ପ୍ରଯୁକ୍ତିବିଦ୍ୟା ସୃଜନଶୀଳତାର ବିକଳ୍ପ ହୋଇପାରିବନି

ଢେଙ୍କାନାଳ ଅଫିସ, ୨୩।୧ – ପ୍ରଯୁକ୍ତିବିଦ୍ୟା କେବେହେଲେ ସୃଜନଶୀଳତାର ବିକଳ୍ପ ହୋଇପାରିବ ନାହିଁ। ଦିନକୁ ଦିନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବୈଷୟିକ ଜ୍ଞାନକୌଶଳକୁ ଆଉପାଦେ ଆଗେଇ ନେଇଛି। ଏସବୁ ସତ୍ତ୍ୱେ ଲୋକଙ୍କ ଭିତରେ ଥିବା ଦକ୍ଷତା ସବୁଠୁ ଶ୍ରେଷ୍ଠ। ସୃଜନଶୀଳତାର ଶକ୍ତି ବହୁ ଉପରେ। ପ୍ରଯୁକ୍ତିବିଦ୍ୟାର ଦ୍ରୁତ ପ୍ରଗତି ଯୋଗୁ ଲୋକସମ୍ପର୍କ ଅଧିକାରୀଙ୍କ ଆଗରେ ଅନେକ ଆହ୍ବାନ ରହିଛି। ପ୍ରେସ୍‌ ବିଜ୍ଞପ୍ତିର ଶୈଳୀ ମଧ୍ୟ ବଦଳିଛି । ସାମାଜିକ ଗଣମାଧ୍ୟମର ବହୁଳ ଆଦୃତ୍ତି ପରେ ଏହାକୁ ଲୋକସମ୍ପର୍କ କୌଶଳ ଭାବେ ବ୍ୟବହାର କରିବା ଅପରିହାର୍ଯ୍ୟ ହୋଇପଡ଼ିଛି । ଏସବୁ ଉପରେ ଲୋକସମ୍ପର୍କ ଅଧିକାରୀମାନେ ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି ନାଲ୍‌କୋ ଡେପୁଟି ଜେନେରାଲ ମ୍ୟାନେଜର ଆଶୁତୋଷ ରଥ।
ଢେଙ୍କାନାଳସ୍ଥିତ ଆଇଆଇଏମ୍‌ସି ପରିସରରେ ବୁଧବାର ଲୋକସମ୍ପର୍କ ରାଉଣ୍ଡ୍‌ ଟେବୁଲ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅନୁଷ୍ଠିତ ‘ପ୍ରଯୁକ୍ତିବିଦ୍ୟା ଯୁଗରେ ଲୋକସମ୍ପର୍କ’ ଶୀର୍ଷକ ଆଲୋଚନାଚକ୍ରରେ ବକ୍ତା ଭାବେ ଯୋଗଦେଇ ସେ ଏହା କହିଛନ୍ତି।
ଭାରତୀୟ ଲୋକସମ୍ପର୍କ ସମାଜ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ରିଲାଏନ୍ସ ଜିଓ କର୍ପୋରେଟ୍‌ କମ୍ୟୁନିକେଶନର ଉପସଭାପତି ରୋହିତ ଦୁବେ କହିଲେ, ଲୋକସମ୍ପର୍କ ଏକ ଚତୁର କାର୍ଯ୍ୟ। ବର୍ତ୍ତମାନ ବିଷୟବସ୍ତୁର ଉପସ୍ଥାପନା ଶୈଳୀ ବଦଳିବାରେ ଲାଗିଛି ା ଅନେକ ସଂସ୍ଥା ବାସ୍ତବ ଜୀବନର କାହାଣୀ କହିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଆଦିତ୍ୟ ବିର୍ଲା ଗ୍ରୁପ କର୍ପୋରେଟ୍‌ ଆଫେୟାର୍ସ ଏଭିପି ଶଶାଙ୍କ ପଟ୍ଟନାୟକ କହିଲେ, ଲୋକସମ୍ପର୍କ ଏକ ଚଳଚଞ୍ଚଳ କ୍ଷେତ୍ର। ଜନତା, ସରକାର ଓ କର୍ପୋରେଟ ମଧ୍ୟରେ ଏକ ସେତୁ ସ୍ଥାପନ କରିବା ଉପରେ ଲୋକସମ୍ପର୍କ ଅଧିକ ଗୁରୁତ୍ୱ ଦେଉଛି। ପୂର୍ବତନ ହିନ୍ଦୁସ୍ଥାନ ଫର୍ଟିଲାଇଜର କମ୍ୟୁନିକେଶନ ଜେନେରାଲ ମ୍ୟାନେଜର ସୁବୀର ବୋଷ କହିଲେ, ଗତ ୩୦ବର୍ଷ ଭିତରେ ପ୍ରଯୁକ୍ତିବିଦ୍ୟାର ବେଶ୍‌ ଅଗ୍ରଗତି ହୋଇଛି। ଏହାକୁ ତାଳଦେଇ ଲୋକସମ୍ପର୍କର କୌଶଳ ପରିବର୍ତ୍ତନ ହେବାରେ ଲାଗିଛି। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟ୍ଟାର୍ଜୀ ସ୍ବାଗତ ଭାଷଣ, ଭାରତୀୟ ଲୋକସମ୍ପର୍କ ସମାଜ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ସଞ୍ଜୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ ଆସନ୍ତା ୨୬ ତାରିଖରେ ମଞ୍ଚସ୍ଥ ହେବାକୁ ଥିବା ଓଡ଼ିଆ ନାଟକ ‘ବଳିଦାନ’ର ପୋଷ୍ଟର ଉନ୍ମୋଚିତ ହୋଇଥିଲା। ସହାୟକ ପ୍ରଫେସର ଡ. ଜ୍ୟୋତିପ୍ରକାଶ ମହାପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri