୭୧ତମ ସାଧାରଣତନ୍ତ୍ର ଦିବସ ଧୁମ୍‌ଧାମରେ ପାଳିତ

ଜୟପୁର,୨୬।୧(ଡି.ଏନ.ଏ): କୋରାପୁଟ ଜିଲାର ଜୟପୁରରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜୟପୁର ଉପଜିଲାପାଳ ଲୋକନାଥ ଦଳ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଯେଉଁ ଦେଶ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ସମ୍ମାନ ଦେଇଛି ସେହି ଦେଶ ସେତେ ଆଗକୁ ଯାଇଥିବା ଜିଲାପାଳ ମତବ୍ୟକ୍ତ କରିଥିଲେ। ଏହା ପରେ ସମସ୍ତ ସ୍କୁଲ କଲେଜର ଏନସିସି, ସ୍କାଉଟ, ଗାଇଡ଼ ଭଳି ୫୨ଟି ଗ୍ରୁପ ଏହି ପରେଡରେ ଭାଗ ନେଇଥିଲେ। ଏହାପରେ ଫ୍ୟାନ୍ସି ଡ୍ରେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ ହୋଇଥିବା ପରେଡ ଏବଂ ଅନ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।