୫ ଦଫାରେ ଦାବିପତ୍ର ଦେଲେ ଆଶାକର୍ମୀ

କେନ୍ଦୁଝର, ୧୫ା୫(ଡି.ଏନ୍‌.ଏ.)-ଓଡିଶା ଆଶାକର୍ମୀ ଆସୋସିଏସନ୍‌ (ସିଟୁ) ତରଫରୁ ଗୁରୁବାର କେନ୍ଦୁଝରଠାରେ ୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ରକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ମାଧ୍ୟମରେ ମିଶନଶକ୍ତି ନିର୍ଦ୍ଦେଶିକାଙ୍କୁ ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ କାର୍ଯ୍ୟରତ ଆଶାକର୍ମୀମାନଙ୍କୁ କୋଭିଡ୍‌-୧୯ରେ ସ୍ବତନ୍ତ୍ର ଦୈନିକ ୬ଶହ ଟଙ୍କା ଲେଖାଁଏ ସହାୟତା ପ୍ରଦାନ କରିବା, ପ୍ରତିମାସରେ ସ୍ବତନ୍ତ୍ର ସହାୟତା ୭୫୦୦ ଟଙ୍କା ଲେଖାଏ ପ୍ରଦାନ, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ କୋଭିଡ-୧୯ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ଆଶାକର୍ମୀଙ୍କୁ ୫୦ଲକ୍ଷର ବୀମା ପରିସରଭୁକ୍ତ କରିବା, ସାନିଟାଇଜର, ମାସ୍କ, ଟୋପି, ଗାଉନ୍‌, ପରୀକ୍ଷା ଉପକରଣ ଏବଂ ଗ୍ଲୋବସ୍‌ ଇତ୍ୟାଦି ପ୍ରଦାନ କରିବା ଆଦି ଅନ୍ତର୍ଭୁକ୍ତ। ଉପରୋକ୍ତ ଦାବିଗୁଡିକୁ ପୂରଣ କରିବା ପାଇଁ ଶାନ୍ତିଲତା ମହାନ୍ତ, ପୁଷ୍ପାଞ୍ଜଳୀ ମହାରଣା,ବୈଦେହୀ ମହାନ୍ତ, ନନ୍ଦିନୀ ପାଇକ ପ୍ରମୁଖ ଆଶାକର୍ମୀମାନେ ସାମିଲ ହୋଇଥିଲେ।