୫ ବିଦେଶ ଫେରନ୍ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଗଲା

ଖୋର୍ଦ୍ଧା ଅଫିସ,୨୮ା୩: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଶୁକ୍ରବାର ଜିଲାର ୫ଜଣ ବିଦେଶ ଫେରନ୍ତା ବ୍ୟକ୍ତିଙ୍କର ସ୍ବାବ ନମୁନା ପରୀକ୍ଷା ଲାଗି ଭୁବନେଶ୍ୱର ରିଜିଓନାଲ ମେଡିକାଲ ଗବେଷଣା କେନ୍ଦ୍ରକୁ ପଠାଯାଇଛି।
ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ, ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମେତ ପଞ୍ଚାୟତସ୍ତରରେ ଆଇସୋଲେଶନ ୱାର୍ଡ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଜିଲାରେ ୨୧୫ଟି ମେଡିକାଲ କ୍ୟାମ୍ପ କରାଯିବାକୁ ଯୋଜନା ରହିଛି ବୋଲି ଜିଲାପାଳ ସୀତାଂଶୁ ରାଉତ କହିଛନ୍ତି। ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ସହରର ଗଳିକନ୍ଦିରେ ବ୍ଲିଚିଂ ପାଉଡର ପକାଯିବା ସହ ଡିସ୍‌ଇନ୍‌ଫେକ୍‌ଟାଣ୍ଟ ସିଞ୍ଚନ କରାଯାଉଛି। ମାଛ ମାର୍କେଟକୁ ସାମୟିକ ଭାବେ ବନ୍ଦ କରାଯାଇଛି। ହାବେଳି ପଡ଼ିଆ, ଗୁରୁଜଙ୍ଗ ମେଳଣ ପଡ଼ିିଆ, ଲୋକେଶ୍ୱର ମେଳଣ ପଡ଼ିଆ ଏବଂ ଟିଏଲ୍‌ସି ରୋଡକୁ ପରିବା ମାର୍କେଟ ସ୍ଥାନାନ୍ତର କରାଯାଇଛି। ସେହିପରି ସାଧାରଣ ବଣ୍ଟନ ବ୍ୟବସ୍ଥା ଆରମ୍ଭ ହୋଇଛି।