Categories: ଅନୁଗୋଳ

୮୦୦ରୁ ଊର୍ଦ୍ଧ୍ୱ ଔଷଧୀୟ ଚାରା ରୋପଣ

ଛେଣ୍ଡିପଦା,୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରେ ରବିବାର ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮୦୦ରୁ ଊର୍ଦ୍ଧ୍ୱ ଔଷଧୀୟ ଚାରାରୋପଣ କରାଯାଇଛି। ବର, ଅଶ୍ବତ୍ଥ, ଚାକୁଣ୍ଡା, ଶାଗୁଆନ, ଶାଳ, ଶିଶୁ ଆଦି ଚାରା ରୋପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଛେଣ୍ଡିପଦା ଥାନା ଅଧିକାରୀ ସତ୍ୟବ୍ରତ ରାଉତ, ଜିଲାପରିଷଦ ଭାସ୍କର ଚନ୍ଦ୍ର ସାହୁ , ଛେଣ୍ଡିପଦା ଗ୍ରାମ ସଭାପତି ଗୋବର୍ଦ୍ଧନ ନାୟକ, ପୂର୍ବତନ ଜିଲାପରିଷଦ ଦିଲ୍ଲୀପ କୁମାର ବେହେରା, ଆଇନଜୀବୀ ନଗେନ କୁମାର ନନ୍ଦ ଓ ସମିତିସଭ୍ୟ ଭଜମନ ଗଡ଼ନାୟକ ପ୍ରମୁଖ ସାମିଲ ଥିଲେ। ପ୍ରାୟ ୧୫ ଏକର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ୧୦ ହଜାରରୁ ଊଦ୍ଧର୍‌ବ ଚାରା ରୋପଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ସାହୁ ପ୍ରକାଶ କରିଛନ୍ତି। ଏହି କର୍ଯ୍ୟକ୍ରମରେ ଛେଣ୍ଡିପଦା ବନାଞ୍ଚଳର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।