୮୦ ବଛ୍‌ରିଆ ଅଜାର ହାତେ ନାତେନ୍‌ର ଭବିଷତ୍‌: ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ମଞ୍ଜୁଲା

କଣ୍ଟାବାଞ୍ଜି, ୬।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଘୁନେଶ ପଁଚେତ୍‌ ଖୁଜେନ ଗଁାର ମଞ୍ଜୁଲା ନାଗ(୧୮)। ଅନେକ ବଛର ହେଲା ମା’ବାପ୍‌ ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ଅଜା ବୁଢ଼ା ନ ତାକର ସାହାଭରସା। ହେଲେ ବଛର କେତେ ହେଲା ମଞ୍ଜୁଲା ମିରଗି ବେମାରରେ ପୀଡ଼ିତ ଅଛନ୍‌। ଟଁକା ପଏସା ଅଭାବୁ ଅଜା ବି ତାକର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ଅଜା ନାତେନ ଭଗବାନ ଭରସାରେ ରହିଛନ୍‌।
ସୂଚନା ଅନ୍‌ସାରେ ଖୁଜେନ ଗଁାର ଜାଗେ ତାଣ୍ଡି(୮୦)। ନିଜର ଗୁଟେବଲି ଝି’ ଶୁକୁରବାରିକେ ଗଁାର କରାଟି ନାଗକଁର ସଂଗେ ବିହା କରେଇଥିଲେ। କରାଟି ନାଗ ଆର ଶୁକୁରବାରିକଁର ଝି’ ହେଉଛନ୍‌ ମଞ୍ଜୁଲା ନାଗ(୧୮)। ଆଏଜ୍‌କେ ୧୦ ବଛର ତଲେ କରାଟି ଆର ଶୁକୁରବାରି ଆରପାରକେ ଚାଲିଯାଇଛନ୍‌। ସେଦିନ୍‌ଠାନୁ ଜାଗେ ମା’ବାପ୍‌ ଛେଉଁଡ୍‌ ନାତେନ୍‌ ମଞ୍ଜୁଲାର ଦେଖ୍‌ଭାଲ, ପାଲପୋଷ କଥା ବୁଝୁଛନ୍‌। ସେ ମଞ୍ଜୁଲାକେ ପାଠ୍‌ ବି ପଢ଼ଉଥିଲେ। ହେଲେ ୨୦୧୭ ସାଲେ ମାଟ୍ରିକ ପଢ଼ଲା ବଛର ମଞ୍ଜୁଲାକେ ମିରଗି ବେମାର ଅମରାଲା। ସେଦିନ୍‌ଠାନୁ ତାକର ପାଠ୍‌ପଢ଼ାରେ ଗଏଁଠ୍‌ ପଡ଼ଲା। ପଛେ ଫେନ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ଲେ ଯେ ଆରୁ ସେ ଚଲାବୁଲା କରି ନାଇଁପାରଲେ। ଏନ୍‌ତାଥି ଜାଗେ ମଞ୍ଜୁଲାକେ ତୁରେକେଲାନୁ କଣ୍ଟାବାଞ୍ଜି, ବଲାଙ୍ଗୀର ତକ୍‌ ନେଇ ଚିକିଛା କରେଇ ନିରାଶ ହେଲେ। ଆଏଜ୍‌କେ ୨ ବଛର ହେଲା ମଞ୍ଜୁଲା ଖଟେ ପଡ଼ି ରହି ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌। ଜାଗେ ତାକର ଗଧାମଖା, ଖୁଆପିଆ, ଝଡ଼ାଝପଟଠାନୁ ସେବା ଯତନ କରୁଛନ୍‌। ହେଲେ ଜାଗେ ଝନେ ନିହାତି ଗରିବ୍‌ ଲୋକ୍‌, ଅଭାବ ଅନାଟନ ଲାଗି ସେ ନାତେନର ଉଚ ଚିକିଛା କରେଇ ନାଇଁପାରବାର। ଇଆଡ଼େ ବଏସ୍‌ ଅଧ୍‌କା ହେବାର ଲାଗି ସେ ଆଘର ଲେଖେଁ କାମ୍‌ବୁତା ବି କରି ନାଇଁପାରବାର। ସରକାରୀ ଯୋଜନାରେ ଖାଲି ମାସିକ ୫ଶହ ଟଁକା ଭତା ପାଉଛନ୍‌। ରାଶନକାର୍ଡ ବି କଟିଯାଇଛେ। ସରପଁଚ୍‌କେ ଗୁହାରପାତ କଲାରୁ ସେ ମାସିକ ୫ କେ.ଜି. ଚାଉଲ ଦେଉଛନ୍‌। ହେଲେ ମାସିକ ୫ କେ.ଜି. ଚାଉଲ ଆର ୫ଶହ ଟଁକା ଭତା ଦୁଇ ଅଜା ନାତେନକେ ନିଅଁଟ ହେଉଛେ। ଏନ୍‌ତାଥି ବଡ଼ଭାଗି ଦିନ୍‌ ଗଁାର କେହେନ୍‌ସି ସହୁରୁଦ୍‌ ଲୋକ୍‌ ଥିରପାଏନ୍‌ ଟିକେ ଦେଲେ ଖାଇପିଇ ବଡ଼ା ଗୁଲ୍‌ଗୁଲାରେ ଚଲୁଛନ୍‌। ଜାଗେ ଭତାକେ ଛାଡ଼ିଦେଲେ ସବୁ ପରକାର ସରକାରୀ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ସେ ସବୁବେଲେ ନାତେନ୍‌ର କଥା ଚିନ୍‌ତା କରି ଅଁାଖିଥୁ ଲହ ଗଡ଼ଉଛନ୍‌। ଯତ୍‌ନେଇ ଯତ୍‌ନେଇ ହାରି ଗଲିନ। ଇ ବୁଢ଼ା ବଏସେ ମୁଇଁ କେନ୍‌ନୁ ପଇସା ପାଏମି ଯେ ତାର ଚିକିଛା କରାମି। ମକେ ତ ଖେଏବାରକେ ଅଢ଼ିଆ ନେଇ ଯୁଟବାର ବଲି ଜାଗେ ଗଣମାଧ୍ୟମ ଆଘେ କଁାଦିକଁାଦି ନିଜର ଦୁଖ୍‌ ବଖାନିଛନ୍‌। ଜିଲା ଆର ଥାନୀଅ ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ମଞ୍ଜୁଲାକୁଁ ସରକାରୀ ଚିକିଛା ସାହାଯ୍‌ ସଂଗେ ଜାଗେକୁଁ ଆବାସ ଯୋଜନାରେ ଘର ଖଁଡ଼େ, ମାସିକ ୩୫ କେ.ଜି. ଚାଉଲ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।