୬ ମାସରେ ଗଲାଣି ୨୩୧ ଜୀବନ

ଛତ୍ରପୁର,୨୦ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି ା ଜିଲାରେ ଗତ ୬ ମାସ ମଧ୍ୟରେ ହୋଇଥିବା ୪୧୧ ଦୁର୍ଘଟଣାରେ ୨୩୧ ଜଣଙ୍କ ଜୀବନ ଯାଇଛି। ୨୬୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲା ଦେଇ ଯାଇଥିବା ଏନ୍‌ଏଚ୍‌-୧୬ର ଉଜ୍ଜ୍ୱଳେଶ୍ୱରୀ ମନ୍ଦିର, ପାରଳା ମହାରାଜ ଇଂଜିନିୟରିଂ ସ୍କୁଲଠାରୁ ନରେନ୍ଦ୍ରପୁର ଜଙ୍କଶନ୍‌, ଗୋଳନ୍ଥରା-ରଣ୍ଡା-ହଳଦିଆପଦର ଛକ ଓ ବସଷ୍ଟାଣ୍ଡ, ଜିଲୁଣ୍ଡି ଛକଠାରୁ ଭଞ୍ଜନଗର ଓ କରଡାବାଡି ଗାଁଠାରୁ ସୋରଡା ଟୋଲଗେଟ୍‌ ପର୍ଯ୍ୟନ୍ତ ରାସ୍ତାରେ ଅଧିକାଂଶ ଦୁର୍ଘଟଣା ଘଟୁଛି ା ନିୟମିତ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ହେଉଛି ା ମାତ୍ର ବୈଠକରେ ହେଉଥିବା ନିଷ୍ପତ୍ତିି ଓ ଦିଆଯାଉଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉନି। ଶନିବାର ପୁଣି ଛତ୍ରପୁରଠାରେ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ୨୦୧୯ ଜାନୁୟାରୀରେ ସଡକ ଦୁର୍ଘଟଣାରେ ଜିଲାରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଫେବୃୟାରୀରେ ୩୩, ମାର୍ଚ୍ଚରେ ୪୨, ଏପ୍ରିଲରେ ୩୩, ମେରେ ୩୬ ଓ ଜୁନ୍‌ରେ ୩୮ ଜଣଙ୍କ ଜୀବନ ଯାଇଛି। ଜାତୀୟ ରାଜପଥ, ରାଜ୍ୟ ଏନଏଚ୍‌, ଷ୍ଟେଟ୍‌ ହାଇୱେ ଏବଂ ଅନ୍ୟ ରାସ୍ତାଗୁଡିକରେ ଏହି ଦୁର୍ଘଟଣା ଘଟିଛି ା ୨୦୧୮ ମସିହାରେ ୭୩୮ ଦୁର୍ଘଟଣା ହୋଇଥିଲା ା ଏଥିରେ ୩୮୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୮୯ ଜଣ ଗୁରୁତର ଆହତ ହୋଇଥିଲେ। ସେଥିମଧ୍ୟରୁ ଜୁନ୍‌ ମାସ ସୁଦ୍ଧା ହୋଇଥିବା ୪୦୨ ଦୁର୍ଘଟଣାରେ ୨୧୫ ଜଣଙ୍କ ମତ୍ୟୁ ଘଟିଥିଲା। ୪୮୯ ଜଣ ଗୁରୁତର ଆହତ ହୋଇଥିଲେ ା ସେହିପରି ୨୦୧୭ ମସିହାରେ ୭୧୬ ଦୁର୍ଘଟଣା ଘଟିଥିଲା ା ଏଥିରେ ୩୮୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୯୪ ଜଣ ଗୁରୁତର ଆହତ ହୋଇଥିଲେ ା ୨୦୧୯ରେ ସର୍ବାଧିକ ଗଞ୍ଜାମ ପୋଲିସ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ୧୯, ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ୧୪, ଖଲ୍ଲିକୋଟ ଥାନା ଅଞ୍ଚଳରେ ୧୭, ଭଞ୍ଜନଗର ଥାନା ଅଞ୍ଚଳରେ ୨୩ ଓ ରମ୍ଭା ଥାନା ଅଞ୍ଚଳରେ ୧୧ ଦୁର୍ଘଟଣା ଘଟିଛି ା ସେହିପରି ବ୍ରହ୍ମପୁର ପୋଲିସ ଜିଲା ଅଧୀନ ଗୋଳନ୍ଥରା ଥାନା ଅଞ୍ଚଳରେ ୩୩, ବ୍ରହ୍ମପୁର ଟ୍ରାଫିକ୍‌ ଥାନା ଅଞ୍ଚଳରେ ୨୧, ଦିଗପହଣ୍ଡି ଥାନା ଅଞ୍ଚଳରେ ୧୫ ଓ ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ୧୬ ଓ ଜରଡା ଥାନା ଅଞ୍ଚଳରେ ୧୩ ଦୁର୍ଘଟଣା ଘଟିଛି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri