୭୮ଘଣ୍ଟା କୋଟସାହି ପଞ୍ଚାୟତ ଶଟ୍‌ଡାଉନ

ଟାଙ୍ଗୀ(କଟକ)୨୦ା୬(ଡି.ଏନ୍‌.ଏ): ଟାଙ୍ଗୀ-ଚୌଦ୍ୱାର ବ୍ଲକର ୪ର୍ଥ କରୋନା ପଜିଟିଭ ଆକ୍ରାନ୍ତ କୋଟସାହି ପଞ୍ଚାୟତ ଟାଙ୍ଗୀ ଗ୍ରାମରେ ଶୁକ୍ରବାର ଚିହ୍ନଟ ହୋଇଛି। ଆକ୍ରାନ୍ତଙ୍କ ବୟସ ୪୫ ବର୍ଷ ହୋଇଥିବାବେଳେ ଘର କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ନୂଆପଡ଼ା ଅଞ୍ଚଳର। ତେବେ ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସରପଞ୍ଚ ଅମୂଲ୍ୟ ସାହୁ ଟାଙ୍ଗୀ ସମେତ କୋଟସାହି ପଞ୍ଚାୟତକୁ ୭୮ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହା ଶୁକ୍ରବାର ମଧ୍ୟାହ୍ନ ୧୨ଟାରୁ ସୋମବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସୂଚନାଯୋଗ୍ୟ, ଉକ୍ତ ବ୍ୟକ୍ତିଜଣକ ଗତ ୧୩ତାରିଖରେ ମହାରାଷ୍ଟ୍ରରୁ ଫେରି ଟାଙ୍ଗୀ ମଦନମୋହନ ସାହିସ୍ଥିତ ଶ୍ୱଶୁର ଘରେ ସଙ୍ଗରୋଧରେ ରହିଥିଲେ। ବୁଧବାର ଆଗ୍ରାହାଟଠାରେ ତାଙ୍କସହ ୬୫ଜଣଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା। ଉକ୍ତ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପରେ ତାଙ୍କୁ କଟକ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି।