୮୦ ଟପିଲା ଡିଜେଲ

ନୂଆଦିଲ୍ଲୀ,୨୫।୬: କୋଭିଡ୍‌-୧୯ ସଂକ୍ରମଣ ଜନିତ ସମସ୍ୟା ଦେଶର ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଏହି ସମୟରେ କ୍ରମାଗତ ତୈଳ ଦର ବୃଦ୍ଧି ଗ୍ରାହକଙ୍କ ମୁଣ୍ଡରେ ଚଡକ ପକାଇଛି। ଗୁରୁବାର ତୈଳ ଦର ଡିଜେଲ ଲିଟର ପିଛା ୧୪ ପଇସା ଏବଂ ପେଟ୍ରୋଲ ୧୬ ପଇସା ବୃଦ୍ଧି ଘଟିଛି। ଫଳରେ ଡିଜେଲ ଦର ବର୍ତ୍ତମାନ ଲିଟର ପିଛା ୧୦.୬୪ ଟଙ୍କା ଏବଂ ପେଟ୍ରୋଲ ୮.୬୬ ଟଙ୍କା ବଢିଛି। ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ଦର ୭୯.୭୬ ଟଙ୍କାରୁ ବୃଦ୍ଧି ପାଇ ୭୯.୯୨ଟଙ୍କା ଏବଂ ଡିଜେଲ ଦର ୭୯.୮୮ଟଙ୍କାରୁ ୮୦.୦୨ ଟଙ୍କାକୁ ବଢିଛି। ସେହିପରି ଭୁବନେଶ୍ୱରର ପେଟ୍ରୋଲ ଲିଟର ପିଛା ୮୦.୪୭ ଟଙ୍କା ଓ ଡିଜେଲ ଲିଟର ପିଛା ୭୮.୧୮ଟଙ୍କା ରହିଛି। ଏହି ଦର ବୃଦ୍ଧି ଫଳରେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଡିଜେଲ ଲିଟର ପିଛା ୮୦ ଟଙ୍କା ପାର କରିଛିି। ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡିକର ସୂଚନା ଅନୁସାରେ, ଦେଶର ପ୍ରମୁଖ ୪ଟି ମେଟ୍ରୋ ସହରରେ ତେଲ ଦର ଦିଲ୍ଲୀରେ ପେଟ୍ରୋଲ ୭୯.୯୨ ଟଙ୍କା ଓ ଡିଜେଲ ୮୦.୦୨ ଟଙ୍କା , କଲିକତାରେ ପେଟ୍ରୋଲ ୮୧.୬୧ଟଙ୍କା ଓ ଡିଜେଲ ୭୫.୧୮ଟଙ୍କା, ମୁମ୍ବାଇରେ ପେଟ୍ରୋଲ ୮୬.୭୦ ଟଙ୍କା ଓ ଡିଜେଲ ୭୮.୩୪ ଟଙ୍କା ଏବଂ ଚେନ୍ନାଇରେ ପେଟ୍ରୋଲ ୮୩.୧୮ ଟଙ୍କା ଓ ଡିଜେଲ ୭୭.୨୯ ଟଙ୍କା ଛୁଇଁଛି। ଗତ ୧୯ ଦିନ ମଧ୍ୟରେ ତେଲ ଦର କ୍ରମଶଃ ବଢି ଚାଲିଛି। ଅନ୍ତର୍ଜାତୀୟ ତୈଳ ବଜାରର ଦର ହ୍ରାସ ନ ହେବା ପର୍ଯ୍ୟନ୍ତ ତେଲ ଦର ବୃଦ୍ଧିରେ ରୋକ ଲାଗିବା ଅସମ୍ଭବ ବୋଲି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଗୁଡିକ ମତ ଦେଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ବିଭିନ୍ନ ଶୁଳ୍କ ମଧ୍ୟ ତେଲ ଦର ବୃଦ୍ଧିରେ ପ୍ରମୁଖ କାରଣ ପାଲଟିଥିବା ଆଇଓସିଏଲର ଅଧ୍ୟକ୍ଷ ସଞ୍ଜୀବ ସିଂହ ମତ ଦେଇଛନ୍ତି। ଚଳିତ ମାସ ଜୁନ ୭ ରୁ ଆଜି ପର୍ଯ୍ୟନ୍ତ (ଗୁରୁବାର) ଦେଶର ତେଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଇ ଚାଲିଛି। ଫଳରେ ପେଟ୍ରୋଲ ଉପରେ ୮.୬୬ ଟଙ୍କା ଏବଂ ଡ଼ିଜେଲ ୧୦.୬୪ ଟଙ୍କା ବଢି ସାରିଛି। ଏହି ତେଲ ଦର ବୃଦ୍ଧିକୁ ନେଇ ବିଭିନ୍ନ ଅନୁଷ୍ଟାନ, ସଙ୍ଗଠନ ଏବଂ ରାଜନୈତିକ ଦଳ ଗୁଡିକ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବା ସହ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ସୁରକ୍ଷା ହିଁ ଜୀବନ ରକ୍ଷା: ବନାଗ୍ନି ରୋକିବା ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀର ମିଳିତ ଅଭିଯାନ

ଥୁଆମୂଳ ରାମପୁର,୨୩।୨ (ଦୁର୍ଗା କୀର୍ତ୍ତି): ଜଙ୍ଗଲ ହେଉଛି ପ୍ରକୃତିର ଅମୂଲ୍ୟ ବରଦାନ ଏବଂ ଏହାର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ବିଶେଷକରି ଶୁଷ୍କ ଋତୁରେ ବନାଗ୍ନି…

ଟ୍ରେନ୍‌ ଧକ୍କାରେ ସଂସ୍କୃତ ଶିକ୍ଷକଙ୍କ ମୃତ୍ୟୁ, ବଢ଼ିଲା ଆତ୍ମହତ୍ୟା ସନ୍ଦେହ

ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସଦର ବ୍ଲକ୍‌ ଜେମାଦେଈପେଣ୍ଠସ୍ଥିତ କଳିଙ୍ଗା ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ପଞ୍ଚାନନ ଚୌଧୁରୀ(୫୫)ଙ୍କ ସୋମବାର ଏକ ମାଲବାହୀ ଟ୍ରେନ୍‌ ଧକ୍କାରେ…

ସ୍କୁଟି ଉପରକୁ ଚଢ଼ି ଗଲା କାର୍‌

ବଲାଙ୍ଗୀର,୨୩।୨(ସୁନିଲ କୁମାର ମହାନ୍ତି ):ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ଗେଟ ସମ୍ମୁଖରେ  ରାସ୍ତା କଡରେ ଥିବା ଏକ ମଟର ସାଇକେଲ ଗ୍ୟାରେଜ ଦୋକାନ ଭିତରକୁ ଜଣେ କାର…

ଛାତ୍ରୀ ଗଣବଳାତ୍କାର ମାମଲାର ନୂଆ ମୋଡ଼: ସ୍କୁଲରେ ଯାଞ୍ଚ କଲେ ୩ ଜଣିଆ ଟିମ୍‌

ରାଜକନିକା,୨୩ା୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳର ଏକ ସ୍କୁଲର ଜଣେ ୧୩ ବର୍ଷିଆ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା ଦିନକୁ ଦିନ ନୂଆ ମୋଡ଼…

ଇସ୍‌କଫ୍‌ର ୨୪ତମ ଜାତୀୟ ସମ୍ମିଳନୀ: ଗଞ୍ଜାମର ଗୋକୁଳ, ହରପ୍ରସାଦ ଜାତୀୟ ପରିଷଦକୁ ନିର୍ବାଚିତ

ଦିଗପହଣ୍ଡି,୨୩ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସ୍‌କଫ)ର ୨୪ତମ ଜାତୀୟ ସମ୍ମିଳନୀ ତାମିଲନାଡୁର ଚେନ୍ନାଇଠାରେ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଅନୁଷ୍ଠିତ…

ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ଉତ୍ସବ: ପଦ୍ମନାଭପୁର ଗାଁ ଉତ୍ସବ ମୁଖର

ଦିଗପହଣ୍ଡି,୨୩ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରେ ଶ୍ରୀଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୋମବାରଠାରୁ ଶୁଭାରମ୍ଭ ହୋଇଛି। ଏଥି ନିମନ୍ତେ ସମଗ୍ର ଗାଁ ଉତ୍ସବ ମୁଖର…

ପରାଜୟ ପରେ ମୁହଁ ଖୋଲିଲେ ଭାରତୀୟ ଦଳର ବ୍ୟାଟିଂ କୋଚ୍‌, କହିଲେ…

ଅହମଦାବାଦ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ସୁପର-୮ ମ୍ୟାଚ୍‌ରେ ପରାଜୟ ପରେ ଭାରତୀୟ ଦଳର ଟପ୍‌ ଅର୍ଡରରେ ବଡ଼ ପରିବର୍ତ୍ତନ ହୋଇପାରେ। ଏ ନେଇ ଭାରତୀୟ…

ବନ୍ଥପଲ୍ଲୀ ଗାଁ ପୁଣି ଅଶାନ୍ତ: ଘର ଉପରକୁ ବୋମା ମାଡ଼ କଲେ…

ଦିଗପହଣ୍ଡି,୨୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ବନ୍ଥପଲ୍ଲୀ ଗ୍ରାମର ପ୍ରଶାନ୍ତ ଭୂୟାଁଙ୍କ ଘର ଉପରକୁ ବୋମା ମାଡ଼ କରାଯାଇଛି। କିଛିଦିନର ନୀରବତା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri