୬ ବାଲ୍ୟବିବାହ ରୋକିଲା ପ୍ରଶାସନ

ଆସିକା,୭ା୧(ଡି.ଏନ୍‌.ଏ.): ଆସିକା ବ୍ଲକ ଅନ୍ତର୍ଗତ ବଡଖୋଲି ପଞ୍ଚାୟତରେ ୬ଟି ବାଲ୍ୟ ବିବାହ ଲାଗି ପ୍ରସ୍ତୁତି ଚାଲିଥିଲା ବେଳେ ସୋମବାର ପ୍ରଶାସନ ପକ୍ଷରୁ ତାହାଂକୁ ବନ୍ଦ କରାଯାଇଛି। ପଞ୍ଚାୟତର ବଡଖୋଲି ଗ୍ରାମରେ ୪ ଜଣ, ସାନଖୋଲି ଓ କନ୍ଧପଲ୍ଲୀ ଗ୍ରାମରେ ଜଣେ ଲେଖାଏଁ ନାବାଳିକାଙ୍କ ବିବାହ ହେବାକୁ ଜୋରଦାର ପ୍ରସ୍ତୁତି ଚାଲିଥିଲା। ଖବରପାଇ ଆସିକା ସିଡିପିଓ ଭାରତୀ ମହାପାତ୍ରଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ଓ ପୋଲିସ ସୋମବାର ସଂପୃକ୍ତ ଗ୍ରାମଗୁଡିକରେ ପହଞ୍ଚିତ୍ ନାବାଳିକାଙ୍କ ପରିବାର ସହ ଆଲୋଚନା କରିଥିଲେ। ବାଲ୍ୟ ବିବାହ କରାଇଲେ ରହିଥିବା ଆଇନଗତ ଦଣ୍ଡ ବ୍ୟବସ୍ଥା, ଅସୁବିଧା ସମ୍ପର୍କରେ ନାବାଳିକାମାନଙ୍କ ପରିବାରକୁ ବୁଝାଇ ବିବାହ ବନ୍ଦ କରାଯାଇଥିବା ସିଡିପିଓ ମହାପାତ୍ର ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଆସିକା ପୋଲିସ ଓ ଜିଲାସ୍ତରୀୟ ଅଧିକାରୀ ସାମିଲ ଥିଲେ।