୮୫ ନଂ. ବୁଥରେ ପୁନଃ ମତଦାନ

ତାଳଚେର,୧୯।୫(ନି.ପ୍ର)- ତାଳଚେର ବ୍ଲକ ଜନ୍ଦାବାହଳ ଗ୍ରାମର ୮୫ ନଂ. ବୁଥରେ ରବିବାର ପୁନଃ ମତଦାନ ଚାଲିଛି। ମତଦାନମାନେ ଲାଇନରେ ଛିଡ଼ା ହୋଇ ଭୋଟ ଦେବାକୁ ଯାଇଥିବା ଦେଖିବାକୁ ମିଳିଥିଲା। ମୋଟ୍‌ ୭୬୨ ଜଣ ମତଦାତା ସେମାନଙ୍କର ମତସାବ୍ୟସ୍ତ କରିବେ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ପ୍ରକାଶ, ଇଭିଏମ ତ୍ରୁଟି ଯୋଗୁ ଏଠାରେ ପୁନଃ ମତଦାନ ହେଉଛି।