି। ଅଟୋମେଟିକ ରୁଟ୍‌ରେ ଏହି କ୍ଷେତ୍ରରେ ଏଫ୍‌ଡିଆଇ ସୀମାକୁ ୪୯%ରୁ ୭୪%କୁ ବଢାଇ ଦିଆଯାଇଛି। ଏକ୍ଷେତ୍ରରେ କିଛି ବର୍ଗରେ ଅସ୍ତ୍ର ଏବଂ ପ୍ଲାଟ୍‌ଫର୍ମରୁ ଆମଦାନୀକୁ ସରକାର ନିଷେଧ କରିଛନ୍ତି। ଏ ନେଇ ଶୀଘ୍ର ବିଜ୍ଞପ୍ତି ଆସିବ। ଉକ୍ତ ବର୍ଗରେ କେବଳ ଭାରତରେ ଉତ୍ପାଦନ ହୋଇଥିବା ସାମଗ୍ରୀକୁ କ୍ରୟ କରାଯିବ। ପ୍ରତିରକ୍ଷା ଯନ୍ତ୍ରାଂଶ ଆମଦାନୀ କମ୍‌ କରିବା ସହ ଘରୋଇ ବଜାରରେ ଏହାର ଉତ୍ପାଦନ ଉପରେ ଫୋକସ୍‌ କରାଯାଇଛି। ଏକ୍ଷେତ୍ରରେ ଆମଦାନୀ ବିଲ୍‌ କମାଇବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଘରୋଇ ବଜାରରୁ କ୍ୟାପିଟାଲ ପ୍ରୋକ୍ୱୋରମେଣ୍ଟ କ୍ଷେତ୍ରରେ ବଜେଟରେ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା କରାଯିବ। ପ୍ରତିରକ୍ଷା ସାମଗ୍ରୀ ପ୍ରୋକ୍ୱୋରମେଣ୍ଟ ଲାଗି ତ୍ୱରିତ ନିଷ୍ପତ୍ତି ନିଆଯିବ। ସରକାର ଅର୍ଡନାନ୍ସ ଫ୍ୟାକ୍ଟ୍ରି ବୋର୍ଡକୁ ନିଗମୀକରଣ କରିବେ ବୋଲି ଜଣାପଡିଛି।
ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ କିଛି ନିୟମ ମଧ୍ୟ କୋହଳ କରାଯାଇଛି। ଉକ୍ତ କ୍ଷେତ୍ରରେ ବିମାନଗୁଡିକ ଲାଗି ଭାରତୀୟ ଆକାଶ ମାର୍ଗ ବ୍ୟବହାର କ୍ଷେତ୍ରରେ କେତେକ କଟକଣା ଉଠାଯାଇଛି। ଏହା ଦ୍ୱାରା ପାସେଞ୍ଜର ଟ୍ରାଫିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧିପାଇବ। ବେସାମରିକ କ୍ଷେତ୍ର ଅଂଶୀଦାରଙ୍କୁ ବାର୍ଷିକ ୧,୦୦୦ କୋଟି ଟଙ୍କା ଲାଭ ହେବ ବୋଲି ଆକଳନ କରାଯାଇଛି। ଘରୋଇ ସହଭାଗିତା ଲାଗି ଅଧିକ ୬ ବିମାନ ବନ୍ଦରକୁ ନିଲାମ କରାଯିବା ନେଇ ଯୋଜନା ରଖାଯାଇଛି। ବିମାନ ମରାମତି, ପରିଚାଳନା ଏବଂ ଓଭରହଲିଂ କ୍ଷେତ୍ରରେ ଭାରତକୁ ଗ୍ଲୋବାଲ ହବ୍‌ରେ ରୂପାନ୍ତରିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି। ଏଥିଲାଗି ସରକାର ଟିକସ ହ୍ରାସ ଦିଗରେ ପଦକ୍ଷେପ ଗ୍ରହଣ କରିବେ। ୧୨ ଘରୋଇ ଅଂଶୀଦାରଙ୍କ ଦ୍ୱାରା ଦେଶର ବିମାନ ବନ୍ଦରଗୁଡିକରେ ୧୩ ହଜାର କୋଟି ଟଙ୍କାର ନିବେଶ ଯୋଜନା ହାତକୁ ନିଆଯାଉଛି।
ବିଦ୍ୟୁତ୍‌ ଟାରିଫ କ୍ଷେତ୍ରରେ ନୂଆ ନୀତି ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ ଥିବା ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକୁ ଘରୋଇକରଣ କରାଯିବ। ହସ୍ପିଟାଲ ସମେତ ଅନ୍ୟ ସାମାଜିକ ଭିତ୍ତିଭୂମି ନିର୍ମାଣ ଲାଗି ସରକାର ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂରେ ଅଂଶୀଦାର ହେବେ। ଏହି କ୍ଷେତ୍ରରେ ସରକାରଙ୍କ ଅଂଶକୁ ୨୦ରୁ ୩୦% ବଢ଼ାଯାଇଥିବା ବେଳେ ୮,୧୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା ହୋଇଛି। ମହାକାଶ ସମ୍ପର୍କିତ ସେବା ଏବଂ ଉପଗ୍ରହ ଲଞ୍ଚ କ୍ଷେତ୍ରରେ ଘରୋଇ କ୍ଷେତ୍ର କମ୍ପାନୀଗୁଡିକୁ ଅନୁମତି ମିଳିଛି। ଘରୋଇ କ୍ଷେତ୍ର ଇସ୍ରୋ ଫାସିଲିଟିକୁ ବ୍ୟବହାର କରିପାରିବେ। କ୍ୟାନ୍‌ସର ତଥା ଅନ୍ୟ ରୋଗର ସୁଲଭ ଚିକିତ୍ସା ଲାଗି ମେଡିକାଲ ଯନ୍ତ୍ରାଂଶ ପ୍ରସ୍ତୁତିକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିଲାଗି ପିପିପି ମୋଡ୍‌ରେ ଏକ ରିସର୍ଚ୍ଚ ରିଆକ୍ଟର ପ୍ରସ୍ତୁତ କରାଯିବ। ଖାଦ୍ୟ ସାମଗ୍ରୀ ସଂରକ୍ଷଣ ଲାଗି ପିପିପିରେ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଫାସିଲିଟି ସ୍ଥାପନ କରାଯିବ ବୋଲି ସୀତାରାମନ କହିଛନ୍ତି।
ଅପରପକ୍ଷରେ ନିବେଶକୁ ପ୍ରୋତ୍ସାହିତ କରିବା ଲାଗି ସରକାର ନିକଟରେ ଏମ୍ପାଓ୍ବାର୍ଡ ଗ୍ରୁପ୍‌ ଅଫ୍‌ ସେକ୍ରେଟାରିଜ ପକ୍ଷରୁ ତ୍ୱରିତ ନିବେଶ ମଞ୍ଜୁରୀ ବ୍ୟବସ୍ଥା କରିଛନ୍ତି। ପ୍ରତି ମନ୍ତ୍ରଣାଳୟ ଅଧୀନରେ ପ୍ରକଳ୍ପ ଉନ୍ନତୀକରଣ ସେଲ୍‌ ସ୍ଥାପନ କରାଯିବା ନେଇ ଯୋଜନା ରଖାଯାଇଛି। ନିବେଶଯୋଗ୍ୟ ପ୍ରକଳ୍ପକୁ ଆଗକୁ ବଢାଇବା ଲାଗି ଏହା ନିବେଶକ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମନ୍ବୟ ରକ୍ଷା କରିବ। ନୂଆ ନିବେଶ ଆକୃଷ୍ଟ କରିବା ନେଇ ରାଜ୍ୟଗୁଡିକର ପରଫରମାନ୍ସକୁ ବିଚାରକରି ର଼୍ୟାଙ୍କ ପ୍ରଦାନ ବ୍ୟବସ୍ଥା କରାଯିବ। ନୂଆ ଚାମ୍ପିୟନ ସେକ୍ଟରଗୁଡିକୁ ଉତ୍ସାହିତ ଲାଗି ପ୍ରୋତ୍ସାହନ ଯୋଜନା ଆସିବ। ଏହା ମଧ୍ୟରେ ସୋଲାର ପିଭି ମାନୁଫାକ୍‌ଚରିଂ, ଆଡଭାନ୍ସ ସେଲ୍‌ ବ୍ୟାଟେରି ଷ୍ଟୋରେଜ ଭଳି କ୍ଷେତ୍ର ସାମିଲ ରହିଛି। ସାରା ଦେଶରେ ଥିବା ୩୩୭୬ ଶିଳ୍ପ ପାର୍କ, ଇଷ୍ଟେଟ ଏବଂ ଏସ୍‌ଇଜେଡ୍‌ଗୁଡିକର ୫ ଲକ୍ଷ ହେକ୍ଟର ଜମିକୁ ମ୍ୟାପିଂ ଦ୍ୱାରା ଇଣ୍ଡଷ୍ଟ୍ରିଆଲ ଇନ୍‌ଫରମେଶନ ସିଷ୍ଟମ (ଆଇଆଇଏସ୍‌) ଆସିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?