୮୦୬ ଗାଡ଼ି ଜବତ

କେନ୍ଦୁଝର, ୭ା୪(ଡି.ଏନ୍‌.ଏ./ସ୍ବ.ପ୍ର.)- ଲକ୍‌ ଡାଉନ କଟକଣା ଉଲ୍ଲଂଘନ କାରଣରୁ କେନ୍ଦୁଝର ଜିଲାରେ ୮୦୬ ଗାଡ଼ି ଜବତ ହୋଇଛି। ୫୫ ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି ଏଥିମଧ୍ୟରୁ କେନ୍ଦୁଝର ସହରରେ ୧ଶହରୁ ଊର୍ଦ୍ଧ୍ୱ ଗାଡ଼ି ଜବତ ହୋଇଛି। ଜିଲାରେ ବିନା କାରଣରେ ବୁଲୁଥିବା ଯୁବକଙ୍କୁ ପୋଲିସ ବାରମ୍ବାର ତାଗିଦ୍‌ କରୁଥିବା ସତ୍ତ୍ୱେ ସେମାନେ ଅମାନିଆ ହୋଇ ବାଇକ ଧରି ବୁଲୁଥିଲେ। ପରିସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ପୋଲିସ ପୂର୍ବରୁ ବାଇକ୍‌ ଚାଳକଙ୍କ ବାଇକ ଚାବି ନେବା ସହ ପମ୍ପ ଖୋଲି ଦେଉଥିଲେ। ଏହା ସତ୍ତ୍ୱେ କେତେକ ଯୁବକ ରାସ୍ତାଘାଟରେ ବୁଲୁଥିବାବେଳେ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରି ବାଇକ୍‌ ସିଜ କରିବା ପ୍ରକ୍ରିୟା ଆରମ୍ଭ କରିଛି।