ରୂପ୍ସା, ୧୪ା୪(ଡି.ଏନ୍.ଏ.)-ବାଲେଶ୍ୱର ସଦର ବ୍ଲକ ଆଙ୍କୋ ପଞ୍ଚାୟତ ଅନ୍ତର୍ଗତ ଆଘିରିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୩ ପରିବାରର ୫ ବଖରା ବାସଗୃହ ଭସ୍ମୀଭୂତ ହେବା ସହ ୮ଲକ୍ଷ ଟଙ୍କାର ସମ୍ପତ୍ତି ଜଳି ଛାରଖାର ହୋଇଯାଇଛି। ପ୍ରହ୍ଲାଦ ଦାସଙ୍କର ୨ ବଖରା, ଅର୍ଜୁନ ଦାସଙ୍କର ୨ ବଖରା ଓ ଗଜାନନ ଦାସଙ୍କର ୧ ବଖରା ଘର ବିଦ୍ୟୁତ୍ ସଟସର୍କିଟ୍ରୁ ନିଆଁ ଲାଗିଯାଇଥିଲା। ବସ୍ତା ଅଗ୍ନିଶମ ବିଭାଗ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ
ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…
ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍ରେ ଲକ୍ଷାଧିକ ଲୋକ ଜଳବନ୍ଦୀ
ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍ ଖୋଲାଯାଇ ଉଦ୍ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

