Posted inଖେଳ

୬ ଖେଳାଳିଙ୍କୁ ରିଲିଜ କଲେ ଷ୍ଟିମାକ୍‌

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଜାତୀୟ ଫୁଟ୍‌ବଲ ପ୍ରସ୍ତୁତି କ୍ୟାମ୍ପରେ ଯୋଗ ଦେଇଥିବା ୩୭ ଜଣ ଫୁଟ୍‌ବଲ ଖେଳାଳିଙ୍କ ମଧ୍ୟରୁ ସୋମବାର ୬ଜଣଙ୍କୁ ରିଲିଜ କରିଛନ୍ତି କୋଚ୍‌ ଇଗୋର ଷ୍ଟିମାକ୍‌। ଜୁନ୍‌ ୫ରୁ ୮ ପର୍ଯ୍ୟନ୍ତ ଥାଇଲାଣ୍ଡର ବୁରିରାମଠାରେ କିଙ୍ଗ୍ସ କପ୍‌ ଖେଳାଯିବ। ଏହି ଟୁର୍ନାମେଣ୍ଟ ପୂର୍ବରୁ ବିଶାଲ କାଇଥ୍‌, ଜର୍ମନପ୍ରୀତ ସିଂ, ନନ୍ଧା କୁମାର ରେଡିମ୍‌ ଟିଲାଙ୍ଗ୍‌, ବିକ୍ରମଜିତ୍‌ ସିଂ ଏବଂ ସୁମିତ୍‌ ପାସିଙ୍କୁ ରିଲିଜ କରାଯାଇଛି। କ୍ୟାମ୍ପରେ ଖେଳାଳିମାନଙ୍କ ପ୍ରଦର୍ଶନ ନେଇ ମୁଁ ଖୁସି। କିଙ୍ଗ୍ସ କପ୍‌ ପାଇଁ ଚୂଡ଼ାନ୍ତ ୨୩ଜଣିଆ ଦଳ ମନୋନୟନ କରିବା କଷ୍ଟକର ବୋଲି ସେ କହିଛନ୍ତି। ସେ କହିଛନ୍ତି, ଆମେ ଯେଉଁ ୬ ଖେଳାଳିଙ୍କୁ ଫେରାଇ ଦେଇଛୁ, ସେମାନଙ୍କ ଲାଗି ଓ୍ବାର୍କିଂ ପ୍ରୋଗ୍ରାମ ଦିଆଯାଇଛି। ଫିଟ୍‌ନେସ୍‌, ଟେକ୍‌ନିକାଲ ଏବଂ ଟାକ୍ଟିକାଲ କ୍ଷେତ୍ରରେ ସୁଧାର ଆଣିବା ଲାଗି ସେମାନଙ୍କୁ କୁହାଯାଇଛି। ଷ୍ଟିମାକ୍‌ ହେଉଛନ୍ତି ୧୯୯୮ରେ ଫ୍ରାନ୍ସରେ ଖେଳାଯାଇଥିବା ବିଶ୍ୱକପ ଭାଗ ନେଇଥିବା କ୍ରୋଏସିଆ ଦଳର ଜଣେ ଅନ୍ୟତମ ସଦସ୍ୟ। ସେହି ସଂସ୍କରଣରେ କ୍ରୋଏସିଆ ତୃତୀୟ ସ୍ଥାନ ଅଧିକାର କରିଥିଲା। ୫୧ ବର୍ଷୀୟ ଷ୍ଟିମାକ୍‌ଙ୍କ ତତ୍ତ୍ୱାବଧାନରେ କ୍ରୋଏସିଆ ବିଶ୍ୱକପ୍‌ ମଧ୍ୟ ଖେଳିଛି। ଭାରତୀୟ ଦଳ ବର୍ତ୍ତମାନ କିଙ୍ଗ୍ସ କପ୍‌ ପାଇଁ ପ୍ରସ୍ତୁତ ହେଉଛି। ଏହା ହେଉଛି ଫିଫା ଦ୍ୱାରା ସ୍ବୀକୃତିପ୍ରାପ୍ତ ଏକ ଅନ୍ତର୍ଜାତୀୟ ଏ’ ଗ୍ରେଡ୍‌ ଟୁର୍ନାମେଣ୍ଟ। ଫୁଟ୍‌ବଲ ଆସୋସିଏଶନ ଥାଇଲାଣ୍ଡ ତରଫରୁ ଏହା ୧୯୬୮ରୁ ଆୟୋଜିତ ହୋଇଆସୁଛି। ଭାରତ ପୂର୍ବରୁ ୧୯୭୭ ଏବଂ ୧୯୮୧ରେ କିଙ୍ଗ୍ସ କପ୍‌ରେ ଅଂଶଗ୍ରହଣ କରିଥିଲା। ଭାରତ ଜୁନ୍‌ ୫ରେ କୁରାକାଓ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। ସେହିଦିନ ଅନ୍ୟ ଏକ ମ୍ୟାଚରେ ଆୟୋଜକ ଥାଇଲାଣ୍ଡ ଭିଏତ୍‌ନାମ ସହିତ ମୁକାବିଲା କରିବ। ଉଭୟ ମ୍ୟାଚ୍‌ର ବିଜେତା ଫାଇନାଲକୁ କ୍ୱାଲିଫାଏ କରିବେ। ଜୁନ୍‌ ୮ରେ ଅନ୍ୟ ଦୁଇ ଦଳ ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍‌ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri