ନୂଆଦିଲ୍ଲୀ,୨୭।୧୨: ଜନତା ଦଳ ୟୁନାଇଟେଡ ରାଜ୍ୟସଭା ଏମ୍ପି ତଥା ଶିଳ୍ପପତି ମହେନ୍ଦ୍ର ପ୍ରସାଦଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଛି । ମହେନ୍ଦ୍ର ପ୍ରସାଦ ବିହାରର ସାତଥର ରାଜ୍ୟସଭା ଏମ୍ପି ଥିଲେ ଏବଂ ଥରେ ଲୋକ ସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।
୧୯୮୦ରେ ସେ କଂଗ୍ରେସରୁ ଟିକେଟ ପାଇଁ ବିହାରର ଜେହାନାବାଦ ନିର୍ବାଚନ ମଣ୍ଡଳୀରୁ ତାଙ୍କର ପ୍ରଥମ ଲୋକସଭା ନିର୍ବାଚନ ଲଢି ବାଜି ମାରିଥିଲେ । ପରେ ୧୯୮୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଦ୍ବାରା ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ। ପ୍ରସାଦଙ୍କ ଦେହାନ୍ତରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଗଭୀର ସମବେଦନା ଜଣାଇବା ସହ ଶିଳ୍ପ ବ୍ୟତୀତ ସମାଜ ତଥା ରାଜନୀତିରେ ତାଙ୍କର ଦେହାନ୍ତ ହୋଇଛି ବୋଲି ସେ କହିଛନ୍ତି।


