୬ରୁ ଭଙ୍ଗାହେବ ବେଆଇନ ଘର, ନିର୍ମାଣ

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ବେଆଇନ ନିର୍ମାଣକୁ ନିୟମିତ ତଥା ସ୍ବୀକୃତ କରିବାକୁ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ୨୦୧୮ରୁ କାର୍ଯ୍ୟକାରୀ ହୋଇଛି ‘ସର୍ବକ୍ଷମା’ ଯୋଜନା। ଇତିମଧ୍ୟରେ ୨ଥର ସଂଶୋଧନ କରାଯାଇ ଲୋକଙ୍କୁ ୬ ମାସ ଲେଖାଏ ମହଲତ ଦିଆଯାଇଛି। ଏହାସତ୍ତ୍ୱେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବେଆଇନ ଘର ବା ନିର୍ମାଣର ପ୍ଲାନ୍‌ ଆପ୍ରୁଭାଲ୍‌ ପାଇଁ ଅନେକେ ଆବେଦନ କରିନାହାନ୍ତି। ଆସନ୍ତା ମାସ ୫ ତାରିଖରେ ମହଲତ ଅବଧି ସରୁଛି। ଏହାପରଠାରୁ ଅର୍ଥାତ୍‌ ଫେବୃୟାରୀ ୬ରୁ ପ୍ଲାନ୍‌ ଆପ୍ରୁଭାଲ ନ ଥିବା ବେଆଇନ ଘର ବା ନିର୍ମାଣ ଭଙ୍ଗା ଆରମ୍ଭ ହେବ। ଏଥିପାଇଁ ନଗର ଉନ୍ନୟନ ବିଭାଗ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ), ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ), ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ଓ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ବିଡିଏ ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରିଛି ଯେ, ସୁଯୋଗ ଦିଆଯିବା ସତ୍ତ୍ବେ ଜନସାଧାରଣ ବିନା ପ୍ଲାନ୍‌ ଆପ୍ରୁଭାଲରେ ବେଆଇନ ନିର୍ମାଣ ଜାରି ରଖିଛନ୍ତି। ଆଉ ଏହାର ଅବଧି ବଢାଯିବ ନାହିଁ କି ସୁଯୋଗ ବି ଦିଆଯିବନି। ଫେବୃୟାରୀ ୬ରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯିବ। ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ କହିଛନ୍ତି, ଓଡ଼ିଶା ଡେଭ୍‌ଲପ୍‌ମେଣ୍ଟ ଆକ୍ଟ-୧୯୮୨ ଅନୁସାରେ ବିଲ୍ଡିଂଗୁଡ଼ିକୁ ଯାଞ୍ଚ କରାଯିବ। ଯେକେହି ବି ପ୍ଲାନ୍‌ ଆପ୍ରୁଭାଲ ନ କରି ବେଆଇନ ଭାବେ ନିର୍ମାଣ କରିଥିବ, ତାଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ସୁଦ୍ଧା ୩୯୦୦ ଆବେଦନପତ୍ର ବିଡିଏର ହସ୍ତଗତ ହୋଇଥିବାବେଳେ ଆଉମାତ୍ର ୨ ସପ୍ତାହର ସମୟ ରହିଲା। ଏବେ ବାକିଥିବା ଲୋକେ ଆବେଦନ କରିବା ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପ୍ରଥମେ ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା (ସର୍ବକ୍ଷମା) -୨୦୧୮’ ପ୍ରଣୟନ କରାଯାଇଥିଲା। ଜରିମାନା ପରିମାଣ ଅତ୍ୟଧିକ ହେବାରୁ ଲୋକେ ଏହି ଯୋଜନାରେ ଆବେଦନ କରିବାକୁ ପଛଘୁଞ୍ଚା ଦେଲେ। ଏହାକୁ ଅନୁଭବ କରିବା ପରେ ନଗର ଉନ୍ନୟନ ବିଭାଗ ଜରିମାନା ପରିମାଣକୁ ଅଧା ହ୍ରାସ କଲେ। ଏଥିତ୍ପାଇଁ ପୂର୍ବ ନିୟମରେ କେତେକ ସଂଶୋଧନ ଆଣି ୨୦୧୯ ଅଗଷ୍ଟ ୫ରେ ନୂଆ ବିଜ୍ଞପ୍ତି ପ୍ରକାଶ କଲେ। ଅଧିକରୁ ଅଧିକ ଲୋକ ଯେପରି ସର୍ବକ୍ଷମା ଯୋଜନାରେ ସାମିଲ୍‌ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବାସଗୃହ, ବ୍ୟବସାୟିକ ଘରର ସେଟ୍‌ବ୍ୟାକ୍‌, ପାର୍କିଂ, କମ୍ପାଉଣ୍ଡିଂ ଚାର୍ଜ ଆଦିରେ କୋହଳ କରାଯାଇଥିଲା। ଏହାସତ୍ତ୍ୱେ ବି ଭୁବନେଶ୍ୱରରେ ମାତ୍ର ୩୯୦୦ ଆବେଦନ ଆସିଥିବା ଓ ଅନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଖୁବ୍‌ କମ୍‌ ଆବେଦନ ହୋଇଥିବାରୁ ସରକାର ଆଉ ସମୟ ଓ ସୁଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri