୫-ଟି ପ୍ରଭାବ:ମାଲକାନଗିରି ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରୀ ନିଲମ୍ବିତ

ମାଲକାନଗିରି,୯।୧ (ଡି.ଏନ୍‌.ଏ.)- ବୁଧବାର ମାଲକାନଗିରି ଜିଲାରେ ୫-ଟିର ପ୍ରଭାବ ଦେଖିବାକୁ ମିଳିଛି। ମାଲକାନଗିରି ସଦର ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରୀ ବିପୁଳା ସରଦାରଙ୍କୁ ସରକାର କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି। ବିପୁଳାଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗ ପାଇଲା ପରେ ଜିଲାପାଳ ମନୀଷ ଅଗ୍ରଓ୍ବାଲ ଏହାର ତଦନ୍ତ କରି ତାଙ୍କୁ ନିଳମ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ଗତ ୬ରେ ବିପୁଳାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏହି ଆଦେଶ ପାଇବା ପରେ ନିଲମ୍ବିତ ଆଦେଶକୁ
କାର୍ଯ୍ୟକାରୀ କରାଯାଇଛି। ସୂଚନାଯୋଗ୍ୟ ଯେ, ସମନ୍ବିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ସ୍ବୟଂ ସହାୟକ ମହିଳା ଗୋଷ୍ଠୀଙ୍କୁ ଶାଢି କିଣା, ଅଙ୍ଗନଓ୍ବାଡି କେନ୍ଦ୍ରକୁ ବିଭିନ୍ନ ସାମଗ୍ରୀ ଯୋଗାଣରେ ଅନିୟମିତତା, କର୍ମଚାରୀଙ୍କୁ ଦୁର୍ବ୍ୟହାର ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରାଯାଇ ତାଙ୍କୁ ନିଲମ୍ବିତ କରାଯାଇଛି ା