୫ ଜୁଆଡ଼ି ଗିରଫ, ୮୨୦୦ ଟଙ୍କା ଜବତ

ବୁଗୁଡ଼ା,୨୪ା୪(ଡି.ଏନ୍‌.ଏ.)- ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମ ନିକଟରେ ଥିବା ଏକ ଆମ୍ବତୋଟାରେ ଲକ୍‌ଡାଉନର ସୁଯୋଗ ନେଇ ଗୁରୁବାର ସନ୍ଧ୍ୟାରେ ଜୁଆଖେଳ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ସଦଳବଳ ସେଠାରେ ଚଢାଉ କରିଥିଲେ। ସେଠାରୁ ୮,୨୦୦ ଟଙ୍କା ଜବତ କରିବା ସହ ୫ ଜଣଙ୍କୁ ଜୁଆଡିଙ୍କୁ ଗିରଫ କରିଛନ୍ତି। ଏନେଇ ବୁଗୁଡ଼ା ଥାନାରେ ନଂ. ୯୯/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା କହିଛନ୍ତି।