ପ୍ରଯୁକ୍ତିବିଦ୍ୟା ସୃଜନଶୀଳତାର ବିକଳ୍ପ ହୋଇପାରିବନି

ଢେଙ୍କାନାଳ ଅଫିସ, ୨୩।୧ – ପ୍ରଯୁକ୍ତିବିଦ୍ୟା କେବେହେଲେ ସୃଜନଶୀଳତାର ବିକଳ୍ପ ହୋଇପାରିବ ନାହିଁ। ଦିନକୁ ଦିନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବୈଷୟିକ ଜ୍ଞାନକୌଶଳକୁ ଆଉପାଦେ ଆଗେଇ ନେଇଛି। ଏସବୁ ସତ୍ତ୍ୱେ ଲୋକଙ୍କ ଭିତରେ ଥିବା ଦକ୍ଷତା ସବୁଠୁ ଶ୍ରେଷ୍ଠ। ସୃଜନଶୀଳତାର ଶକ୍ତି ବହୁ ଉପରେ। ପ୍ରଯୁକ୍ତିବିଦ୍ୟାର ଦ୍ରୁତ ପ୍ରଗତି ଯୋଗୁ ଲୋକସମ୍ପର୍କ ଅଧିକାରୀଙ୍କ ଆଗରେ ଅନେକ ଆହ୍ବାନ ରହିଛି। ପ୍ରେସ୍‌ ବିଜ୍ଞପ୍ତିର ଶୈଳୀ ମଧ୍ୟ ବଦଳିଛି । ସାମାଜିକ ଗଣମାଧ୍ୟମର ବହୁଳ ଆଦୃତ୍ତି ପରେ ଏହାକୁ ଲୋକସମ୍ପର୍କ କୌଶଳ ଭାବେ ବ୍ୟବହାର କରିବା ଅପରିହାର୍ଯ୍ୟ ହୋଇପଡ଼ିଛି । ଏସବୁ ଉପରେ ଲୋକସମ୍ପର୍କ ଅଧିକାରୀମାନେ ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି ନାଲ୍‌କୋ ଡେପୁଟି ଜେନେରାଲ ମ୍ୟାନେଜର ଆଶୁତୋଷ ରଥ।
ଢେଙ୍କାନାଳସ୍ଥିତ ଆଇଆଇଏମ୍‌ସି ପରିସରରେ ବୁଧବାର ଲୋକସମ୍ପର୍କ ରାଉଣ୍ଡ୍‌ ଟେବୁଲ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅନୁଷ୍ଠିତ ‘ପ୍ରଯୁକ୍ତିବିଦ୍ୟା ଯୁଗରେ ଲୋକସମ୍ପର୍କ’ ଶୀର୍ଷକ ଆଲୋଚନାଚକ୍ରରେ ବକ୍ତା ଭାବେ ଯୋଗଦେଇ ସେ ଏହା କହିଛନ୍ତି।
ଭାରତୀୟ ଲୋକସମ୍ପର୍କ ସମାଜ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ରିଲାଏନ୍ସ ଜିଓ କର୍ପୋରେଟ୍‌ କମ୍ୟୁନିକେଶନର ଉପସଭାପତି ରୋହିତ ଦୁବେ କହିଲେ, ଲୋକସମ୍ପର୍କ ଏକ ଚତୁର କାର୍ଯ୍ୟ। ବର୍ତ୍ତମାନ ବିଷୟବସ୍ତୁର ଉପସ୍ଥାପନା ଶୈଳୀ ବଦଳିବାରେ ଲାଗିଛି ା ଅନେକ ସଂସ୍ଥା ବାସ୍ତବ ଜୀବନର କାହାଣୀ କହିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଆଦିତ୍ୟ ବିର୍ଲା ଗ୍ରୁପ କର୍ପୋରେଟ୍‌ ଆଫେୟାର୍ସ ଏଭିପି ଶଶାଙ୍କ ପଟ୍ଟନାୟକ କହିଲେ, ଲୋକସମ୍ପର୍କ ଏକ ଚଳଚଞ୍ଚଳ କ୍ଷେତ୍ର। ଜନତା, ସରକାର ଓ କର୍ପୋରେଟ ମଧ୍ୟରେ ଏକ ସେତୁ ସ୍ଥାପନ କରିବା ଉପରେ ଲୋକସମ୍ପର୍କ ଅଧିକ ଗୁରୁତ୍ୱ ଦେଉଛି। ପୂର୍ବତନ ହିନ୍ଦୁସ୍ଥାନ ଫର୍ଟିଲାଇଜର କମ୍ୟୁନିକେଶନ ଜେନେରାଲ ମ୍ୟାନେଜର ସୁବୀର ବୋଷ କହିଲେ, ଗତ ୩୦ବର୍ଷ ଭିତରେ ପ୍ରଯୁକ୍ତିବିଦ୍ୟାର ବେଶ୍‌ ଅଗ୍ରଗତି ହୋଇଛି। ଏହାକୁ ତାଳଦେଇ ଲୋକସମ୍ପର୍କର କୌଶଳ ପରିବର୍ତ୍ତନ ହେବାରେ ଲାଗିଛି। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟ୍ଟାର୍ଜୀ ସ୍ବାଗତ ଭାଷଣ, ଭାରତୀୟ ଲୋକସମ୍ପର୍କ ସମାଜ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ସଞ୍ଜୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ ଆସନ୍ତା ୨୬ ତାରିଖରେ ମଞ୍ଚସ୍ଥ ହେବାକୁ ଥିବା ଓଡ଼ିଆ ନାଟକ ‘ବଳିଦାନ’ର ପୋଷ୍ଟର ଉନ୍ମୋଚିତ ହୋଇଥିଲା। ସହାୟକ ପ୍ରଫେସର ଡ. ଜ୍ୟୋତିପ୍ରକାଶ ମହାପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri