ରାଇକିଆ,୧୭ା୧୨(ଡ଼ି.ଏନ.ଏ.)-ରାଇକିଆ ସାପ୍ତାହିକ ହାଟକୁ ନେଇ ୨ ପଞ୍ଚାୟତ ମଧ୍ୟରେ ଳାଗି ରହିଥିବା ବିବାଦ ଥମୁନି। କ୍ରମାଗତ ଦ୍ୱିତୀୟ ଥର ପାଇଁ ସୋମବାର ହାଟରେ ବାଧା ସୃଷ୍ଟି ହୋଇଛି। ଉଭୟ ପଞ୍ଚାୟତରେ ହାଟ ପାଇଁ ରାସ୍ତାରୋକୋ ଯୋଗୁ ରାଇକିଆ-ଜି.ଉଦୟଗିରି ରାସ୍ତା ୬ଘଣ୍ଟା ଧରି ଅବରୋଧ ହୋଇଥିଲା। କାୈଣସି ଯାନବାହନ ଚଳାଚଳ ହୋଇପାରି ନ ଥିଲା। ପୂର୍ବ ସପ୍ତାହ ନିଷ୍ଫତ୍ତି ପ୍ରକାରେ ରାଇକିଆ ଚୂନପଲ୍ଲୀରେ ହାଟକୁ ଯିବା ପାଇଁ ବ୍ୟବସାୟୀଙ୍କୁ କୁହାଯିବା ପରେ ବେରେଡ଼ାକିଆରେ ସରପଞ୍ଚ ରଶ୍ମିତା ପ୍ରଧାନଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀଙ୍କ ତରଫରୁ ରାସ୍ତାରୋକୋ କରାଯାଇଥିଲା। କିଛି ଘଣ୍ଟାର ପରେ ପୁଣି ଥରେ ପୁରୁଣା ସ୍ଥାନରେ ହାଟ ଆରମ୍ଭ ହୋଇଥିଲା। ପୁଣି ଥରେ ପୁରୁଣା ସ୍ଥାନରେ ହାଟ ଖୋଲାଯିବାର ପ୍ରତିବାଦରେ ରାଇକିଆ ଚୂନପଲ୍ଲୀରେ ସରପଞ୍ଚ ପଞ୍ଚୁ ପ୍ରଧାନ, ସମିତି ସଭ୍ୟା ମିନି ନାୟକ ଓ କେତେକ ଓ୍ବାର୍ଡ଼ ମେମ୍ବରଙ୍କ ଉପସ୍ଥିତିରେ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ସେଠାରେ ମଧ୍ୟ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହା ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିଥିଲା। ରାଇକିଆ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଥାନା ଅଧିକାରୀ ଅଲେଖ ଗରଡ଼ିଆ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରିପାରି ନ ଥିଲା। ଲୋକଙ୍କ ସ୍ବାର୍ଥ ଦଷ୍ଟିିରୁ ଏବଂ ହାଟ ଯୋଗୁ ମୁଖ୍ୟ ରାସ୍ତା ଜାମ ହେଉଥିବା, ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ହାଟ ଘୁଞ୍ଚା ଯାଇଥିବା ବେଳେ ଏଥିରେ ବାରମ୍ବାର ସମସ୍ୟା ସୃଷ୍ଟି କରାଯାଉଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ। ଆସନ୍ତା ସୋମବାର ସୁଦ୍ଧା ହାଟ ଘୁଞ୍ଚାଇବା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରତଶ୍ରୁତି ଦିଆଯିବାପରେ ଆନ୍ଦୋଳନ ହଟିଥିଲା। ଅନ୍ୟ ପକ୍ଷରେ ପ୍ରଶାସନ ତରଫରୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆଯାଉ ନ ଥିବାରୁ ବିଶୃଙ୍ଖଳା ବଢିବାରେ ଲାଗିଛି। ପ୍ରତ୍ୟକ ହାଟ ପାଳିରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଶେଷ କରି ବାଲିଗୁଡ଼ା, ବ୍ରହ୍ମପୁର, ଫୁଲବାଣୀ ଭଳି ଦୂରଦୂରାନ୍ତରୁ ବ୍ୟବସାୟୀମାନେ ଆସୁଥିଲେ ମଧ୍ୟ ରାସ୍ତା ଅବରୋଧ, ଆନ୍ଦୋଳନ, ଅବ୍ୟବସ୍ଥା ଯୋଗୁ ନିରାଶ ହୋଇ ଫେରୁଛନ୍ତିି।
ସୂଚନାଯୋଗ୍ୟ, ରାଇକିଆରେ ଜିଲାର ଅନ୍ୟତମ ବୃହତ ହାଟ ହୋଇଥାଏ। ପ୍ରତ୍ୟକ ସୋମାବର ଏଠାକୁ ହଜାର ହଜାର ଲୋକ ଆସିଥାନ୍ତି।
ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…
ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...
କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର
ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...
ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…
କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...
ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର
ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...
ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…
ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...
ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍ ଓ୍ବାର୍ନିଂ
ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...
ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…
ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...
ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…
ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...
Archives


